Latest Odisha News

BREAKING NEWS

Yearly Archives

2018

ବିଧାନସଭା ଶୀତକାଳୀନ ଅଧିବେଶନ ଆଜିଠୁଁ ଆରମ୍ଭ, ଶାସକ-ବିରୋଧୀ ମୁହାଁମୁହିଁ ହେବାକୁ ପ୍ରସ୍ତୁତ

ଭୁବନେଶ୍ୱର: ଆଜିଠୁଁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଆସନ୍ତା ଡ଼ିସେମ୍ବର ୧୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଶୀତ କାଳୀନ ଅଧିବେଶନରେ ଶାସକ ବିଜେଡ଼ି ଏବଂ ବିପକ୍ଷ ଦଳ କଂଗ୍ରେସ ଓ ବିଜେପି ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେବାର ସମ୍ଭାବନା ରହିଛି…

ମହିଳା ବିଶ୍ୱକପ ଟି-୨୦: ଆୟାର୍ଲାଣ୍ଡକୁ ପରାସ୍ତ କରି ଭାରତ ସେମିଫାଇନାଲରେ

ଜାମାଇକା: ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱକପ ଟି-୨୦ ସେମିଫାଇନାଲରେ ପହଞ୍ଚିଛି । ପ୍ରଥମ ୨ଟି ମ୍ୟାଚ ଜିତିବା ପରେ ଗୁରୁବାର ଦିନ ଆୟାର୍ଲାଣ୍ଡକୁ ୫୨ ରନରେ ପରାସ୍ତ କରି ଭାରତ ଲଗାତର ୩ୟ ବିଜୟ ହାସଲ କରିପାରିଛି । ଫଳରେ ଭାରତ ଅଷ୍ଟ୍ରେଲିଆ ଦଳ ପରେ ଗ୍ରୁପରୁ ୨ୟ ଦଳ ଭାବେ ସେମିଫାଇନାଲ୍…

ଭୂମିହୀନଙ୍କୁ ଜାଗା ପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ତାଳବଣିଆସ୍ଥିତ ଇନଡ଼ୋର ଷ୍ଟାଡ଼ିୟମ କଂପ୍ଲେକ୍ସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଯୋଜନା ଅନ୍ତର୍ଗତ ସ୍ୱତନ୍ତ୍ର ଉତ୍ସବ ‘ଜାଗା ମିଶନ’ ଅବସରରେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଏହି…

ଦେଶର ପ୍ରଥମ ସେମି ହାଇ-ସ୍ପିଡ଼ ଇଞ୍ଜିନ ବିହୀନ ‘ଟ୍ରେନ-୧୮’

ଭୁବନେଶ୍ୱର : ଦେଶରେ ବୁଲେଟ୍ ଟ୍ରେନ ଆସିବା ପୂର୍ବରୁ ଯାତ୍ରୀମାନଙ୍କ ପାଇଁ ଆସିଯାଇଛି ଦେଶର ପ୍ରଥମ ସେମି ହାଇ-ସ୍ପିଡ଼ ଇଞ୍ଜିନ ବିହୀନ ଟ୍ରେନ । ଭାରତର ଏହି ପ୍ରଥମ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ ବିହୀନ ଟ୍ରେନଟି ଗୁରୁବାର ଦିନ ଦିଲ୍ଲୀର ସଫଦରଜଂଗ ରେଲୱେ ଷ୍ଟେସନରେ…

‘ଓଡିଶା ମେଡ୍ ଏକ୍ସପୋ’ ନଭେମ୍ବର ୩୦ରୁ ଭୁବନେଶ୍ୱରରେ ଆରମ୍ଭ

ଭୁବନେଶ୍ୱର : ଓଡିଶା ମେଡ୍ ଏକ୍ସପୋ ନଭେମ୍ବର ୩୦ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି । ଏହି ପ୍ରଦର୍ଶନୀରେ ପାଖାପାଖି ୧୨୦ଟି ଷ୍ଟଲ ପ୍ରଦର୍ଶିତ ହେବାକୁ ଯାଉଥିବା ସ୍ଥଳେ ଡିସେମ୍ବର ୨ ତାରିଖରେ ଉଦଯାପିତ ହେବ । ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏହି ‘ଓଡିଶା ମେଡ୍…

ଉଦଘାଟିତ ହେଲା ୩ୟ ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଳଷ୍ଟର – ୨୦୧୮

କଟକ: ଓଡ଼ିଶା ପୋଲିସ ଆନୁକୂଲ୍ୟରେ ‘୩ୟ ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଳଷ୍ଟର’ କଟକ ରିଜର୍ଭ ପୋଲିସ ପଡ଼ିଆରେ ଉଦଘାଟିତ ହୋଇଯାଇଛି । ଏହି ସର୍ବଭାରତୀୟ ପ୍ରତିଯୋଗିତା ନଭେମ୍ବର ୧୫ରୁ ୧୯ ତାରିଖ ଯାଏଁ କଟକ ଇଣ୍ଡୋର ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି । ଭାରତର ବିଭିନ୍ନ ରାଜ୍ୟରୁ ୩୩ଟି ଦଳରୁ ପ୍ରାୟ…

#‘ମି ଠୁ’ଜାଲରେ ଛନ୍ଦି ହେଲା ଆକାଶବାଣୀ, କେନ୍ଦ୍ର ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମାନେକା ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ‘ମି ଠୁ’ ଜାଲରେ ବହୁ ନେତା, ଅଭିନେତା, ଏପରିକି ଖେଳ ଜଗତ ଛନ୍ଦି ହୋଇପଡିଥିବାବେଳେ ଏବେ ଏଥିରେ ସାମିଲ ହୋଇଛି ‘ଅଲ ଇଣ୍ଡିଆ ରେଡିଓ’(ଆକାଶବାଣୀ)ର ନାମ । ଗତ କିଛି ଦିନ ହେବ ଅଲ ଇଣ୍ଡିଆ ରେଡିଓରେ ଯୌନ ଶୋଷଣର ଅନେକ ମାମଲା ସାମ୍ନାକୁ ଆସିବା ପରେ ଏନେଇ…

ଖୋର୍ଦ୍ଧାରେ ପୁଣି ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବାଜପୁର ନିକଟରେ ଥିବା ଏକ ଏଟିଏମକୁ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଟାଟା ଇଣ୍ଡିକାଶ୍ ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା କରିଥିଲେ ।…

ମାଡି ଆସୁଛି ବାତ୍ୟା ‘ଗାଜା’, ସନ୍ଧ୍ୟା ସୁଦ୍ଧା ଛୁଇଁବ ସ୍ଥଳ ଭାଗ

ଚେନ୍ନାଇ: ସାମୁଦ୍ରିକ ବାତ୍ୟା ‘ଗାଜା’ ଚେନ୍ନାଇଠାରୁ ୩୨୦ କିଲୋମିଟର ଦୂରରେ ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର୍ ଏବଂ ପାମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ‘ଗାଜା’ ଗୁରୁବାର…

ହରିଣ ଶିଙ୍ଗ ଓ ଦେଶୀ ବନ୍ଧୁକ ସହ ୨ ଶିକାରୀ ଗିରଫ

କଟକ/ଦେଓଗଡ : କଟକ ଓ ଦେଓଗଡ ଜିଲ୍ଲାର ୨ ହାତୀ ଶିକାରୀଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆଠଗଡ ଫରେଷ୍ଟ ଡିଭିଜନର ଅଧିକାରୀ ଗୁରୁବାର ଦିନ ଜଣେ ଶିକାରୀକୁ ଗିରଫ କରିବା ସହ ତାଠାରୁ ହରିଣ ଶିଙ୍ଗ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛନ୍ତି ।…