Latest Odisha News

BREAKING NEWS

ସେମିଫାଇନାଲରେ ହାରିଲେ ବଜରଙ୍ଗ, ବ୍ରୋଞ୍ଜ ପାଇଁ ଲଢ଼ିବେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତର ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ହାରି ଯାଇଛନ୍ତି । ୫୭ କିଗ୍ରା ବିଭାଗରେ ଆଜରବୈଜାନର ହାଜି ଅଲିୟେଭ ତାଙ୍କୁ ୧୨-୫ରେ ପରାସ୍ତ କରିଥିଲେ । ଆଲିୟେଭ ରିଓ ଗେମ୍ସରେ ବ୍ରୋଞ୍ଜ ଏବଂ ୩ଥର ବିଶ୍ୱ ଚାମ୍ପିୟନ ହୋଇ ସାରିଛନ୍ତି । ଶନିବାର ବଜରଙ୍ଗ ବ୍ରୋଞ୍ଜ ପାଇଁ ମୁକାବିଲା କରିବେ ।

ଆରମ୍ଭରୁ ବଜରଙ୍ଗ ପଂଏଟ ହାସଲ କରିଥିଲେ ମଧ୍ୟ ତାହା ତାଙ୍କୁ ବେଶି ସମୟ ଫାଇଦାରେ ରଖିପାରି ନ ଥିଲା । ଅଭିଜ୍ଞତାର ଭରପୂର ପ୍ରୟୋଗ କରି ଆଲିୟେଭ ମ୍ୟାଚରେ ବିଜୟୀ ହୋଇଥିଲେ । କ୍ୱାର୍ଟର ଫାଇନାଲରେ ପୁନିଆ ଏସୀୟ ଚାମ୍ପିୟନଶିପ ବ୍ରୋଞ୍ଜ ପଦକ ବିଜେତା ଇରାନର ମୋର୍ଟିଜା ଘିୟାସୀଙ୍କୁ ହରାଇ ସେମିକୁ ଉନ୍ନୀତ ହୋଇଥିଲା ।

Leave A Reply

Your email address will not be published.