Latest Odisha News

BREAKING NEWS

Browsing Tag

Sabu dina Sahitya

କବିତା: ରାସ୍ତା

ସ୍ମୃତି ରଂଜନ ତ୍ରିପାଠୀ ତୁ କହିବା ପୂର୍ବରୁ ମୁଁ ବାଛି ଦେଇଥିଲି ଯେ ଯାହାର ଭାଗ ବ୍ରହ୍ମ, ଶାଳଗ୍ରାମ। ତୋ ଭାଗରେ ଈଶ୍ୱର, ମୁଁ ତ ନିଃସ୍ୱ ର ତୁ ନିଦେଇ ଯିବା ଆଗରୁ ଆଖିରେ ଭୋକ ମାରୁଥିଲେ ତାରା ମାନେ ଉପନ୍ୟାସ ଲେଖିଲେ ଗୋଟାଏ ଭୋକର କାଂଥରେ "ଅନ୍ତରୀକ୍ଷ କୁ ରାସ୍ତା"।…

କବିତା: କଳାକାହ୍ନୁ ଧନ୍ୟ ତୋର ଲୀଳା

ସାଧନା ପଣ୍ଡା କଜ୍ଜ୍ୱଳ ଉଜ୍ଜ୍ବଳ କାନ୍ତି କଳେବର ଶ୍ରୀପତି ଅଧିନାୟକ , କମଳ କୋମଳ ନୟନ ଯୁଗଳ ମନ ଆନନ୍ଦ ଦାୟକ ।୧ କଣ୍ଠେ କଉସ୍ତୁଭ କଟିରେ କିଙ୍କିଣି ନାକେ ନୋଥ ଜକ ଜକ , କିରିଟିରେ କେକି ପୁଚ୍ଛ ଗୁଚ୍ଛ ଗୁନ୍ଥା ଲଲାଟେ ଚନ୍ଦନ ତିଳକ ।୨ କୁଣ୍ଡଳ କର୍ଣ୍ଣରେ ଦିଶେ ଝକମକ ଖେଦ…

ହେ ଦୀନବନ୍ଧୁ…

ଜୟଶ୍ରୀ ଦାଶ ଆଶାର ବାରିଧି କ୍ଷମାର ଜଳଧି କରୁଣାକର ସାତସିନ୍ଧୁ, ତୁମେ ଦୀନବନ୍ଧୁ ଭକ୍ତ ଜନବନ୍ଧୁ ବର୍ଷୁଥିବ କୃପାବିନ୍ଦୁ । ନୁହେଁ ପ୍ରେମମୟୀ ବୃଷଭାନୁ ଜେମା ଅବା କୃଷ୍ଣପ୍ରାଣ ମୀରା, ତୋ ପାଦ ଯୁଗଲେ ସମର୍ପି ଦେଇଛି ମୋର ଜୀବନ ପସରା । ଦୁଃଖ ଦରିଆରେ ତୋର ନାମ ଧ୍ୟାୟୀ…

କବିତା: କାଳିଆ ସାଆନ୍ତ

କୁଞ୍ଜବିହାରୀ ସାହୁ ଦେଖ ଦେଖ ଦେଖ ଭାଇ କାଳିଆ ସାଆନ୍ତ ଦେଉଳରେ ବସିଅଛି ଖିଲିଖିଲି ହସୁଅଛି ନାହିଁ ତା ହାତ ଦେଖ ଦେଖ ଦେଖ ଭାଇ.....(୦) ପାଖେ ତାର ବଡ ଭାଇ ଭକତକୁ ରହେ ଚାହିଁ ଭଉଣୀଟି ଗେହ୍ଲା ପୁଣି ଭକତର ମନ କିଣି ଆଜି ଏହି କାର୍ତ୍ତିକରେ ସଭିଙ୍କୁ ସେ ଡାକୁଛିରେ ଆସ…

କବିତା : ମାମ୍ ଉପେତ୍ୟ ପୁନର୍ଜନ୍ମ

✍️ଜ୍ଞାନେନ୍ଦ୍ର.. ଅନ୍ଧାର ବେଶ୍ ଚିହିଁକି ଉଠୁଥାଏ ଠିକ୍ ଏତିକିବେଳେ... ନିକାଞ୍ଚନରେ ଏଇ ମୋର ସ୍ୱ-ଶବଯାତ୍ରା ଜହ୍ନ ଦିଶୁଥାଏ ଖୁବ ମଳିନ ଅବସାଦ ଆଖିରେ ଆଜି ତା' ଦୁଇ ଟୋପା ଲୁହ ସାରା ପ୍ରକୃତି ଖାଁ ଖାଁ ଖୁବ ବିଷାଦଗ୍ରସ୍ତ । ଅପୂର୍ବ ଏହି ବିଦାୟକାଳୀନ ଅଭିବାଦନ କାନ୍ଧରେ…

ଗପ : ଅଜିଵ୍ ଦୁନିଆର ଅଜବ ପରିଣାମ

ଦେବାଶିଷ ଆଚାର୍ଯ୍ୟ      ମାମା , ଏକ ସମ୍ଭ୍ରାନ୍ତ ଘର ଶତପଥୀ ବାବୁ ଙ୍କ ଝିଅ । ଦେଖିବାକୁ ଗୋଟିଏ ଚାଉଳରେ ଗଢା l ସୁନ୍ଦରତା ରେ ଗୋଡ଼ଠୁ ମୁଣ୍ଡ ଯାଏଁ କେହି ଟିକିଏ ମଧ୍ୟ ଖୁଣି ପାରିବେ ନାହିଁ । ସଭ୍ୟତା ସମ୍ପନ୍ନ ଘରେ ବଢିଥିବାରୁ ନିୟମ କାନୁନ ଭିତରେ ଚାଲିବାକୁ ପଡ଼େ । ଶତପଥୀ ବାବୁ ଙ୍କ…

କବିତା: ସମୟର କବର ତଳେ…….

ସାଧନା ପଣ୍ଡା  ଆୟୁଷର କଅଁଳ ଡେଣାରେ ସମୟ ଅଜାଡି ଦିଏ କୁଢ କୁଢ ମୃତ୍ୟୁ ର ଅଙ୍ଗାର , କହି ହୁଏନା ଶେଷ କେଉଁଠି ! ଏଇ ତ ଆରମ୍ଭ ମାତ୍ର ବଞ୍ଚିବାର କୁହେଳି ଭିତରେ ଅନ୍ଧାରରେ ଦେଖେ ଆଜି ଆପଣାର ମୁହଁ ଆଉଥରେ ...... ଆରମ୍ଭେ ସେଇଠି ..... !! ବନ୍ଦୀ ସେ ଚିରକାଳ ଏଇ ସମୟର କବର…

କବିତା: ପ୍ରେମ ଫଲଗୁ

ସୁପ୍ରିୟା ପଣ୍ଡା ତୁମ ଅସ୍ମିତାର ଭୁରୁ ଗନ୍ଧରେ ମୁଁ ପ୍ରମତ୍ତ କୀଟଟିଏ ଖୋଜୁଛି ମୋ ଅସ୍ତିତ୍ୱ । ଏକ ମଧୁର ଆଲିଙ୍ଗନ ଅପେକ୍ଷାରେ ଅପେକ୍ଷାରତ କେଉଁ ଯୁଗ ଯୁଗାନ୍ତରରୁ । କିଛି ପ୍ରହେଳିକା କିଛି ପ୍ରଶ୍ନ ର ଦଂଶନ ଜାଣିବାକୁ ଚାହେଁ ବହୁତ କିଛି ଜାଣିବାକୁ ଚାହେଁ କି ମୁଁ ତୁମ…

ଗପ: “ମାର୍ଗଦର୍ଶକ”

ସଞ୍ଜିତା ପ୍ରଧାନ ଆଜି ସକାଳର ଘଟଣା  ମୁଁ କିଛି ତାଜା ପନିପରିବା ପାଇବାର ଆଶାରେ ସ୍କୁଟି ବାହାର କରି ବାହାରି ପଡ଼ିଲି ମାର୍କେଟକୁ । କିଛି ପନିପରିବା ଫଳ , ରାସନ ଦୋକାନରୁ ପୁଅ ପାଇଁ ବିସ୍କୁଟ ଓ ଚକଲେଟ ଦିଟା କିଣି ଘରକୁ ଫେରୁଥାଏ । ରାସ୍ତାଟି ଗାଁ ମଝି ଦେଇ ଯାଇଥିବାରୁ ଟିକିଏ ଅଣଓସରିଆ…

ଗପ: ଆତ୍ମାର ଶାନ୍ତି!

ବସ୍‌ରେ ଯାତ୍ରା କରୁଥିଲେ ଶ୍ୟାମ ବାବୁ । ବୟସ ହୋଇ ଗଲାଣି । ଏକା ଏକା ବସ୍‌ରେ ଯାତ୍ରା କରିବାକୁ ଆଉ ଭଲ ଲାଗୁନି । ହେଲେ ଛୁଆ ବେଳର ସାଙ୍ଗ ରବିଙ୍କ ଏକାଦଶ କୁ ତ ଯିବାକୁ ପଡିବ । ନ ହେଲେ ତାଙ୍କ ପିଲା ଛୁଆ ଖରାପ ଭାବିବେ । ଏମିତି ବାଧ୍ୟବାଧକତାରେ ସିଂହପୁର ସ୍ଥାନୀୟ ବସ୍ ଧରି ଟାଉନରୁ…