ନୂଆଦିଲ୍ଲୀ: କ୍ରିକେଟ ଇତିହାସର ମହାନ ଅଲରାଉଣ୍ଡର ସାର ଗ୍ୟାରୀଫିଲ୍ଡ ସୋବର୍ସଙ୍କ ୮୯ ବୟସରେ ପରଲୋକ ହୋଇଯାଇଛି । ବୟାସଧିକ୍ୟ ଓ ରୋଗ ଯୋଗୁ ତାଙ୍କର ନିଧନ ହୋଇଛି । ଜୁଲାଇ ୨୮ରେ ସେ ୯୦ ବର୍ଷରେ ପଦାର୍ପଣ କରିଥାନ୍ତେ । ୨୮ ଜୁଲାଇ ୧୯୩୬ରେ ବାରବଡୋସର ସେଂଟ ମାଇକେଲରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୫୨ରେ ସୋବର୍ସ ପ୍ରଥମଶ୍ରେଣୀ କ୍ରିକେଟରେ ପାଦ ଥାପିଥିଲେ । ୧୯୫୪ରେ ସେ ୱେଷ୍ଟଇଣ୍ଡିଜ ପକ୍ଷରୁ ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ୨୦ ବର୍ଷ ଧରି ଉଭୟ ବ୍ୟାଟିଂ ଓ ବୋଲିଂରେ କ୍ରିକେଟ ଦୁନିଆରେ ରାଜୁତି କରିଥିଲେ । ସେ ଉଭୟ ପେସ ଓ ସ୍ପିନ ବୋଲିଂରେ ମଧ୍ୟ ସିଦ୍ଧହସ୍ତ ଥିଲେ ।
୩୯ ମ୍ୟାଚରେ ୱେଷ୍ଟଇଣ୍ଡିଜର ସେ ନେତୃତ୍ୱ ନେଇଥିଲେ । ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ଓଭରରେ ୬ ଛକା ମାରିଥିଲେ । ୯୩ ଟେଷ୍ଟରେ ସେ ୫୭.୭୮ ଆଭରେଜରେ ୮୦୩୨ ରନ କରିଥିଲେ । ଏଥିରେ ୨୬ ଶତକ ଓ ୩୦ ଅର୍ଦ୍ଧଶତକ ସାମିଲ । ୧୦୯ କ୍ୟାଚ ମଧ୍ୟ ସେ ନେଇଛନ୍ତି । ବୋଲିଂରେ ସୋବର୍ସ ୨୩୫ ୱିକେଟ ହାସଲ କରିଛନ୍ତି । ସେ ୬ ଥର ୫ରୁ ଊର୍ଦ୍ଧ୍ୱ ୱିକେଟ ଅକ୍ତିଆର କରିଥିଲେ । ସୋବର୍ସ ପ୍ରଥମ ଶ୍ରେଣୀ କ୍ରିକେଟରେ ୮୬ ଶତକ ସହ ୨୮୩୧୪ ରନ ଏବଂ ୧୦୪୩ ୱିକେଟ ହାସଲ କରିଥିଲେ ।