Latest Odisha News

BREAKING NEWS

Yearly Archives

2018

ଛତିଶଗଡ: ମୁଖ୍ୟମନ୍ତ୍ରୀ ବାଜି ମାରିଲେ ଭୂପେଶ ବାଘେଲ, ସୋମବାର ଶପଥ ନେବେ

ଛତିଶଗଡ : ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ୍ କରିବା ପରେ ଛତିଶଗଡର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗିରହିଥିବା ସସପେନ୍ସର ଅନ୍ତ ଘଟାଇ ଭୂପେଶ ବାଘେଲ ମୁଖ୍ୟମନ୍ତ୍ରୀ ପଦ ହାତେଇଛନ୍ତି । ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରେସରେ ରହିଥିବା ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ପଛରେ…

ପବିତ୍ର ଧନୁସଂକ୍ରାନ୍ତିରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆରମ୍ଭ ହେଲା ‘ପହିଲି ଭୋଗ’ ନୀତି

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ‘ପହିଲି ଭୋଗ’ ନୀତି । ଆଜି ମୁଆଁ ସଂକନ୍ତି ବା ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ପହିଲି ଭୋଗ ପ୍ରସାଦ ସେବନ କରି…

ପାଲା ଜଗତର ବିସ୍ମୟ ଗାୟକ କାବ୍ୟାଳଙ୍କାର ଶଶିଭୂଷଣ ନନ୍ଦଶର୍ମା

ଭୁବନେଶ୍ୱର: ସାରସ୍ୱତ ସାଧକ ତଥା ପାଲା ଜଗତର ବିସ୍ମୟ ଗାୟକ କାବ୍ୟାଳଙ୍କାର ଶଶିଭୂଷଣ ନନ୍ଦଶର୍ମା ୧୯୪୪ ମସିହା ଏପ୍ରିଲ ମାସ ୭ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଥାନା ଅନ୍ତର୍ଗତ ଗଙ୍ଗାଧରପୁରଶାସନରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାପା ପଣ୍ଡିତ…

ଗଞ୍ଜାମ: ଗୁଳିବିଦ୍ଧ ଦନ୍ତା ହାତୀର ମୃତ ଦେହ ଉଦ୍ଧାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ରବିବାର ସକାଳୁ ଏକ ଦନ୍ତା ହାତୀର ଗୁଳିବିଦ୍ଧ ମୃତ ଦେହ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମେଘାଝୋଲି ଓ ନିମଖାଣ୍ଡି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ରକ୍ତ ଜୁଡୁବୁଡୁ ଦନ୍ତାହାତୀର ମୃତ ଦେହକୁ ପଡିଥିବା ବେଳେ ତାହାକୁ ଠାବ…

ବଣାଇ ଓ କଣାସରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ସୁନ୍ଦରଗଡ/ପୁରୀ : ରାଜ୍ୟରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରେ ରବିବାର ଦିନ ହାତୀପଲ ପଶି ଅନେକ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବଣାଇ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଡ଼ିଆଳି ଗ୍ରାମରେ ପାଖାପାଖି ୧୪ଟି…

ହକି ବିଶ୍ୱକପ: ଆଜି ଫାଇନାଲରେ ନେଦରଲାଣ୍ଡ ଓ ବେଲଜିୟମ କଡ୍ଡା ମୁକାବିଲା

ଭୁବନେଶ୍ୱର : ଓଡିଶା ପୁରୁଷ ହକି ବିଶ୍ୱକପର ଫାଇନାଲ ତଥା ଅନ୍ତିମ ମ୍ୟାଚ୍ ରବିବାର ଶକ୍ତିଶାଳୀ ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହେବ । ଏଥିସହିତ ଆଜି ଅପରାହ୍ନରେ ମଧ୍ୟ କାଂସ୍ୟ ପଦକ ହାତେଇବା ପାଇଁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ କଡ୍ଡା ମୁକାବିଲା ହେବ ।…

ଓଡ଼ିଶା ବିଶ୍ୱକପ ହକି: ଟାଇଟଲ୍ ଲାଗି ଫାଇନାଲରେ ନେଦରଲାଣ୍ଡ ଭେଟିବ ବେଲଜିୟମକୁ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ପୁରୁଷ ବିଶ୍ୱକପ ହକି ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪ (୨) – ୩ (୨) ଗୋଲରେ ପରାସ୍ତ କରି ନେଦରଲାଣ୍ଡ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିପାରିଛି । ଅନ୍ୟ ଏକ ସେମିଫାଇନାଲରେ ବେଲଜିୟମ ଦଳ ଇଂଲଣ୍ଡ ଦଳକୁ ୦-୬…

ମହାନଦୀ ଟ୍ରିବ୍ୟୁନାଲ୍ ଓଡ଼ିଶାକୁ ବର୍ଷା ଜଳର ସମସ୍ତ ତଥ୍ୟ ମାଗିଲେ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଶନିବାର ଦିନ ତାଙ୍କ ଶୁଣାଣିରେ ଓଡ଼ିଶାକୁ ମୌସୁମୀ ଜନିତ ବର୍ଷାଜଳ ସମ୍ପର୍କରେ ଗତ ୨୦ ବର୍ଷର ସମସ୍ତ ତଥ୍ୟ ଆସନ୍ତା ୨ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ମହଲତ ଦେଇଛନ୍ତି । ଏସମ୍ପର୍କରେ ଶୁଣାଣି କରି ଟ୍ରିବ୍ୟୁନାଲ…

ହକି ଫାଇନାଲରେ ତେନ୍ଦୁଲକର ପାଲଟିବେ ଷ୍ଟାର୍ ଆଟ୍ରାକ୍ସନ୍

ଭୁବନେଶ୍ୱର : କିମ୍ବଦନ୍ତୀ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରବିବାର ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ ଦେଖିବା ପାଇଁ ଭୁବନେଶ୍ୱର ଆସିବେ । ଏନେଇ ସଚିନ ନିଜ ଟ୍ୱିଟର ଆକାଉଣ୍ଟରରେ ପୋଷ୍ଟ କରିବା ସହ ହକି ବିଶ୍ୱକପର ବିଶ୍ୱସ୍ତରୀୟ ଆୟୋଜନ କରିଥିବା ଯୋଗୁଁ ସେ…

ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋରାମଥାଙ୍ଗା

ଆଇଜଲ : ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍ଏନ୍ଏଫ୍)ର ଅଧ୍ୟକ୍ଷ ଜୋରାମଥାଙ୍ଗା। ରାଜ୍ୟପାଳ କେ ରାଜଶେଖରନ୍ ଆଜି ଜୋରାମଥାଙ୍ଗାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବା ବେଳେ ସେ ମିଜୋ ଭାଷାରେ ଶପଥ ଗ୍ରହଣ କରିଥିଲେ ।…