ନୂଆଦିଲ୍ଲୀ: ଶେଷରେ ବନ୍ଦ ହେଲା ସବୁ ବାଟ । ଖାରଜ ହେଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଛନ୍ତି । ସୋମବାର ଅପରାହ୍ନରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।
ଆଜି ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ଦୋଷୀ ପବନ ଗୁପ୍ତା ରାଜକ୍ଷମା ଲାଗି ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲା । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ପବନର କ୍ୟୁରେଟିଭ ପିଟିସନ ଖାରଜ କରିଥିଲେ ।
ସେପଟେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ମଧ୍ୟ ଫାଶୀ ତାରିଖ ଘୁଂଚାଇବାକୁ ମନା କରିଦେଇଛନ୍ତି । ଆସନ୍ତାକାଲି ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି କୋର୍ଟ । ଫାଶୀ ତାରିଖ ଘୁଂଚାଇବା ପାଇଁ ଦୋଷୀମାନେ ଆବେଦନ କରିଥିଲେ । ତେବେ ଏହାକୁ କୋର୍ଟ ଆଗ୍ରାହ୍ୟ କରିଛନ୍ତି ।
ତେବେ ଆସନ୍ତାକାଲି ସକାଳ ୬ଟାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ଏକ ପ୍ରକାରର ସୁନିଶ୍ଚିତ ହୋଇଥିବା ଜଣାପଡିଛି ।
BREAKING NEWS
- ଗୁଗୁଲରେ ଦଳୀୟ ପ୍ରଚାର ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ କରି ପ୍ରଥମରେ ବିଜେପି
- ତେଜସ୍ୱୀ ସୂର୍ଯ୍ୟାଙ୍କ ନାଁରେ ମାମଲା ରୁଜୁ, ଧର୍ମ ନାଁରେ ଭୋଟ୍ ମାଗୁଥିବା ଅଭିଯୋଗ
- ଜମୁଛି ନିର୍ବାଚନୀ ପ୍ରଚାର ମୈଦାନ; ଜଗତସିଂହପୁରରେ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀଙ୍କୁ ଭୋଟ୍ ଭିକ୍ଷା କଲେ ପ୍ରଶାନ୍ତ ଓ ଚିରଞ୍ଜୀବ
- ତତଲା କଡେଇରେ ସିଝୁଛି ଓଡିଶା, ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର
- ବିଜେଡି ଯୁବ ଉପସଭାପତି ରାକେଶ ନାୟକଙ୍କ ସହ ପଦ୍ମ ଧରିଲେ ବହୁ ନେତା ଓ କର୍ମୀ
- ଧୋନୀ କରିବେ କି କମବ୍ୟାକ୍?
- ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ମିଶିଲେ ବିଧାୟକ ପର୍ଶୁରାମ ଧଡା
- ସୋପୋରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ୨ ଆତଙ୍କୀ ନିପାତ
- ଚିତ୍ରକୋଣ୍ଡା ସମର : ସବୁ ଦଳଙ୍କ ନଜର
- ନବରଙ୍ଗପୁରରେ ଖୁଡି-ପୁତୁରା ଲଢେଇ