Latest Odisha News

ଲକଡାଉନ ଯୋଗୁଁ ବନ୍ଦ ହେଲା ମା’ ପାଟମଙ୍ଗଳାଙ୍କ ପ୍ରସିଦ୍ଧ ପାଟୁଆ ଯାତ୍ରା

ଭଦ୍ରକ: ମାରାତ୍ମକ କରୋନା ପାଇଁ ସାରାଦେଶରେ ଜାରି ରହିଛି ଲକଡାଉନ । କରୋନା ସଂକ୍ରମଣ ବିସ୍ତାରରେ ରୋକ ଲଗାଇବା ପାଇଁ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆ ଯାଉଛି ।

ସାମାଜିକ ଦୂରତା ରକ୍ଷା କରାଇବା ପାଇଁ ବିଭିନ୍ନ ମେଳା, ମହୋତ୍ସବକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି ।

ତେବେ ଲକଡାଉନକୁ ଦୃଷ୍ଟିରୁ ରଖି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ଘଣ୍ଟେଶ୍ୱର ଅଞ୍ଚଳର ଆରାଧ୍ୟ ଦେବୀ ମା’ ପାଟମଙ୍ଗଳାଙ୍କ ପ୍ରସିଦ୍ଧ ପାଟୁଆ ଯାତ୍ରାକୁ ମଧ୍ୟ ବନ୍ଦ କରାଯାଇଛି । ଏନେଇ ମନ୍ଦିର କମିଟି ପକ୍ଷରୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୂଚନା ଦିଆଯାଇଛି ।

ଏହି ଅବସରରେ କେବଳ ରୀତିନୀତି ଅନୁସାରେ ମା’ଙ୍କ ପୂଜା କରାଯିବ ବୋଲି ଜଣାପଡ଼ିଛି ।

ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ନଆସି ନିଜ ଘରେ ରହି ମା’ଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

ପ୍ରତ୍ୟେକ ବର୍ଷ ମହାବିଷୁବ ସଂକ୍ରାନ୍ତି(ପଣା ସଂକ୍ରାନ୍ତି) ଅବସରରେ ମା’ ପାଟଣମଙ୍ଗଳାଙ୍କ ପାଟୁଆ ଯାତ୍ରା ସହ ସାତ ଦିନ ଯାଏଁ ମେଳା ଅନୁଷ୍ଠିତ ହୋଇଥାଏ । ହଜାର ହଜାର ସଂଖ୍ୟାରେ ମାନସିକଧାରୀ ମା’ଙ୍କ ନିକଟରେ ପାଟୁଆ ହୋଇ ନିକଟସ୍ଥ ପୋଖରୀରେ ବୁଡ଼ ପକାଇଥାନ୍ତି ।

ଫୋଟୋ ସୌଜନ୍ୟ: (ସୋସିଆଲ ମିଡିଆ)

Leave A Reply

Your email address will not be published.