Latest Odisha News

BREAKING NEWS

Yearly Archives

2018

‘ବନ୍ଦେ ଉତ୍କଳ ଜନନୀ’ ପ୍ରସଙ୍ଗ: ‘ଓଡ଼ିଶା-ଉତ୍କଳ’କୁ ନେଇ ବିବାଦ ତେଜିଲା

ଭୁବନେଶ୍ୱର : ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟର ଜାତୀୟ ଗାନ କରିବାକୁ ଦାବୀ ହୋଇଥିଲା । ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ ବିଚାର ବିମର୍ଶ କରୁଛନ୍ତି ବୋଲି କହିଥିଲେ । କିନ୍ତୁ ଏହାକୁ ନେଇ ବିବାଦ ଆରମ୍ଭ ହେଲା ଯେତେବେଳେ…

ଏସୀୟ କ୍ରୀଡ଼ା: ଓଡ଼ିଆ ଝିଅ ଋତୁପର୍ଣ୍ଣା ଭାରତୀୟ ବ୍ୟାଡ଼ମିଣ୍ଟନ ଦଳରେ ସାମିଲ

ଭୁବନେଶ୍ୱର: ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କ ଲାଗି ଖୁସିର ଖବର । ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ବ୍ୟାଡ଼ମିଣ୍ଟନ ମହିଳା ଜାତୀୟ ଦଳକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ପୂର୍ବରୁ ଓଡ଼ିଶାର ଖେଳାଳିମାନେ ହକି, ରଗବୀ, କ୍ରିକେଟ, ଆଥଲେଟିକ୍ସ,…

୨ ତାରିଖରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆସନ୍ତା ଜୁଲାଇ ୨ ତାରିଖରୁ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଦିନ ଏସମ୍ପର୍କରେ ଏକ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ପ୍ରକୋଷ୍ଠ ପୂର୍ବ ପରି ଖୋଲିଲେ…

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ପ୍ରସଙ୍ଗ: ଏସମ୍ପର୍କରେ କୌଣସି ଚିଠି ପାଇନଥିବା କହିଲେ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁରୀ ଶ୍ରୀମନ୍ଦିରରେ ସପତ୍ନୀକ ଦର୍ଶନ କରିବାକୁ ଆସିଥିଲେ ଭାରତର ମହାମାନ୍ୟ ରାଷ୍ଟ୍ରପତି । ଶ୍ରୀମନ୍ଦିର ମଧ୍ୟରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ଆଲୋଚିତ ହେବାରେ ଲାଗିଛି । ଏପ୍ରସଙ୍ଗରେ ମୁହଁଖୋଲି ଆଜି…

ବିଶ୍ୱକପ ଫୁଟବଲ: ଶକ୍ତିଶାଳୀ ଜର୍ମାନୀକୁ ୨-୦ ଗୋଲରେ ପରାସ୍ତ କଲା କୋରିଆ

ମସ୍କୋ : ଗତଥରର ଚାମ୍ପିୟନ ଜର୍ମାନୀକୁ ୩ ମିନିଟ ବ୍ୟବଧାନରେ ୨ଟି ଗୋଲ ସ୍କୋର କରି କୋରିଆ ବିଶ୍ୱର ସମସ୍ତ ଫୁଟବଲପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ଜର୍ମାନୀ ପ୍ରି-କ୍ୱାଟରଫାଇନାଲକୁ ଯିବାକୁ ଏହି ମ୍ୟାଚରେ ନିଶ୍ଚିତ ଭାବେ ଜିତିବାକୁ ଥିଲା । ମାତ୍ର ଅପେକ୍ଷାକୃତ କୋରିଆ ଦଳଠାରୁ ଶୋଚନୀୟ ଭାବେ…

ପବିତ୍ର ସ୍ନାନପୂର୍ଣ୍ଣିମା: ଲକ୍ଷାଧିକ ଭକ୍ତଙ୍କ ସମାଗମରେ ମହାପ୍ରଭୁଙ୍କ ଜନ୍ମତିଥି ଓ ସ୍ନାନବିଧି ପାଳନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନବେଦୀରୁ ପହଣ୍ଡି ବିଜେକରି ରତ୍ନବେଦୀରେ ସ୍ନାନ କରିଛନ୍ତି । ସ୍ନାନପୂର୍ଣ୍ଣିମାରେ ପୁରୀ ବଡ଼ଦାଣ୍ଡ ଗୁରୁବାର ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଉଛୁଳି ପଡୁଛି । ଆଜି ପାରମ୍ପରିକ ଭାବେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ…

ମହାପ୍ରଭୁଙ୍କ ସ୍ନାନଯାତ୍ରା: ସେନାପଟା ଲାଗି ନୀତି ପରେ ଗଜବେଶ ଲାଗି ଚଳଚଞ୍ଚଳ ଶ୍ରୀମନ୍ଦିର

ପୁରୀ: ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନକରିବେ । ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ ମଣ୍ଡପରେ ୧୦୮ ଗରାରେ ସ୍ନାନ କରିବେ । ସ୍ନାନପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଥିବା ସେନାପଟା ଲାଗି ନୀତି ଶେଷ ହୋଇଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ପ୍ରଥମ…

ଟିଟିଲାଗଡ଼ରୁ ଜବତ ହେଲା ୪ ଲକ୍ଷ ୬୮ ହଜାର ଟଙ୍କାର ଜାଲ୍ ନୋଟ

ଟିଟିଲାଗଡ଼ : ରାଜ୍ୟରେ କାୟାବିସ୍ତାର କରିଚାଲିଛନ୍ତି ଜାଲ୍ ନୋଟ କାରବାର କରୁଥିବା ଗ୍ୟାଙ୍ଗ । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଜାଲନୋଟ କାରବାର କରୁଥିବା ବ୍ୟକ୍ତିମାନେ ସକ୍ରିୟ ହୋଇ ଉଠିଛନ୍ତି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଷ୍ଟେସନରୁ ଆଜି ରେଳବାଇ ପୋଲିସ ୪…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: କାର୍ଯ୍ୟରେ ଯୋଗଦେଲେ ସରକାରଙ୍କ ନିଯୁକ୍ତ କମିଶନ ଜଷ୍ଟିସ ରଘୁବୀର ଦାସ

କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତର ଗୃହ ଚାବି ହଜିବା ଘଟଣାରେ ସରକାର ଏକ କମିଶନ ଗଠନ କରିଥିଲେ । ଏହି ତଦନ୍ତତ କମିଶନ ଦ୍ୱାରା ଚାବିହଜିବାର ତଦନ୍ତ ପ୍ରକ୍ରିୟା କରିବାକୁ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଭାବେ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ ।…

ଘର ମଧ୍ୟରୁ ପୁଣି ୩୦ଟି ବିଷାକ୍ତ ନାଗସାପ ଉଦ୍ଧାର: ଭଦ୍ରକ ଓ ପିପିଲି ପରେ ଏବେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ନାଗସାପ…

କେନ୍ଦ୍ରାପଡ଼ା/ଜଗତସିଂହପୁର: ବିଷାକ୍ତ ନାଗସାପ ଏବେ ଲୋକଙ୍କ ନିଦ ହଜାଇଦେଲେଣି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏବେ ନାଗସାପ ଉପଦ୍ରବର ଖବର ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେଉଁଠୁ ନା କେଉଁଠୁ ବିଷାକ୍ତ ନାଗସାପ ବାହାରୁଥିଲା ବେଳେ କୌଣସି ଜଣଙ୍କ ଘରୁ ଅନେକ ସର୍ପ ବାହାରିବା…