Latest Odisha News

BREAKING NEWS

ବିିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପୁଣି ଟ୍ରମ୍ପଙ୍କ ଟାର୍ଗେଟ, ଦେଲେ ୩୦ ଦିନର ମହଲତ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଟାର୍ଗେଟ କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୁ ଆମେରିକା ୩୦ ଦିନର ମହଲତ ଦେଇଛି । ଯଦି ଆଗାମୀ ୩୦ ଦିନ ଭିତରେ ଆଖିଦୃଶିଆ ପଦକ୍ଷେପ ନିଆ ନଯାଏ ତେବେ ପାଣ୍ଠିକୁ ପୁରାପୁରି ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଛି ଆମେରିକା ।

ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଆମେରିକାର ସଦସ୍ୟତା ନେଇ ପୁୁନର୍ବିଚାର କରାଯିବ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧନମଙ୍କୁ ଚିଠି ଲେଖିଛନ୍ତି।

ଆମେରିକାର ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରୁଥିବା ଏକ ସଂସ୍ଥାକୁ ଆମେରିକାର କରଦାତାଙ୍କ ଅର୍ଥ ଦିଆଯିବ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛନ୍ତି। ଆମେରିକା ପକ୍ଷରୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ଦିଆଯାଉଥିବା ପାଣ୍ଠିକୁ ଏବେ ସାମୟିକ ସ୍ଥଗିତ କରାଯାଇଛି । କରୋନା ସଂକ୍ରମଣ ରୋକିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସଠିକ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.