କବିତା : ଉତ୍ତରାଧିକାର
ରବି ପଣ୍ଡା
ମୋ ଥାକରେ ଖଣ୍ଡେ ବହି ଅଛି
ଦେଇଥିଲେ ବାପା , ତାଙ୍କୁ ତାଙ୍କ ବାପା
ଜେଜୀପାଙ୍କୁ ତାଙ୍କ ବାପା।
ସେ ବହିକୁ ମୁଁ ଦୁର୍ମୂଲ୍ୟ ସମ୍ବଳ ଭଳି
ମୁଁ ସାଇତିଛି, ଦେହରେ ମନରେ ଗୋଟେ
ଅପୂର୍ବ ସ୍ପନ୍ଦନ ମୁଁ ଅମଜେଇଛି,
ଯେତେବେଳେ ତାକୁ ଛୁଇଁଚି
ପୃଷ୍ଠା ରେ ପୃଷ୍ଠାରେ ପାଇଛି…