Latest Odisha News

BREAKING NEWS

ମହିଳା ଏଫଆଇଏଚ ପ୍ରୋ ଲିଗ: ଦୀପ ଗ୍ରେସଙ୍କ ଚମତ୍କାର ପ୍ରଦର୍ଶନ, ଆର୍ଜେଂଟିନାକୁ ହରାଇଲା ଭାରତ

ରୋଟ୍ଟେରଡାମ: ମହିଳା ଏଫଆଇଏଚ ପ୍ରୋ ଲିଗରେ ଶନିବାର ଦୀପଗ୍ରେସ ଏକ୍କାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଅଲିମ୍ପିକ ରୌପ୍ୟ ପଦକ ବିଜେତା ଆର୍ଜେଂଟିନାକୁ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୩ଟି ଲେଖାଁଏ ଗୋଲ ଦେଇଥିଲେ । ଫଳାଫଳ ପାଇଁ ଶୁଟଆଉଟରେ ସହାୟତା ନିଆ ଯାଇଥିଲା । ଏଥିରେ ଭାରତ ୨-୧ ଗୋଲରେ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଗୁରଜିତ କୌର ୨ଟି ଏବଂ ଲାଲରେମସିଆମି ଗୋଟିଏ ଗୋଲ ସ୍କୋର କରିଥିଲେ । ସେହିପରି ପେନାଲ୍ଟି ଶୁଟ ଆଉଟରେ ନେହା ଗୋୟଲ ଓ ସୋନିକା ଭାରତ ପକ୍ଷରୁ ଗୋଲ ଦେଇଥିଲେ ।

ଦୀପଗ୍ରେସ ବ୍ୟକ୍ତିଗତ ଗୋଲ ସ୍କୋର କରି ନ ଥିଲେ ମଧ୍ୟ ଲାଲରେମସିଆମିଙ୍କୁ ଚମତ୍କାର ପାସ ଦେଇଥିଲେ । ଯାହାକୁ ଗୋଲ କରିବାରେ ସେ ସଫଳ ହୋଇଥିଲେ । ଭାରତ ରବିବାର ଦ୍ୱିତୀୟ ମ୍ୟାଚ ଖେଳିବ । ପଂଏଟ ଟେବୁଲରେ ଆର୍ଜେଂଟିନା ୧୫ ମ୍ୟାଚରୁ ୩୯ ପଂଏଟ ହାସଲ କରି ଶୀର୍ଷ ସ୍ଥାନରେ ରହିଛି । ଅପରପକ୍ଷରେ ଭାରତ ୧୧ ମ୍ୟାଚରୁ ୨୪ ପଂଏଟ ପାଇଛି ।

Leave A Reply

Your email address will not be published.