Latest Odisha News

BREAKING NEWS

Browsing Tag

Saradsashi

ଶିଶୁ ଗଳ୍ପ : ପ୍ରକୃତ ବନ୍ଧୁ

ଲଳିତ ମୋହନ ମିଶ୍ର ପପୁନ ପ୍ରତିଦିନ ସ୍କୁଲ ଯାଉଥିଲା ବାପାଙ୍କ ସହିତ କାରରେ । ପପୁନର ବାପା ଜଣେ ବଡ ବ୍ୟବସାୟୀ । ପପୁନ ଅନ୍ୟ ପିଲାମାନଙ୍କ ଠାରୁ ଟିକେ ଭିନ୍ନ । ସେ ବହୁତ ଶାନ୍ତ ଶିଷ୍ଟ ସରଳ ଏବଂ ଅମାୟିକ । କିଛି ନୂଆ କରିବା ଏବଂ କିଛି ନୂଆ ଶିଖିବାରେ ତାର ସବୁବେଳେ ଆଗ୍ରହ । ପପୁନର…

ଶିଶୁ ଗଳ୍ପ : ସୁନାପୁଅ

କୁଞ୍ଜ ବିହାରୀ ସାହୁ ଦିନେ ବାପାଙ୍କ ସହ କଥା ହେଉ ହେଉ ଅମିତ୍ କହିଲା, ବାବା, ମୁଁ କାଲି ସ୍କୁଲକୁ ଗଲାବେଳେ ରାସ୍ତାକଡେ କଡ଼େ କାଶତଣ୍ଡୀର ଧଳା ଚଅଁର ପବନରେ ଝୁଲୁଛି । ଘଡ଼ିଏ ଠିଆହେଲି। ସତରେ ବହୁତ ସୁନ୍ଦର ଦିଶୁଥିଲା । ଆଛା ବାବା, କାହିଁ ଆଗରୁ ତ ମୁଁ କେବେ ଦେଖିନି । ଅମିତର ବାବା…

ଶିଶୁ କବିତା : ବାପୁ

ସଫଳା ଦାସ କିଶୋର କିଶୋରୀ କଳିକା ଗଣ ଆମ ବାପୁଙ୍କର ଜନମ ଦିନ।। ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ପାଳୁଥିଲେ ସତ୍ୟ ଅହିଂସା ନୀତି ।। ପିଲାଦିନେ ଦୋଷ ଅନେକ କରି ସ୍ୱୀକାର କରିଣ ଗଲେ ସୁଧୁରି।। ପାନ ବିଡି ନୁହେଁ ଛୋଟିଆ ନିଶା ଜଣା ପଡେ ନାହିଁ ଟାଣେ ପଇସା ।। ଖରାପ…

ଶିଶୁ କବିତା : ବିଲୁଆ ନନାର ବାହାଘର

ପ୍ରଣତି ଆଚାର୍ଯ୍ୟ ମିଶ୍ର  ବାଘମାମୁଁ ଯେ ବଣର ରାଜା କଲା ଏକ ବିଚାର ସଭିଏଁ ମିଶି କରିବେ ବନେ ବିଲୁଆ ନନା ବାହାଘର।। ଡାଳକୁ ଡାଳ ଡେଇଁଣ ପାତି ଡାକିଲା ଯାଇ ସର୍ବୈ ଘରକୁ ଘର ଖବର ଦେଇ ଚତୁର କାଉ ରାବେ।। ସଭା କରିଲେ ସଭିଏଁ ମିଶି କାମ କିପରି ହେବ କାମ ବାଣ୍ଟିଲେ ନିଜ ଭିତରେ…

ଶିଶୁ କବିତା : ଭଳିକି ଭଳି

ସୁବ୍ରତ କୁମାର ଜେନା ଭଳିକି ଭଳି ପକ୍ଷୀଏ ଯେତେ ଗାଇ ବୁଲନ୍ତି ଗୀତ ଝରଣା ଆସି ପାହାଡ଼ ସାଥେ ନିତି ବସଇ ମିତ ।। ଭଳିକି ଭଳି ଫୁଲତ ଫୁଟି ବାସ ଚହଟି ଯାଏ ଗ୍ରୀଷ୍ମ ଆସେ ବରଷା ଆସେ ସବୁ ହୃଦୟ ଛୁଏଁ ।। ରାତି ପାହିଲେ ସକାଳ ହୁଏ ଡାକଇ କାଉ କା' ଘର ଅଗଣା କାମକୁ ସାରି ଖୁଆଇ…

ଶିଶୁ ଗପ : ମନର ଠାକୁର

କୁଞ୍ଜ ବିହାରୀ ସାହୁ  ଏ ବର୍ଷ ଜାକଜମକରେ ଶ୍ରୀ ଜିଉଙ୍କର ରଥଯାତ୍ରା ହେଲା । କାହିଁ କୁଆଡ଼ୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀକ୍ଷେତ୍ରଧାମ ପୁରୀକୁ ଧାଇଁଆସିଲେ । ଠାକୁରଙ୍କ ରୀତି-ନିତି-କାନ୍ତି ସମୟ ଅନୁଯାୟୀ ଅନୁଷ୍ଠିତ ହେଲା । ହରିବୋଲ, ହୁଳହୁଳିରେ ବଡ଼ଦାଣ୍ଡ ଦୁଲୁକିଲା । ସାଧୁ ସନ୍ଥଙ୍କର…

ଶିଶୁ ଗଳ୍ପ : ଗୁରୁଜନଙ୍କ କଥା ମାନିବା

ଝରଣା ବାରିକ ସନ୍ଧ୍ୟା ସାତଟା ହେବ । ପଢ଼ା ଘରେ ବସି ବସି ବହି ଲେଉଟାଇ ପଢିବାକୁ ଚେଷ୍ଟା କରୁଥାଏ। ହେଲେ ମନ ଲାଗୁ ନ ଥାଏ । ଶୀତ ଯୋଗୁଁ ଘରୁ ବାହାରିବାକୁ ଇଚ୍ଛା ହେଉ ନଥାଏ। ଏହି ସମୟରେ ବାହାରର ହୋ ହାଲ୍ଲା ଶବ୍ଦରେ କାନ ଡେରି ଶୁଣିବାକୁ ଚେଷ୍ଟା କଲା ଅନୁ। କଣ୍ଠ ସ୍ବରଟା ଚିହ୍ନା…

ଶିଶୁ କବିତା : ସନ୍ଧ୍ୟା

ଝରଣା ବାରିକ  ଦିନର ଶେଷରେ ରାତି ଆରମ୍ଭରେ ପାଦ ଚିପି ଚିପି ଆସ, ମୁଣ୍ଡରେ ଓଢ଼ଣା ହାତେ ବାଜେ ବୀଣା କଳା ଶାଢୀ ପିନ୍ଧି ହସ। ସୂର୍ଯ୍ୟ ଲୁଚିଯାଏ ଜହ୍ନ ଆସିଯାଏ ତୁମ ମୁହଁ ଯେବେ ଚାହେଁ, ପକ୍ଷୀମାନେ ଉଡି ଯାଆନ୍ତି ବସାକୁ ଯେତେ ଦୂରେ ଥାଉ ଯିଏ। ତରତର ହୋଇ ଲୁଗା ପାଲଟାଇ ବୋଉ…

ଶିଶୁ କବିତା : ଟିକି ଚଢେଇ

ବନ୍ଦିତା ଦାଶ  ଟିକି ଚଢେଇ,ଟିକି ଚଢେଇ ଥଣ୍ଟରେ ନେଉ କିସ, କେଉଁଠି ରହୁ,କେଉଁଠି ଖାଉ, କେଉଁଠି ତୋ'ର ଦେଶ ? ଆକାଶେ ଉଡୁ ମନଖୁସିରେ କେବେ ବଗିଚାସାରା ସାଙ୍ଗମେଳରେ ଥାଉ ପୁଣି ତୁ କେବେ ଏକଲା ବାଆଁରା । ବରଷା ଆଗୁ ଘର କରୁତୁ ଗଛଡାଳ ସନ୍ଧିରେ କାଠି,କୁଟାକୁ ଗୋଟେଇଆଣି…

ଶିଶୁ ଗଳ୍ପ : ସୁନାପିଲା ପଲକ

ଝରଣା ବାରିକ ପ୍ରେମା ବାବୁଙ୍କର ସାନ ଝିଅ ପଲକ । ସିଏ ଭାରି ଗେହ୍ଲେଇ, ଫୁଲେଇ, ଆଉ ବଦମାସ୍ ବି। ଖେଳିବା ଆଉ ମୋବାଇଲ ଦେଖିବା ତାର ପ୍ରଥମ କାମ। ଦିନ ସାରା ନ ଖାଇଲେ ବି ଚଳିବ। କେବେ ବି କହିବନି ମତେ ଭୋକ ଲାଗୁଛି। ଯେତେ ଯାହା ଗାଳି ଦେଲେ ତାର କିଛି ଫରକ ପଡେନି କାରଣ ତାର ସବୁଠାରୁ ବଡ଼…