Latest Odisha News

BREAKING NEWS

ଅଜବ ଦେଶର ଗଜବ ନୀତି : ଚୀନ ରାଷ୍ଟ୍ରପତିଙ୍କ ଭଳି ଦେଖାଯାଉଥିବାରୁ କଳାକାରଙ୍କ ଉପରେ କଟକଣା

ବେଜିଂ: ଅଜବ ଦେଶର ଗଜବ ନୀତି । ଚୀନରେ ଜଣେ କଳାକାର ରାଷ୍ଟ୍ରପତି ସିଜ ଜିନପିଙ୍ଗଙ୍କ ଭଳି ଦେଖାଯାଉଥିବାରୁ ତାଙ୍କ ଉପରେ ସମସ୍ତ ପ୍ରକାର କଟକଣା ଲଗାଯାଇଛି । ୬୩ ବର୍ଷୀୟ ଅପରୋ ଗାୟକ ଲିୟୁ କେକିଙ୍ଗର ଏତିକି ମାତ୍ର ଭୁଲ ସେ ଜିନ ପିଙ୍ଗଙ୍କ ଭଳି ଦେଖାଯାଉଛନ୍ତି । ସୋସିଆଲ ମିଡିଆ ବ୍ୟବହାର ସେ କରିପାରିବେ ନାହିଁ ବୋଲି କୁହାଯାଇଛି । ଲିୟୁଙ୍କୁ ୪୧୦୦୦ ଲୋକ ଫଲୋ କରୁଥିଲେ ।

ସୂଚନାଯୋଗ୍ୟ, ଚୀନରେ ନିୟମ ଅଛି ଯଦି କେହି ରାଷ୍ଟ୍ରପତିଙ୍କ ଭଳି ଦେଖାଯାଉଥିବେ ତାହାହେଲେ ସିଏ ସୋସିଆଲ ମିଡିଆରେ ଆସିପାରିବେ ନାହିଁ । ଲିୟୁଙ୍କ ଟିକଟକ ଭିଡିଓ ବେଶ୍ ଲୋକପ୍ରିୟ ହୋଇଥାଏ । ନିକଟରେ ସେ ଶେୟାର କରିଥିବା ଶେଷ ଭିଡିଓକୁ ମଧ୍ୟ ଡିଲିଟ କରି ଦିଆଯାଇଛି ।

Leave A Reply

Your email address will not be published.