Latest Odisha News

BREAKING NEWS

ବାତିଲ ହେବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜ!

ମୁମ୍ବାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ବାତିଲ ହୋଇପାରେ । ଏଥିନେଇ ଅଫିସିଆଲ କୌଣସି ଘୋଷଣା ହୋଇ ନ ଥିଲେ ମଧ୍ୟ ବିସିସିଆଇ ଏହାକୁ ବାତିଲ କରିବା ନେଇ ଯୋଜନା କରୁଛି । ସେପ୍ଟେମ୍ବରରେ ଇଂଲଣ୍ଡ ଭାରତ ଗସ୍ତରେ ୩ ଦିନିକିଆ ଓ ୩ ଟି୨୦ ମ୍ୟାଚ ଖେଳିଥାନ୍ତା ।

କରୋନା ମହାମାରୀ ଏବେ ବି ନିୟନ୍ତ୍ରଣକୁ ଆସିପାରୁ ନ ଥିବାରୁ ଇଂଲଣ୍ଡ ଭାରତ ଗସ୍ତରେ ଆସିବା ନେଇ ରାଜି ନାହିଁ । ସେହିପରି ନ୍ୟୁଜିଲାଣ୍ଡ-ଏ ଦଳର ଗସ୍ତ ମଧ୍ୟ ବାତିଲ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ବିସିସିଆଇର ଔପଚାରିକା ଘୋଷଣାକୁ କେବଳ ଅପେକ୍ଷା କରାଯାଇଛି । ଇଂଲଣ୍ଡ ଯଦି ସବୁ କିଛି ଠିକ୍‌ଠାକ୍ ରୁହେ ତାହାହେଲେ ଆସନ୍ତା ବର୍ଷ ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବ ।

Leave A Reply

Your email address will not be published.