Latest Odisha News

BREAKING NEWS

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଅବସରପ୍ରାପ୍ତ କୃଷି ବିଭାଗ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଉରକେଲା: ଜନୈକ ଅବସରପ୍ରାପ୍ତ କୃଷି ବିଭାଗ ଓଭରସିୟର ଫକିର କର୍ଣ୍ଣଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରାଉରକେଲା ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ତାଙ୍କ ଅଫିସ ଓ ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ କରିଥିବା ଜଣାପଡିଛି ।

ଏପରିକି ସମ୍ପୃକ୍ତ ଯନ୍ତ୍ରୀଙ୍କ ବରଗଡ ଓ ସୁନ୍ଦରଗଡସ୍ଥିତ ଅଫିସ୍ ସହ ତାଙ୍କ ଧର୍ମପତ୍ନୀଙ୍କ ନାମରେ ଥିବା ସୁନ୍ଦରଗଡସ୍ଥିତ ଏଏନଏମ୍‌, ଜିଏନଏମ୍ ତଥା ମହେଶ୍ୱରୀ ସାଇନ୍ସ କଲେଜରେ ମଧ୍ୟ ଚଢାଉ କରିଛି ।

ଆହୁରି ମଧ୍ୟ ଭିଜିଲାନ୍ସ ଟିମ୍ ତାଙ୍କର ବରଗଡ ଓ ଭୁବନେଶ୍ୱରରେ ଥିବା ବାସଭବନରେ ମଧ୍ୟ ଏକକାଳୀନ ୪ଟି ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.