Latest Odisha News

BREAKING NEWS

ଓଡ଼ିଆ ଘରର ସୁଆଦିଆ କାକରା ପିଠାର ଇତିହାସ ଓ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ମଧ୍ୟରୁ କାକରା ପିଠା ଅନ୍ୟତମ । ଏହା ମଇଦା, ଗୁଡ଼ ଓ ନଡ଼ିଆରୁ ତିଆରି କରାଯାଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣୀରେ ତିଆରି ପ୍ରସ୍ତୁତ ହୋଇଥାଏ ।

ଇତିହାସ:

୧୮୧୦ ମସିହାରେ ଖଣ୍ଡପଡ଼ା ଗଡ଼ଜାତର ଶାସନ ଭାର ରାଜା ପୁରୁଷୋତ୍ତମ ମର୍ଦ୍ଦରାଜ ନେଇଥିଲେ । ଜଗନ୍ନାଥ ସଂସ୍କୃତି ଜନାଦୃତ କରିବା ଉଦ୍ଦେଶରେ ରାଜାମାନେ ପ୍ରଜାଙ୍କ ଭାବନାକୁ ଆଖିରେ ରଖି ବିଭିନ୍ନ ପୂଜାପର୍ବାଣି ମାନ ଯୋଡ଼ିଥିଲେ ।

ସେ ଦଧିବାମନ ଓ ଜଗନ୍ନାଥ ମନ୍ଦିରମାନଙରେ ପ୍ରଥମଥର ପାଇଁ ପୁର କାକରା ଓ ବସା ଦହି ଭୋଗ ଯୋଡ଼ିଥିଲେ । ଖଣ୍ଡପଡ଼ାରେ ଏହି ଭୋଗ ଅଜିଯାଏ ନିଆରା ପରମ୍ପରା ଭାବେ ପରିଚିତ ହେଉଛି ।

ଖଣ୍ଡପଡ଼ା ପୁର କାକରା:

ଏଇ ପୁର କାକରା ତିଆରି ପାଇଁ ଅଟାର କାକରା କରାଯାଇ ସେଥିରେ ନଡ଼ିଆପୁର ଦିଆଯାଏ । ନଡ଼ିଆ ପୁରକୁ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ଚିନି ଓ ଘିଅ ମିଶାଯାଇ ଭଜାଯାଇଥାଏ । ଅଧିକ ସ୍ୱାଦିଷ୍ଟ କରିବା ପାଇଁ ପରେ ସେଥିରେ ଗୋଲମରିଚ ଓ କର୍ପୂର ମଧ୍ୟ ପକାଯାଇଥାଏ ।

ପ୍ରକାର:

ବିଭିନ୍ନ ପ୍ରକାର କାକରା ପିଠା କରାଯାଏ । ସେଗୁଡ଼ିକ ହେଲା; ସୂଜି କାକରା, ଚାଉଳ ଚୂନା କାକରା, ମଉଦା କାକରା, ଅଟା କାକରା, ପୁର କାକରା ଇତ୍ୟାଦି । ଏସବୁର ପ୍ରସ୍ତୁତି ପ୍ରଣାଳୀ ପ୍ରାୟ ସମାନ ।

ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ଆବଶ୍ୟକୀୟ ଉପାଦାନ:

ଚାଉଳ ଚୁନା

ଗୁଡ଼

ନଡ଼ିଆ

ଗୋଲ ମରିଚ, ଅଳେଇଚ/ଗୁଜରାତି, ଲବଙ୍ଗ

ତେଲ/ଘିଅ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପାଣି ଓ ଗୁଡ଼/ଚିନିକୁ ମିଶାଇ ଗରମ କରାଯାଏ ଓ ସେଥିରେ ମଇଦାକୁ ଗୋଳାଯାଏ । ଏହି ପ୍ରକିୟାକୁ ଜନ୍ତଣି କୁହାଯାଏ ।

ତାପରେ କିଛି ଘିଅ କି ଗରମ କରାଯାଇ ସେଥିରେ ଗୋଲମରିଚ, ଗୁଜରାତି, ଲବଙ୍ଗର ଗୁଣ୍ତକୁ ମିଳାଯାଏ ଏବଂ ପରେ କୋରା ନଡ଼ିଆ ମିଶାଇ କିଛି ସମୟ ଭଜା ଯାଇଥାଏ ।

ଏହି ଜନ୍ତଣିରୁ ପିଠା ଆକାରରେ ଛୋଟ ଛୋଟ ଗୁଳା ତିଆରି କରାଯାଇ ସେଥିରେ ଭଜା ହୋଇଥିବା ନଡ଼ିଆ ପୁର ମିଶାଇ ପିଠା ଗଢ଼ା ହୋଇଥାଏ ତାପରେ ତାକୁ ଗରମ ତେଲରେ ଛଣା ଯାଏ ।

Leave A Reply

Your email address will not be published.