Latest Odisha News

BREAKING NEWS

ଅସଦାଚରଣ ଅଭିଯୋଗରେ ନନ୍ଦନକାନନ ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ

ଭୁବନେଶ୍ୱର: ନନ୍ଦନକାନନ ଥାନାର ପୂର୍ବତନ ଆଇଆଇସି ପରମାନନ୍ଦ ନାୟକଙ୍କୁ ‘ଅସଦାଚରଣ’ ଅଭିଯୋଗରେ ନିଲମ୍ବିତ କରାଯାଇଛି।

ଏନେଇ ଡିଜିପି ଗୁରୁବାର ସନ୍ଧ୍ୟାରେ ଟ୍ୱିଟ କରି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନାନୁସାରେ, ଉକ୍ତ ପୋଲିସ୍ ଷ୍ଟେସନର ଜଣେ ମହିଳା ସବ୍-ଇନ୍ସପେକ୍ଟର ଶ୍ରୀ ନାୟକଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ। ଏପରିକି ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବିଧିବଦ୍ଧ ଅଭିଯୋଗ କରିବା ପରେ ତାଙ୍କୁ ଧମକ ଚମକ ଦିଆଯାଉଥିବା ନେଇ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.