Latest Odisha News

BREAKING NEWS

ଓଡ଼ିଶାରେ କିପରି ପାଳନ କରାଯାଏ ମକର ସଂକ୍ରାନ୍ତି…

ଭୁବନେଶ୍ୱର: ସଂସ୍କୃତିର ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ସେଥିରୁ ‘ମକର ସଂକ୍ରାନ୍ତି’ ଅନ୍ୟତମ। ଓଡିଶାର ସବୁଠାରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଗୃହର ଦେବାଦେବୀ ଓ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ବିଭିନ୍ନ ମନ୍ଦିରରେ ମକର ଚାଉଳ ପ୍ରଦାନ କରିବା ସହିତ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ଲୋକମାନେ ପରସ୍ପର ମଧ୍ୟରେ ମକର ଚାଉଳ ବାଣ୍ଟି ବନ୍ଧୁତା ସ୍ଥାପନ କରିଥାନ୍ତି ଏବଂ ନିଜ ନିଜ ମଧ୍ୟରେ ମକର ଡକା ଡକି ହେବାର ପରମ୍ପରା ମଧ୍ୟ ରହିଛି ।

ପୂଜାର୍ଚ୍ଚନା:

ଏହି ମକର ଚାଉଳକୁ ସୂର୍ଯ୍ୟ ଭଗବାନଙ୍କୁ ନୈବେଦ୍ୟ ଭାବେ ଅର୍ପଣ କରାଯାଏ। ଏହିଦିନ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ଦେବତାଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ବିଶେଷ ରୀତି-ନିତିରେ ପୂଜାର୍ଚ୍ଚନା ହୋଇ ବିଭିନ୍ନ ଭୋଗ ଲାଗି ହୋଇଥାଏ।

ମକର ଚାଉଳ:

ମକର ସଂକ୍ରାନ୍ତି ଦିନ ବନ୍ଧୁତ୍ୱର ସମ୍ପର୍କକୁ ମଜବୁତ୍‍ କରିବା ପାଇଁ ବନ୍ଧୁମାନେ ପରସ୍ପର ହାତରେ ସୂତା ବାନ୍ଧିବା ସହ ପରସ୍ପରକୁ ମକର ଚାଉଳ ଖୁଆଇ ଥାଆନ୍ତି।

ଗୁଡିଉଡା:

ରାଜ୍ୟର କିଛି ସ୍ଥାନରେ ଲୋକେ ଏହି ଦିନରେ ଗୁଡ଼ି ଉଡ଼ାଇ ମଉଜମସ୍ତି କରିଥାଆନ୍ତି। ଗୁଡ଼ି ଉଡ଼ାଣର ପ୍ରତିଯୋଗୀତା ମଧ୍ୟ ଏହିଦିନରେ କରାଯାଏ। ଏଥିସହିତ ବିଭିନ୍ନ ସ୍ଥାନରେ ମକର ମେଳା ଆୟୋଜିତ ହୋଇଥାଏ।

Leave A Reply

Your email address will not be published.