Latest Odisha News

BREAKING NEWS

ବାଙ୍ଗାଲୋରକୁ ୧୩୧ ରନରେ ରଖିଲା ହାଇଦ୍ରବାଦ

ଆବୁଧାବି: ଚଳିତ ଆଇପିଏଲରେ ଶୁକ୍ରବାର ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନୈରାଶ୍ୟଜନକ ବ୍ୟାଟିଂ କରିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏହି ମୁକାବିଲାରେ ବାଙ୍ଗାଲୋର ୨୦ ଓଭରରେ ୭ ଉଇକେଟ ହରାଇ ୧୩୧ ରନ କରିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଏବି ଡି’ଭିଲର୍ସଙ୍କ ସଂଘର୍ଷପୂର୍ଣ୍ଣ ୫୬ ଓ ଆରୋନ ଫିଂଚଙ୍କ ୩୨ ରନ ଯୋଗୁ ଦଳ ଏହି ସ୍କୋର କରିପାରିଛି ।

ହାଇଦ୍ରାବାଦ ପକ୍ଷରୁ ଜାସନ ହୋଲ୍ଡର ୩ଟି ଏବଂ ତ୍ୟାଗୀ ନଟରାଜନ ୨ଟି ଉଇକେଟ ଅକ୍ତିଆର କରିଛନ୍ତି । ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ବାଙ୍ଗାଲୋରର ଫାଇନାଲ ପ୍ରବେଶ ଆଶା କ୍ଷୀଣ ଥିଲେ ମଧ୍ୟ ସବୁ କିଛି ବୋଲରଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି ।

Leave A Reply

Your email address will not be published.