Latest Odisha News

BREAKING NEWS

ଆଜିଠୁ କାଉଣ୍ଟରରେ ମିଳିଲା ମଦ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଅଫଲାଇନରେ ଆରମ୍ଭ ହୋଇଛି ମଦ ବିକ୍ରି । ଖୋଲିଛି କାଉଣ୍ଟର । ସିଧାସଳଖ ମଦ କିଣିପାରିବେ ଗ୍ରାହକ । କିନ୍ତୁ କିଛିଟା କଟକଣା ମାନିବାକୁ ହେବ । ଉଭୟ ଗ୍ରାହକ ଓ ଦୋକାନୀଙ୍କ ପାଇଁ କିଛି ନିର୍ଦ୍ଦେଶାନାମା ଜାରି ହୋଇଛି । ନିମୟ ଭାଙ୍ଗିଲେ ସିଲ୍ ହେବ ମଦ ଦୋକାନ ।

ଆଜିଠାରୁ ସକାଳ ୭ଟାରୁ ଆରମ୍ଭ ହୋଇଛି କାଉଣ୍ଟରରେ ମଦ ବିକ୍ରି । ସନ୍ଧ୍ୟା ୬ଟା ଭିତରେ ଦୋକାନରୁ ସିଧାସଳଖ ମଦ କିଣି ପାରିବେ ଗ୍ରାହକ । ସୁବିଧାରେ ମଦ କିଣିବା ପାଇଁ ନୂଆ ବ୍ୟବସ୍ଥା ହୋଇଛି । ପ୍ରଥମ ସ୍ଲଟ ବୁକିଂ କରିବେ । ଏହାପରେ ଦିଆଯାଇଥିବା ସମୟ ଅନୁସାରେ ଜଣେ କାଉଣ୍ଟରରୁ ମଦ ଆଣି ପାରିବେ ।

ଗ୍ରାହକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ । ସେହିପରି ମଦ ଦୋକାନ ମାଲିକ ଓ କର୍ମଚାରୀ ବି ମାସ୍କ ପିନ୍ଧିବେ । ଦୋକାନ ଆଗରେ ବ୍ୟାରିକେଡ ବ୍ୟବସ୍ଥା କରିବେ ମାଲିକ । ଗ୍ରାହକଙ୍କୁ ସାମାଜିକ ଦୂରତା ରକ୍ଷା ପାଇଁ ସଚେତନ କରାଇବେ ।

ପ୍ରଥମ ପର‌୍ୟ୍ୟାୟ ଲକଡାଉନ୍ ଘୋଷଣା ପରେ ମାର୍ଚ୍ଚ ୨୫ରୁ ମଦ ବିକ୍ରି ବନ୍ଦ ରହିଥିଲା । ମେ ମାସରେ ଅନଲାଇନରେ ମଦ ବିକ୍ରି ପାଇଁ ଅନୁମତି ଦେଇଥିଲେ ରାଜ୍ୟ ସରକାର । ଏବେ ଅଫଲାଇନ ମଦ ବିକ୍ରି ଆରମ୍ଭ ହୋଇଛି ।

Leave A Reply

Your email address will not be published.