Latest Odisha News

BREAKING NEWS

ଆସନ୍ତାକାଲି ଅକ୍ଷୟ ତୃତୀୟା: ଶ୍ରୀମନ୍ଦିର ବାହାରବେଢାରେ ଅନୁକୂଳ ହେବ ରଥକାଠ

ପୁରୀ: ଶ୍ରୀମନ୍ଦିର ପରିସର ମଧ୍ୟରେ ଥିବା ବାହାରବେଢାରେ ନିର୍ମିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ୩ ରଥର ନିର୍ମାଣ କାର୍ଯ୍ୟ ଆନନ୍ଦବଜାର ପଛପଟକୁ ଥିବା ଚାହାଁଣୀ ମଣ୍ଡପ ଏବଂ ସ୍ନାନ ମଣ୍ଡପ ନିକଟରେ ହେବ ।

 

ପୁରୀ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା ପର୍ବ ଓ ପାରମ୍ପରିକ ନୀତି ଶ୍ରୀମନ୍ଦିର ମଧ୍ୟରେ ଅନୁଷ୍ଠିତ ହେବା ନେଇ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଥିଲେ ।

ଶନିବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ତଥା ସେବାୟତ ଗୋଷ୍ଠୀଙ୍କ ସହିତ ଆଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଅଧ୍ୟକ୍ଷତା କରିଥିଲେ ।

ଏନେଇ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରଥକାଠ ଅନୁକୂଳ ସାଧାରଣତଃ ଦୁଇଜଣ ବରିିଷ୍ଠ ସେବାୟତ ଏବଂ ସ୍ତ୍ରୋତୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ । ମାତ୍ର, ଚଳିତ ବର୍ଷ ଏହି ନୀତିକୁ ଏଥର ୭ଜଣ ପୁରୋହିତ ସମ୍ପାଦନ କରିବେ ।

ମୁଖ୍ୟ ମନ୍ଦିରରୁ ବାହାରବେଢାକୁ ଶ୍ରୀଜୀଉମାନେ କିପରି ଯିବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ବିମାନବଡୁ ନିଯୋଗ ସଭାପତି ଫକୀର ପଣ୍ଡା କହିଛନ୍ତି ଯେ, ଠାକୁରମାନେ ବାହାରବେଢାକୁ ଆସିବେ ନାହିଁ ବରଂ ଶ୍ରୀଜୀଉଙ୍କଠାରୁ ଆଜ୍ଞାମାଳ ବାହାରବେଢାକୁ ଆସିବ ।

“ଗର୍ଭଗୃହରେ ଥିବା ଠାକୁରଙ୍କ ଆଜ୍ଞାମାଳକୁ ବିମାନବଡୁ ସେବାୟତମାନେ ପାଲିଙ୍କିରେ ବାହାରବେଢାକୁ ଆଣିବେ । ଏଥର ସାମାଜିକ ଦୂରତ୍ୱ ରକ୍ଷା ଲାଗି ଏହି ନୀତି ଲାଗି ତଥା ସରକାରଙ୍କ ନିୟମ ପାଳନ କରାଯ୍ଧବ ବିମାନବଡୁ ସେବାୟତଙ୍କ ସଂଖ୍ୟାକୁ ହ୍ରାସ କରାଯାଇଛି ।” ଏହା କହିଛନ୍ତି ବିମାନବଡୁ ନିଯୋଗର ସଭାପତି ।

Leave A Reply

Your email address will not be published.