Latest Odisha News

BREAKING NEWS

ପିପିଲିରେ ଦନ୍ତାହାତୀ ଉତ୍ପାତ: ୩ ମୃତ

ପିପିଲି: ପୁରୀ ଜିଲ୍ଲା ପିପିଲି ବ୍ଲକରେ ରବିବାର ସକାଳୁ ବଣୁଆ ଦନ୍ତାହାତୀ ଆକ୍ରମଣରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏଥିରେ ଏବଂ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡିଛି ।

ମୃତକ ମାନେ ହେଉଛନ୍ତି ଚନ୍ଦ୍ରଦେଈପୁର ଗ୍ରାମପଞ୍ଚାୟତ ମକର ପଲେଇ(୬୫), ବଳଙ୍ଗା ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅଞ୍ଚଳ ଯୁଗଳକିଶୋର ଭଟ୍ଟ (୬୦) ଏବଂ ରାଜତେଇ ଗାଁର ଚୈତନ୍ୟ ସାହୁ (୪୫)।

ପ୍ରାପ୍ତ ସୂଚନା ଅନୁଯାୟୀ, ଚୈତନ୍ୟ ସାହୁ ଓ ଯୁଗଳକିଶୋର ସକାଳୁ ଶୌଚ ହେବାକୁ ଯାଉଥିବା ବେଳେ ଦନ୍ତାହାତୀ ତାଙ୍କୁ ଦଳି ଦେଇଥିଲା ।

ସକାଳ ପ୍ରାୟ ଛଅଟା ବେଳେ ମକର ତାଙ୍କ ବିଲରେ ବାଇଗଣ ଓ ମକା କିଆରୀରେ କୋଡ଼ାଖୁଷା କରୁଥିବା ବେଳେ ହାତୀଟି ତାଙ୍କୁ କଚାଡ଼ି ମାରି ଦେଇଛି ।

ଏବେ ସମ୍ପୃକ୍ତ ଦନ୍ତାହାତୀଟି ରାଜତଇ ଗାଁ’ର ଏକ ଜଙ୍ଗଲିଆ ଅଞ୍ଚଳରେ ପଶି ରହିଛି। ଶନିବାର ରାତି ପ୍ରାୟ ୧୨ଟା ବେଳେ ଏହି ଦନ୍ତାହାତୀ ଟି ଡେଲାଙ୍ଗ ଅଞ୍ଚଳରେ ବୁଲାବୁଲି କରୁଥିବାର ଲୋକ ଦେଖିଥିବା ବେଳେ। ରାତାରାତି ସେ ଡେଲାଙ୍ଗ ଅତିକ୍ରମ କରି ପିପିଲିକୁ ଚାଲି ଆସି ସକାଳୁ ଉତ୍ପାତ ଆରମ୍ଭ କରିଛି।

Leave A Reply

Your email address will not be published.