Latest Odisha News

BREAKING NEWS

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା ପଜିଟିଭ୍ ଚିହ୍ନଟ !

ନୂଆଦିଲ୍ଲୀ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାଆ ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି । ଉଭୟ ବର୍ତ୍ତମାନ ଅସୁସ୍ଥ ରହିଥିବା ଯୋଗୁଁ ଦିଲ୍ଲୀର ମାକ୍ସ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜ୍ୟୋତିରାଦିତ୍ୟଙ୍କ ଗଳାରେ କଷ୍ଟ ଅନୁଭବ ହୋଇଥିଲା ଏବଂ ତାଙ୍କୁ ମଧ୍ୟ ଜ୍ୱର ହୋଇଥିଲା । ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ପୂର୍ବରୁ ସିନ୍ଧିଆଙ୍କ ମାଆଙ୍କ କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା । ମାତ୍ର ସିନ୍ଧିଆଙ୍କ କରୋନା ଲକ୍ଷଣ ଶରୀରରେ ଦେଖାଯାଇଥିଲା ।

ଉମଙ୍ଗଳବାର ଦିନ ଉଭୟଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ଗତ ଚାରିଦିନ ହେଲା ଜ୍ୟୋତିରାଦିତ୍ୟ ଅସୁସ୍ଥ ଅନୁଭବ କରୁଥିଲେ ।

Leave A Reply

Your email address will not be published.