Latest Odisha News

BREAKING NEWS

ଶ୍ୱାସରୁଦ୍ଧ ହୋଇ ଗଜପତିରେ ୩ ଭାଇ ମୃତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଅଡବାସ୍ଥିତ ବିରିକୋଟ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଣ୍ଡରଗ୍ରାଉଣ୍ଡ ଘର ଭିତରେ ଶ୍ୱାସରୁଦ୍ଧ ହୋଇ ତିନି ଭାଇଙ୍କ ଦେହାନ୍ତ ଘଟିଛି।

ମୃତକଙ୍କ ନାମ ବିପ୍ର ମାଝି, ସଞ୍ଜୀବ ମାଝି ଏବଂ ଜିତୁ ମାଝି ବୋଲି ଜଣାପଡିଛି।

ପୋଲିସର ସୂଚନାନୁସାରେ, ବିପ୍ର ଘରର କିଛି ସାମଗ୍ରୀ ରଖିବା ପାଇଁ ରାତି ପ୍ରାୟ ୮ଟା ସମୟରେ ତାଙ୍କ ଘର ଭିତରେ ଥିବା ୬ ଫୁଟର ଅଣ୍ଡରଗ୍ରାଉଣ୍ଡ ଚାମ୍ବର ମଧ୍ୟକୁ ଯାଇଥିଲେ। ପରେ ସେ ନଫେରିବାରୁ ତାଙ୍କର ଆଉ ଦୁଇ ଭାଇ ତା ଭିତରକୁ ଯାଇଥିଲେ।

କିନ୍ତୁ ସେମାନେ ମଧ୍ୟ ଫେରି ନଥିଲେ। ପରେ ପରିବାର ସଦସ୍ୟ ତିନି ଭାଇଙ୍କୁ ଦଉଡି ସାହାଯ୍ୟରେ ଚାମ୍ବରରୁ ବାହାରକୁ ଆଣି ବିରିକୋଟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ମୋହନାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଯେଉଁ ଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ତିନି ଭାଇଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.