Latest Odisha News

ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରୁ ୧୨ ପଜିଟିଭ ଚିହ୍ନଟ

ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ହୋଇଥିଲା । ଏଥିରେ ୧୨ ଜଣପଜିଟିଭ ଚିହ୍ନଟ ହୋଇଛନ୍ତି।

ପୁରୀ ଜିଲ୍ଲା ପ୍ରଶାସନ ଟୁଇଟ୍ ଜରିଆରେ ପ୍ରକାଶ କହିଛନ୍ତି ଯେ, ୫୫୬୯ ଜଣଙ୍କର ସ୍ୱାବ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୧୨ ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିଛି କେବଳ ସେହିମାନେ ହିଁ ବାହୁଡ଼ା ଯାତ୍ରାରେ ସାମିଲ ହୋଇ ପରିବେ । ଚଳିତ ବର୍ଷ ରଥଯାତ୍ରା ଭକ୍ତଙ୍କ ବିନା ଓ ପରିଚାଳନା ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରି କରାଯାଉଛି।

Leave A Reply

Your email address will not be published.