Latest Odisha News

BREAKING NEWS

ଗଭୀର ଜଳରେ ବୁଡି ଭାଇ-ଭଉଣୀଙ୍କ ସଲିଳ ସମାଧି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ଦୋମୁହାଁଣୀ ନଦୀରେ ବୁଡି ୨ କୋମଳମତି ଶିଶୁଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ମୃତକଙ୍କ ନାମ ସୌମ୍ୟା ଛୁଆଲସିଂ (୬), ବିଷ୍ଣୁ ଛୁଆଲସିଂ (୩) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ଜଣେ ମା’ ତାଙ୍କର ୨ଜଣ ଶିଶୁକୁ ଧରି ଦୋମୁହାଁଣୀ ନଦୀକୁ ଗାଧୋଇବାକୁ ଆସିଥିଲେ । ଏପଟେ ମା’ କପଡା ସଫା କରୁଥିବାବେଳେ ଝିଅ ସୌମ୍ୟା ଦନୀରେ ଗାଧୋଉଥିବା ବେଳେ ଅଚାନକ ପାଣିରେ ବୁଡିଯାଇଥିଲେ । ପରବର୍ତ୍ତୀ ସମୟରେ ଝିଅକୁ ନପାଇ ମହିଳା ଜଣଙ୍କ ଖୋଜାଖୋଜି କରୁଥିବାବେଳେ ଦୁର୍ଭାଗ୍ୟବଶତଃ ତାଙ୍କ ୩ବର୍ଷର ଶିଶୁଟି ମଧ୍ୟ ପାଣିରେ ବୁଡିଯାଇଥିଲା ।

ଘଟଣାରୁ ଜଣାପଡିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ୨ଶିଶୁଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲ । ପରେପରେ ସେଠାରେ ଡାକ୍ତର ୨ଶିଶୁଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଇଥିଲେ ।

ଅନ୍ୟପକ୍ଷରେ ଉକ୍ତ ମହିଳା ଜଣଙ୍କ ଦୀପାବଳି ଅବସରରେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ଏଭଳି ଦୁଃଖଦାୟକ ଘଟଣା ପରେ ସାରା ଗ୍ରାମରେ ଶୋକାକୁଳ ବାତାବରଣ ଛାଇ ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.