Latest Odisha News

BREAKING NEWS

ଅନ୍‌ଲକ୍‌-୨ରେ ଅଧିକ ସତର୍କତା ଜରୁରୀ: ମୋଦୀ

ନୂଆଦିଲ୍ଲୀ: କରୋନା କଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଷଷ୍ଠଥର ପାଇଁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, କରୋନା ବିଶ୍ଵ ମହାମାରୀ ସହ ଲଢି ଲଢି ଆମେ ଅନଲକ୍‌-୨ରେ ପ୍ରବେଶ କରିଛେ। ଅନଲକ୍‌-୧ ପରଠାରୁ ଆମ ଲୋକମାନେ ଅସତର୍କ ହେବା ଦେଖାଯାଇଛି। ଯେବେ ସତର୍କ ହେବା ଜରୁରୀ ସେବେ ଅସତର୍କ ହେଲେ ତାହା ଚିନ୍ତା ଜନକ। ତେଣୁ ଅନ୍‌ଲକ୍‌-୨ରେ ଅଧିକ ସତର୍କତା ଜରୁରୀ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ,ଆମେ ସହି ପାଣିପାଗରେ ପ୍ରବେଶ କରୁଛନ୍ତି, ଯେଉଁ ସମୟରେ ଲୋକଙ୍କୁ ଥଣ୍ଡା, କାଶ, ବ୍ୟଥା  ହୋଇଥାଏ। ଏମିତିରେ ମୋର ଆପଣଙ୍କୁ ପ୍ରାର୍ଥନା ଯେ ଏମିତି ସମୟରେ ନିଜର ଯନ୍ତ୍ର ନିଅନ୍ତୁ। ଯଦି କରୋନା ମୃତ୍ୟୁହାର ଦେଖିବା ତେବେ ଅନେକ ଦେଶ ତୂଳନାରେ ଭାରତର ସ୍ଥିତି ଅପେକ୍ଷା କୃତ ଭଲ ରହିଛି।

ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ରାଷ୍ଟ୍ରକୁ  ସମ୍ବୋଧିତ କରି କହିଛନ୍ତି, ଅନଲକ୍‌ ୧ ହେବା ପରଠୁ ଲୋକେ ବେପରୁଆ ହୋଇ ଗଲେଣି। କରୋନାରୁ ବଞ୍ଚିବା ପାଇଁ ଏବେ ଆମକୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ଲକ୍‌ଡାଉନ୍‌ ସମୟରେ ବହୁତ ଗୁରୁତର ସହ ନିୟମର ପାଳନ କରାଯାଇଥିଲା। ଏବେ ସରକାରଙ୍କୁ, ସ୍ଥାନୀୟ ପ୍ରଶାସନଙ୍କୁ, ଦେଶର ନାଗରିକଙ୍କୁ ପୁଣି ଥରେ ପୂର୍ବପରି ସତର୍କତା ଦେଖାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି. ।

ପ୍ରଧାମନ୍ତ୍ରୀ କଣ୍ଟେନମେଣ୍ଟ ଜୋନ୍‌ରେ ବହୁତ ଧ୍ୟାନ ଦେବାକୁ ଅପିଲ୍ କରିଛନ୍ତି। ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ବୁଝାଇବାକୁ ପଡ଼ିବ । ଗାଁ ପ୍ରଧାନ ହୁଅନ୍ତୁ ଅବା ଦେଶର ପ୍ରଧାନମନ୍ତ୍ରୀ, ଆଇନ୍ ଆଖିରେ ସମସ୍ତେ ସମାନ ନିୟମ ଭାଙ୍ଗିଲେ ପ୍ରଶାସନ ଦୃଢ ପଦକ୍ଷେପ ନେଉ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.