Latest Odisha News

BREAKING NEWS

Yearly Archives

2018

ବୀରତ୍ୱର ପ୍ରତୀକ ସ୍ୱରୂପ ଆଜି ପାଳିତ ହେଉଛିି ‘ନୌସେନା ଦିବସ’

ଭୁବନେଶ୍ୱର : ଆଜି ନୌସେନା ଦିବସ । ୧୯୭୧ ମସିହା ଡିସେମ୍ବର ୪ ତାରିଖ ଆଜିର ଦିନରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ବୀରତ୍ୱର ପ୍ରତୀକ ସ୍ୱରୂପ ‘ନୌସେନା ଦିବସ’ ପାଳନ କରାଯାଉଅଛିି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଭାରତୀୟ ନୌସେନାକୁ ଅଭିବାଦନ…

କେନ୍ଦୁଝର: ଓଲଟିଲା ନଳକୂପ ଖନନ ଗାଡି, ଜଣେ ଶ୍ରମିକ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଂସପାଳ ବ୍ଲକ୍ ଅନ୍ତର୍ଗତ କାଞ୍ଜିପାଣି ଥାନା ନିକଟସ୍ଥ କାଞ୍ଜିପାଣି ଘାଟିରେ ସୋମବାର ବିଳମ୍ବିତ ରାତିରେ ଏକ ନଳକୂପ ଖନନ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୭ଜଣ ଆହତ ହୋଇଥିବାବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆହତ ମାନଙ୍କୁ…

ଡ଼ଟ୍ ଫେଷ୍ଟିଭାଲ୍: ସୋନାଙ୍କ ଦେଶୀ ରକ୍ ଶୋ’ରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଏବେ ରାଜଧାନୀର ପ୍ରତିଟି ସନ୍ଧ୍ୟା ଚମକୁଛି । ରାଜଧାନୀବାସୀ କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ମ୍ୟାଚର ମଜ୍ଜା ଉଠାଇବା ସହିତ ଡ଼ଟ୍ ଫେଷ୍ଟିଭାଲରେ ରକ୍ ଶୋ’ ଦେଖିବାକୁ ଭୁଲୁନାହାନ୍ତି । ବେଶ୍ ଭିଡ଼ ଦେଖିବାକୁ ମିଳୁଛି ଡ଼ଟ୍ ଫେଷ୍ଟରେ । ବିଡ଼ିଏ ତରଫରୁ ଆୟୋଜିତ ହୋଇଥିବା ଏହି ଡ଼ଟ୍…

ଜୟପୁର: ପୋଲିସ-ଅପରାଧି ଗୁଳି ବିନିମୟ, ଅଳ୍ପକେ ଖସିଗଲେ ଅପରାଧି

ଜୟପୁର : କୋରାପୁଟ ଅନ୍ତର୍ଗତ ଜୟପୁର ସହରରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୩ଟା ୪୫ ମିନିଟ୍ ସମୟରେ ଗ୍ଲୋକାଲ୍ ହସ୍ପିଟାଲ୍ ବାଇପାସ ରୋଡ ନିକଟରେ ପୋଲିସ ପେଟ୍ରୋଲିଂ ଚାଲିଥିଲା । ଏହି…

କୋଣାର୍କ ନୃତ୍ୟ ଉତ୍ସବ ର ୩ୟ ସନ୍ଧ୍ୟା: ମୁକ୍ତାକାଶ ମଞ୍ଚରେ ରାଧା-କୃଷ୍ଣ ପ୍ରୀତି ବିଳାସ

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ମୁକ୍ତାକାଶ ମଞ୍ଚରେ ରାଧା-କୃଷ୍ଣ ପ୍ରୀତି ବିଳାସ ପ୍ରସଙ୍ଗ ସହ ରାମୟଣ ସୂର୍ପଣଖା ଚରିତ୍ରର ଦୁଃଖଦ ବିଷୟର ଅଭିନୟ ଆଜିର ସଂଧ୍ୟାକୁ ଯେତିକି ଭାବମୟ କରିଥିଲା, ଦର୍ଶକଙ୍କ ଭରପୁର ଉପସ୍ଥିତ ଆୟୋଜକ ପର୍ଯ୍ୟଟନ ବିଭାଗକୁ ସେତିକି ଉତ୍ସାହିତ କରିଥିଲା । ଓଡିଶୀ ଓ…

ସାତକୋଶିଆ ସୁନ୍ଦରୀର ଭାଗ୍ୟ ଏବେ ଝୁଲନ୍ତ ଅବସ୍ଥାରେ !

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟରେ ଥିବା ବାଘୁୁଣୀ ସୁନ୍ଦରୀର ଭାଗ୍ୟକୁ ନେଇ ଏବେ ରାଜ୍ୟ ବନ ବିଭାଗ ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) କିଂକତ୍ତବ୍ୟବିମୁଢ ହୋଇ ରହିଛନ୍ତି । ଦୀର୍ଘ ଏକମାସ କାଳ ସାତକୋଶିଆର ଏନକ୍ଲୋଜର ମଧ୍ୟରେ ସୁନ୍ଦରୀର ଭାଗ୍ୟ…

ପୋଲାଭରମ ପ୍ରସଙ୍ଗ: କାର୍ଯ୍ୟ ବନ୍ଦ ଲାଗି ଓଡ଼ିଶାର ରହିତାଦେଶ ଆବେଦନ ସୁପ୍ରିକୋର୍ଟରେ ଖାରଜ

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ମାମଲାରେ ଓଡ଼ିଶା ସରକାରଙ୍କୁ ସୋମବାର ଦିନ ଶକ୍ତ ଧକ୍କା ଲାଗିଛି । ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ପ୍ରକଳ୍ପ ସ୍ଥାନରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ନେଇ ଓଡ଼ିଶା ସରକାରଙ୍କ ରହିତାଦେଶ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏକ ୩ ଜଣିଆ…

ଭୁବନେଶ୍ୱର ବିମାନ ବନ୍ଦର ସମ୍ପ୍ରସାରଣ ସହ ନିର୍ମାଣ ହେବ ୩ୟ ଟର୍ମିନାଲ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିନକୁ ଦିନ ଯାତ୍ରୀଙ୍କ ଅଭିବୃଦ୍ଧିକୁ ନଜରରେ ରଖି ଭୁବନେଶ୍ୱର ବିମାନବନ୍ଦର ସମ୍ପ୍ରସାରଣ ସହ ତୃତୀୟ ଟର୍ମିନାଲ ନିର୍ମାଣ ହେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ବେସାମରିକ…

ମୟୁରଭଞ୍ଜ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପିଅନ ଓ ପ୍ରଧାନଶିକ୍ଷକଙ୍କୁ ନିସ୍ତୁକ ମାଡ଼

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଖଇରବାଣୀ ସ୍ଥିତ ପଞ୍ଚପଲି ହାଇସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍ଥାନୀୟ ଲୋକେ ପ୍ରଧାନଶିକ୍ଷକ ଓ ପିଅନଙ୍କୁ ନିସ୍ତୁକ ବାଡେଇଥିବା ଭଳି ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ସେହି ବିଦ୍ୟାଳୟର…

‘ହୋସଲା-୨୦୧୮’: ସମସ୍ତ ବିଜେତା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଓ ପୁରସ୍କାର ରାଶି ଘୋଷଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ‘ହୋସଲା-୨୦୧୮’ରେ ଭାଗ ନେଇଥିବା ଓଡିଶାର ପୁଅ ଓ ଝିଅମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ପ୍ରତିଯୋଗିତାରେ ବିଜେତା ଲାଭ କରି ପ୍ରଥମସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ପିଲାଙ୍କୁ ୬୦ ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ…