Latest Odisha News

BREAKING NEWS

ମଦ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ: ଯୁବକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ସଉରାପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମଦ ବିକ୍ରି ଘଟଣାକୁ କେନ୍ଦ୍ରକରି ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତ ଯୁବକ ଜଣଙ୍କ ହେଉଛନ୍ତି ଏସ୍. ରାଜୁ ଦୋରା (୩୨) । ତାଙ୍କର ସୋମବାର ଦିନ ମୃତ୍ୟୁ ହୋଇଛି l

ସୂଚନାନୁସାରେ, ଜୁନ ୧୬ ତାରିଖ ଦିନ ସଉରାପଲ୍ଲୀ ଗ୍ରାମର ସୁଶାନ୍ତ ଦୋରା ତାଙ୍କ ୫ ଜଣ ସହଯୋଗୀଙ୍କ ସହ ମିଶି ରାଜୁ ଦୋରାଙ୍କ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ l

ଗଞ୍ଜାମ ଜିଲ୍ଲା ସୌରାପଲ୍ଲୀ ଗ୍ରାମରେ ମଦ ବିକ୍ରି କୁ ବନ୍ଦ କରିବା ଘଟଣାରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଆକ୍ରମଣର ଶୀକାର ହୋଇଥିବା ଯୁବକର ମୃତ୍ୟୁ।

ମୃତ ରାଜୁର ପତ୍ନୀ ଏସ୍. ଲାବଣ୍ୟ ଦୋରା ଦେଇଥିବା ଏତଲା ଅନୁଯାୟୀ, ଉକ୍ତ ୬ ଜଣଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜ୍ଜୁ କରିଛନ୍ତି l ରାଜୁର ମୃତ୍ୟୁ ପରେ ତାଙ୍କ ଶବକୁ ବ୍ରହ୍ମପୁର୍ ପୁଲିସ ଜବତ କରି ବ୍ଯବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଛି l ସେପଟେ ଏହି ଘଟଣାରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ କହିବା ମୁତାବକ ତଦନ୍ତ ରିପୋର୍ଟ୍ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ୍ କୁ ଆଧାର କରି ଦୋଷୀଙ୍କ ବିରୁଦ୍ଧରେ ହତ୍ୟାକାଣ୍ଡ ଦଫା ଲାଗିବ ବୋଲି ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି l ନିଜ ଗ୍ରାମରେ ମଦ ବନ୍ଦ କରିବା ପାଇଁ ରାଜୁ ଅଣ୍ଟା ଭିଡ଼ିବା ପରେ ସୁଶାନ୍ତ ଗୋଷ୍ଠୀ ମଧ୍ୟରେ ମଦ ବିକ୍ରି ବନ୍ଦ କରିବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ପରେ ରାଜୁ ଆକ୍ରମଣର ଶିକାର ହୋଇଥିଲା। ତାଙ୍କ ଅବସ୍ଥା ସାଙ୍ଘାତିକ ହେବାରୁ ତାଙ୍କୁ ପ୍ରଥମେ ସୁମଣ୍ଡଳ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ l ସେଠାରେ ଦୀର୍ଘ ୧୪ ଦିନ ଚିକିତ୍ସା ହେବା ପରେ ମେଡିକାଲରେ ରାଜୁର ମୃତ୍ୟୁ ଘଟିଛି l

Leave A Reply

Your email address will not be published.