Latest Odisha News

BREAKING NEWS

ସୁନ୍ଦରଗଡରେ ୧୫ ଶହ ଡେଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୫୧୧ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।

ପ୍ରଶାସନର ସୂଚନାନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦୧୧ଟି ଟେଷ୍ଟ କରାଯାଇଥିଲା । ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।

ଅଧିକ ପଢନ୍ତୁ- ୨୪ ଘଣ୍ଟାରେ ୧୪୩୪ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୩୫ ହଜାର ପାଖାପାଖି ପହଞ୍ଚିଲା ମୋଟ ସଂଖ୍ୟା

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୬୧୪ କରୋନା ମାମଲା ରହିଥିବା ବେଳେ ୮୮୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୧୦ଜଣ ମୃତ୍ୟୁ ବରଣ କରିଛନ୍ତି ।

ଅଧିକ ପଢନ୍ତୁ- ରାଜ୍ୟରେ ଗଡ଼ିଲା ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୁଣ୍ଡ; ମୋଟ ସଂଖ୍ୟା ଛୁଇଁଲା ୧୯୩

Leave A Reply

Your email address will not be published.