Latest Odisha News

BREAKING NEWS

ଅପେକ୍ଷାର ଅନ୍ତ ଘଟାଇ ରିଲିଜ ହେବାକୁ ଯାଉଛି “ସହିଦ ରଘୁ ସର୍ଦ୍ଦାର”

ଭୁବନେଶ୍ୱର: କରୋନା ମହାମାରୀର ତାଣ୍ଡବ ପରେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଫିଲ୍ମ “ସହିଦ ରଘୁ ସର୍ଦ୍ଦାର” । ଏହି ଫିଲ୍ମର ରିଲିଜକୁ ନେଇ ଓଡିଶା ଫିଲ୍ମ ଜଗତ ତଥା ଦର୍ଶକଙ୍କ ମନରେ ବେଶ କିଛି ମାସ ହେଲା କଳ୍ପନାଜଳ୍ପନା ଜାରି ରହିଥିଲା । ହେଲେ ଶେଷରେ କରୋନାର ଦ୍ୱିତୀୟ ଲହର କଟକଣା ଉଠିବା ପରେ ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଛି ।

ଦେବାଶିଷଙ୍କୁ ମୁଖ୍ୟ ଭୂମିକାରେ ନେଇ ଏହି ଫିଲ୍ମଟି ଅଗଷ୍ଟ ୧୬’ରେ ଦର୍ଶକଙ୍କ ସାମ୍ନାକୁ ଆସିବ । ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ କାବ୍ୟା, ରୁଦ୍ର, ଜୀନା, ସନ୍ତୋଷ, ସୁଧାକର ବସନ୍ତ ଓ ଟ୍ୱିଙ୍କିଲଙ୍କୁ ଦେଖିବାକୁ ମିଳିବ । ଦେଶର ସ୍ୱାଧିନତା ପାଇଁ ଜଣେ ସଂଗ୍ରାମୀଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବା ସହ ଅଭିନୟ କରିଛନ୍ତି ରାଜୀବ ମହାନ୍ତି ।

ତତ୍କାଳୀନ କଲିକତାରେ ଭାରତର ସ୍ୱାଧିନତା ପାଇଁ ଇଂରେଜଙ୍କ ବିରୋଧରେ ଲଢିଥିବା ସଂଗ୍ରାମୀ ରଘୁ ପଟ୍ଟନାୟକଙ୍କ ଅଜଣା କାହାଣୀକୁ ନେଇ ଫିଲ୍ମଟି ଆଗକୁ ବଢିଛି । ଡା. ବିଶ୍ୱନାଥ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମର ସଂଳାପ ରଚନା କରିଛନ୍ତି ଡା ରଜନୀରଂଜନ ଓ ସଙ୍ଗୀତ ଦେଇଛନ୍ତି ବିକାଶ ଶୁକ୍ଳା । ଫିଲ୍ମଟି ଦର୍ଶକଙ୍କ ନିକଟରେ ନିଶ୍ଚିତ ଭାବେ ଆଦୃତ ହେବ ବୋଲି କରିଏଟିଭ ହେଡ୍ ପ୍ରଣୟ ଜେଠୀ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.