Latest Odisha News

BREAKING NEWS

ଆସନ୍ତୁ ଜାଣିବା ସୋସିଆଲ ସାଇଟରେ ଭାଇରାଲ ହେଉଥିବା ଏହି ଫଟୋ ଦେଖି କଣ କହିଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ମୁମ୍ବାଇରେ ଲୋକାଲ ଟ୍ରେନରେ ଯିବାକୁ ଆସିଥିବା ଜଣେ ଯୁବକଙ୍କ ଏକ ଫଟୋ ଏବେ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ଫଟୋରେ ଯୁବକ ଜଣକ ଟ୍ରେନକୁ ମୁଣ୍ଡିଆ ମାରୁଛନ୍ତି । ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଫଟୋ ଦେଖି ପ୍ରଭାବିତ ହୋଇଛନ୍ତି । ସେ ଟୁଇଟ କରିଛନ୍ତି ଏହା ହିଁ ହେଉଛି ଭାରତର ଆତ୍ମା…ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଏହାକୁ ଯେପରି ଆମେ ନ ହରାଇବା ।

କରୋନା ମହାମାରୀ ଯୋଗୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଏବେ ଟ୍ରେନ ଚଳାଚଳ ଆରମ୍ଭ ହୋଇଛ । ଏହି ଖୁସିରେ ଷ୍ଟେସନରେ ପଂହଚିବା ପରେ ଯୁବକଜଣକ ଟ୍ରେନକୁ ପ୍ରଣାମ କରିଥିଲା । ଏହାର ଫଟୋ କେହି ଜଣେ ଉଠାଇ ସୋସିଆଲ ସାଇଟରେ ଛାଡି ଦେଇଥିଲେ । ବାସ୍ ଏହା ପରେ ଫଟୋ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିବାରେ ଲାଗିଛି ।

Leave A Reply

Your email address will not be published.