Latest Odisha News

BREAKING NEWS

ଚୀନ ବିରୋଧରେ ହଂକଂରେ ଜୋରଦାର ପ୍ରଦର୍ଶନ

ବେଜିଂ: ଚୀନର ଜୋର ଜବରଦସ୍ତ ନୀତିକୁ ହଂକଂ ଖୋଲିଖୋଲି ଭାବେ ବିରୋଧ କରି ଆସୁଛି । ଧିରେ ଧିରେ ଏହି ବିରୋଧ ତୀବ୍ର ହେବାରେ ଲାଗିଛି । ରିପୋର୍ଟ ମୁତାବକ ନ୍ୟାଶନାଲ ସିକ୍ୟୁରିଟି କାନୁନ ବିରୋଧରେ ହଂକଂରେ ଜୋରଦାର ପ୍ରଦର୍ଶନ ଜାରି ରହିଛି । ପୋଲିସ ପ୍ରଦର୍ଶନକୁ ନିୟନ୍ତ୍ରଣ କରି ନ ପାରିବାରୁ କଠୋର ଉପାୟ ଅବଲମ୍ବନ କରିଥିଲା ।

ଅପରପକ୍ଷରେ ଯେତେ ପ୍ରଦର୍ଶନ ହେଲେ ମଧ୍ୟ ଉପରୋକ୍ତ କାନୁନ ହଂକଂରେ ଲାଗୁ ହେବ ବୋଲି ଚୀନ ସରକାର ସ୍ପଷ୍ଟ କରିଛି । ହଂକଂର ଚୀନ ବିରୋଧରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି । ଯାହାକି ଚୀନ ପ୍ରଧାନମନ୍ତ୍ରୀ ଜିନ ପିଙ୍ଗଙ୍କ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ବର୍ତମାନ ପରିସ୍ଥିତିରେ ଚୀନ ତାର ସମସ୍ତ ପଡୋଶୀ ଦେଶ ସହିତ ଅଶାନ୍ତିକର ପରିସ୍ଥିତି ସୃଷ୍ଟି କରିଛି । ଲଦ୍ଦାଖ ନେଇ ଭାରତ ଓ ଚୀନ ମଧ୍ୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । ଏହି ଘଟଣାରେ ଆମେରିକା ଭାରତ ସପକ୍ଷରେ ମୁହଁ ଖୋଲିଛି ।

Leave A Reply

Your email address will not be published.