Latest Odisha News

BREAKING NEWS

ଭାରତରେ ବଢୁଛି କରୋନା ମାମଲା: ୪୬୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା,୧୫ ଶହରୁ ଅଧିକ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଅନ୍ୟ ରାଷ୍ଟ୍ର ଗୁଡିକ ଭଳି ଭାରତରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ସୁଦ୍ଧା ୪୬,୪୩୩ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏଥିସହିତ କରୋନାଭାଇରସ ସଂକ୍ରମଣରେ ଏପର୍ଯ୍ୟନ୍ତ ୧୫୬୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୨୭୨୭ ଜଣ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ସରକାରୀ ରିପୋର୍ଟରେ ପ୍ରକାଶ ।

ଗତ ୨୪ ଘଣ୍ଟା ମଧ୍ୟରର ଭାରତରେ ୨୪ ଘଣ୍ଟାରେ ୩୯୦୦ ନୂଆ ଆକ୍ରାନ୍ତ ହୋଇଥିବା ବେଳେ ୧୯୫ ଜଣଙ୍କର ମୃତ ଘଟିଛି ।

କରୋନାରେ ଭାରତର ମହାରାଷ୍ଟ୍ର ରାଜ୍ୟ ସର୍ବାଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୭୪ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୫୪୮ ରେ ପହଞ୍ଚିଛି ।

Leave A Reply

Your email address will not be published.