Latest Odisha News

BREAKING NEWS

ବାଚସ୍ପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଓଡ଼ିଶା ବିଧାନସଭାରେ ଇତିହାସ ସୃଷ୍ଟି ହେବାକୁ ଯାଉଛି  । ପ୍ରଥମଥର ପାଇଁ ଜଣେ ମହିଳା ବାଚସ୍ପତି ହେବାକୁ ଯାଉଛନ୍ତି  । ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି  । ଆସନ୍ତାକାଲି ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଆଜି ସେ ନାମାଙ୍କନ ଦାଖଲ କରିବେ  ।  ସାରା ଦେଶରେ ମହିଳା ସଂରକ୍ଷଣ ବିଲ୍ ନେଇ ବିତର୍କ ଚାଲିଥିବାବେଳେ ସଂସଦରେ ବିଲ ପାରିତ ହୋଇଛି  ।  ଆଉ ଏହି ସମୟରେ ବିଜେଡି ମହିଳା କାର୍ଡ ଖେଳିଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ଶେଷ ଅଦଳବଦଳରେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖାଙ୍କୁ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବା ପରେ ଏହି ପଦବୀ ଖାଲି ପଡ଼ିଛି।

୧୯୯୦ ମସିହାରୁ ପ୍ରମିଳା ମଲ୍ଲିକ ବିଧାୟକ ଭାବେ ସମାନ ଆସନରୁ ଏଯାବତ ନିର୍ବାଚିତ ହୋଇଆସୁଛନ୍ତି। ୨୦୦୪ରେ ସେ ପ୍ରଥମେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନବୀନ ସରକାରରେ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସମେତ, ଦଳର ମୁଖ୍ୟ ସଚେତକ ପରେ ଏବେ ରାଜସ୍ବ ତଥା ବିପର୍ଯ୍ୟୟ ମନ୍ତ୍ରୀ ଭାବେ ଦାୟିତ୍ୱରେ ରହିଛନ୍ତି। ଏବେ ସେ ବାଚସ୍ପତି ପ୍ରାର୍ଥୀ ହୋଇଥିବାରୁ ସେ ନିୟମ ଅନୁଯାୟୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ।

Leave A Reply

Your email address will not be published.