Latest Odisha News

BREAKING NEWS

Browsing Tag

Saradasashi

ଶିଶୁ କବିତା : ଡାମରା କାଉ

ତରୁଣ କୁମାର ମିଶ୍ର ଡାମରା କାଉରେ ଡାମରା କାଉ , ଦେଖା ନମିଳଇ ତୋହର ଆଉ। ଆଗରୁ ପ୍ରତି ସକାଳେ ତୁ ଆସି, ଡାକି ଉଠାଉଣ ଥିଲୁ ତୁ ବସି । ତୋ ଡାକ ଶୁଣିକି ବିଛଣା ଛାଡ଼ି, ଯାଉଥିଲେ ଲୋକେ କାମରେ ଜଡ଼ି। କିଏ ଦେଉଥିଲା ଖୁଦ ଚାଉଳ, କା ପିଢ଼ାରେ ତୁହି ରାବୁ ପ୍ରବଳ। ଖୁଦ କଣିକାଏ…

ଶିଶୁ କବିତା : ଗୁଣ୍ଡୁଚି ମୂଷା

ତରୁଣ କୁମାର ମିଶ୍ର  କଉତୁକିଆ ଜୀବଟେ ମୁହିଁ ନାଆଁ ଗୁଣ୍ଡୁଚି ମୂଷା , ଗଛ କୋରଡ଼େ ଚାଳ ସନ୍ଧିରେ କରିଥାଏ ମୁଁ ବସା । ପିଠିରେ ମୋର ଆଙ୍ଗୁଳି ଛାପ ଭାରି ସୁନ୍ଦର ଦିଶେ , ଚାଲିଲା ବେଳେ ଲାଞ୍ଜକୁ ଟେକି ଯାଇ ଟିକିଏ ବସେ । ପଛ ଗୋଡ଼ରେ ଦେଇକି ଭରା ଆଗ ଗୋଡ଼ରେ ଧରି , ଖାଦ୍ଯକୁ…

ଶିଶୁ କବିତା : ଟୁଉକୁ ମୁଷି

ତରୁଣ କୁମାର ମିଶ୍ର ଟୁଉକୁ ମୁଷିରେ ଟୁକେଇ ମୁଷି , କାହିଁକି ସେଠାରେ ବସିଛୁ ରୁଷି , ମନେ ପଡ଼ୁଛି କି ପୁରୁଣା କଥା ଧାନ ଖାଉଥିଲୁ ତୁ ଲୁଚି ଲୁଚି । ଏବେତ ବିଲରେ ହେଉନି ଚାଷ , ପଡ଼ିଆ ପଡ଼ିଛି ଚାଷ ଜମି ତ , ଟଙ୍କିଆ ଚାଉଳ ମାଗଣା ମିଳୁଛି , ହଳ ଲଙ୍ଗଳ କୁ ଖାଉଛି ଖତ । ଚାଳ ଘର…

ଶିଶୁ କବିତା : ଆମେ ଭାରତର ସନ୍ତାନ

ବନ୍ଦିତା ଦାଶ  ଆମେ ଭାରତ ମାଆର ସନ୍ତାନ ଆମ ମନରେ ନଦିଅ କଷଣ ଆମେ କରିବୁନି ମାନ ଅଭିମାନ ବିତୁ ନିରଳସ ଆମ ଜୀବନ। ଅମୂଲ୍ଯ ଆମ ଏ ଜୀବନ ଆମ ମାଟି ଆମପାଇଁ ମହାନ ରକ୍ଷା କରିବୁ ତାହାର ସମ୍ମାନ ଆମ ପାଇଁ ସେ ଯେ ବାସଚନ୍ଦନ। ଟେକ ରଖିବୁ ଯାବତଜୀବନ ଗରୀୟସୀ ସରଗଠୁ ମହାନ ତା'ର…

ଶିଶୁ କବିତା : ଜୋତାର କଥା

ପୁଣ୍ୟପ୍ରଭା ଦେବୀ ମରାମତ ପାଇଁ ଜୋତାରୁ ପଟେ କାଲିଠୁଁ ନେଇଛି ମୋଚି ଏତେବେଳ ହେଲା ଦେଇନି ଆସି ଆଜି ଇସ୍କୁଲ ଅଛି। ରବି ପିନ୍ଧିଲାଣି ପେଣ୍ଟଜାମା ଦେଲାଣି କେବେଠୁଁ ଖାଇ ଘଡିକୁ ଘଡି ସେ ଦେଖୁଚି ବାଟ ଦେଖୁଛି ଦାଣ୍ଡକୁ ଯାଇ। ଇସ୍କୁଲ ବେଳ ହେଲାଣି ଆସି ଅଥିର ଭାବୁଛି ରବି,…

ଶିଶୁ ଗଳ୍ପ : ମାନବିକତା

କୁଞ୍ଜ ବିହାରୀ ସାହୁ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଅମିତ ପାଠରେ ଯେମିତି ଖେଳକୁଦରେ ବି ସେମିତି । ତା ଛଡା ଦୁଃଖୀ, ରଙ୍କିକୁ ଦେଖିଲେ ସାହାଯ୍ୟ କରିବାକୁ ଆଗେଇ ଆସେ । ରବିବାର ଦିନ ଅମିତ ଘରେ ବସି ଟି.ଭି ଦେଖୁଛି । ଦାଣ୍ଡ ଦୁଆର ପାଖରେ ଜଣେ ବୁଢ଼ୀର ପାଟି ଶୁଣିଲା । ଟି.ଭି.ପାଖରୁ ମୁହଁ…

ଶିଶୁ କବିତା : କର ବ୍ୟାୟାମ

ଇତିଶ୍ରୀ ମହାନ୍ତି  ଆସରେ ପିଲାଏ କୁନା, ମୁନା ଶୁଣରେ ଦେଇ ମନ, ବ୍ୟାୟାମ କଲେ କିପରି ଆମ ଖୁସିରେ କଟେ ଦିନ । ଧନ ସମ୍ପଦ ମାନ ସମ୍ମାନ ଥାଉନା କାହିଁ ଯେତେ, ଶରୀର ଯଦି ନଲାଗେ ଭଲ ସବୁରି ପିତା ସତେ । ଶରୀର ସୁସ୍ଥ ରହିବା ଲାଗି ବ୍ୟାୟାମ ଆବଶ୍ୟକ, ଅଳସୁଆ ସିନା ଦୁଃଖ ପାଏ…

ଶିଶୁ କବିତା : ସାଧବ ବୋହୂ

ପ୍ରଣତି ଆଚାର୍ଯ୍ୟ ମିଶ୍ର  ସାଧବ ବୋହୂ ଲୋ ସାଧବ ବୋହୂ ନାଲି ପାଟପିନ୍ଧି କୁଆଡେ ଯାଉ।। ଆ ମୋପାଖକୁ ଦେବି ଆଉଁସି ବରଷା ହେଉଛି ଯାଆନା ରୁସି।। ଭୁଲି ଗଲୁ କି ତୋ ଘର ଠିକଣା ଖୋଜି ଖୋଜି ହେଲୁ ତୁ ବାଟବଣା।। ମଖମଲି ନାଲି ଦେହଟି ତୋର ବରଷକେ ଥରେ ଆସୁ ମୋ ଘର।। ଆ ତୋତେ…

ଶିଶୁ କବିତା : ଘରଚଟିଆ

ପ୍ରଣତି ଆଚାର୍ଯ୍ୟ ମିଶ୍ର କଚିରି ମିଚିରି ଚଟିଆ ଦେଖିବାକୁ ସେ ତ ଭାରି ଛୋଟିଆ ମୁକ୍ତ ଆକାଶର ବିହଙ୍ଗଟିଏ ସେ ଚିଂ ଚିଂଯଚିଂ ଚଟିଆ, କରିଚି ମିଚିରି ଚଟିଆ । ଘରେ ଘରେ ବସା ବାନ୍ଧଇ କଚିରି ମିଚିରି କରଇ ଧାନବିଲେ ଜଗି ବସିଛନ୍ତି ଜେଜେ ଖାଇଦେବ ଭାବି ଚଟିଆ, କିଚିରି ମିଚିରି ଚଟିଆ…

ଚାଚା ନେହେରୁ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଚାଚା ନେହେରୁଙ୍କ ଜନ୍ମ ଦିବସ । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ସେ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୁରା ନାମ ଥିଲା ପଣ୍ଡିତ ଜବାହାରଲାଲ ନେହେରୁ। ତାଙ୍କ ବାପାଙ୍କ ନାମ…