Latest Odisha News

BREAKING NEWS

Yearly Archives

2020

କ୍ୱାରେଣ୍ଟାଇନ୍ ସେଣ୍ଟରର ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ପାଇଁ ପୃଥକବାସର ଗାଇଡ଼ ଲାଇନ ପ୍ରସଙ୍ଗ। କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରସ୍ତୁତ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତ ଯେ, କଳାହାଣ୍ଡି ଜିଲ୍ଲାରେ ଯେଉଁ ସ୍କୁଲ ଘରେ ବ୍ୟବସ୍ଥା ହୋଇଛି ସେଠି ଲାଟିନ…

ବସ୍ ଇନ୍‌ସୁରାନ୍ସ ଅବଧି ୬ ମାସ ବୃଦ୍ଧି କରିବାକୁ ଦାବି

ଭୁବନେଶ୍ୱର: ବସ ଗୁଡିକର ଇନ୍‌ସୁରାନ୍ସ ଅବଧି ୬ ମାସ ବୃଦ୍ଧି କରାଯାଇଛି । ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡାକାରୀଙ୍କ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ପରିବହନ ମନ୍ତ୍ରୀ ଆଲୋଚନା କରିଛନ୍ତି । ଏହି ଅବସରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହୋରା ଓଡ଼ିଶା ତରଫରୁ ଏଭଳି କିଛି…

ନୂଆପଡାରେ ଝାଡା ବାନ୍ତି ଆତଙ୍କ, ଜଣେ ମୃତ, ୭ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ସୁନାରୀ ସିକୁଆ ଗାଁରେ ଝାଡାବାନ୍ତି ଆତଙ୍କ ଦେଖାଦେଇଛି । ଏଥିରେ ଆକ୍ରାନ୍ତ ହୋଇ ଜଣେ ୮ ବର୍ଷର ଝିଅର ମୃତ୍ୟୁ ହୋଇଛି । ସେପଟେ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଖଡିଆଳ ଓ ସିନାପାଲି ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।…

ହିମାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ

ସିମଲା: ହିମାଚଳ ପ୍ରଦେଶରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜ୍ୟର କାଂଗ୍ରା ଜିଲ୍ଲାର ଚମ୍ବା ଅଞ୍ଚଳରେ ମଙ୍ଗଳବାର ଦିନ ଭୂକମ୍ପ ହୋଇଛି । ରିଚର୍ ସ୍କେଲରେ ୪.୦ ରହିଥିବା ରେକର୍ଡ଼ କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ଅପରାହ୍ନ ୧୨ଟା ୧୭ ମିନିଟରେ ଧର୍ମଶାଳାର ୨୨ କିଲୋମିଟର ଦୂର…

ନୀତି ଆୟୋଗ କାର୍ଯ୍ୟାଳୟରେ କରୋନା, ସିଲ୍ ହେଲା ବିଲ୍ଡିଂ

ନୂଆଦିଲ୍ଲୀ: ସିଲ୍ ହେଲା ନୂଆଦିଲ୍ଲୀ ସ୍ଥିତି ନୀତି ଆୟୋଗ କାର୍ଯ୍ୟାଳୟ । ସେଠାକାର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଜଣାପଡିବା ପରେ ପୁରା ବିଲ୍ଡିଂକୁ ୨ ଦିନ ପାଇଁ ସିଲ୍ କରାଯାଇଛି । ଏଥିସହ ପୁରା ବିଲ୍ଡିଂକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ । ପ୍ରଥମେ ରାଷ୍ଟ୍ରପତି…

ଭଦ୍ରକର ୩୨ଟି ପଂଚାୟତ ସର୍ଭିଲେନ୍ସ ଜୋନ ଘୋଷଣା

ଭଦ୍ରକ: କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ହଟ୍‌ସ୍ପଟ ଜୋନ୍‌ରେ ରହିଛି ଭଦଷ୍ଠଳ ଜିଲ୍ଲା । ଏଥିପାଇଁ ଭଦ୍ରକର ୩୨ ଗୋଟି ପଂଚାୟତକୁ ସର୍ଭିଲେନ୍ସ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ୩୨ଟି ପଂଚାୟତରେ ୧୦ରୁ ଅଧିକ କୋଲକତା ଫେରନ୍ତା ଅଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି। ବର୍ତ୍ତମାନ ଯାଏଁ…

ଓଡ଼ିଶା ଆଣିବା ପୂର୍ବରୁ ପ୍ରବାସୀ ଓଡ଼ିଆଙ୍କ ପରୀକ୍ଷା କରାଯାଉ: ନିରଂଜନ

ଭୁବନେଶ୍ୱର: ମେ ୩ ତାରିଖ ପରେ ବାହାର ରାଜ୍ୟରୁ ଓଡିଶା ଫେରିବେ ଲକ୍ଷାଧିକ ଶ୍ରମିକ । ଏଥିପାଇଁ ରାଜ୍ୟ ସରକାର ବଡ ଧରଣର ଯୋଜନା କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ରହିବା, ଖାଇବା ଓ ଚିକିତ୍ସାର ବ୍ୟାବସ୍ଥା କରାଯାଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ…

କୋଭିଡ-୧୯ ଲକଡାଉନ: ପୋଲିସ ବାବୁଙ୍କ ପରେ ଶ୍ରୀମନ୍ଦିରରେ ପଶିଲେ ଠିକାଦାର

ପୁରୀ: ଜଳ କ୍ରିଡ଼ା ମଣ୍ଡପ ନିର୍ମାଣ ଲାଗି ଜଣେ କଣ୍ଟ୍ରାକ୍ଟର ଏବଂ ତାଙ୍କ ସହଯୋଗୀ କରୋନା ହଟପୋଷ୍ଟ ଅଞ୍ଚଳ ଭୁବନେଶ୍ୱରରୁ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନାନୁଯାୟୀ, କୋଭିଡ-୧୯ର ମୁକାବିଲା ଲାଗି ସରକାରଙ୍କ…

ଓଡ଼ିଶାର ଏହି ୪ଟି ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ମଙ୍ଗଳବାର ଦିନ ଓଡ଼ିଶାର ୪ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ବାଲେଶ୍ଵର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।…

କୋରାପୁଟରେ ଦୋକାନ ଖୋଲିବା ଉପରେ ଲାଗିଲା କଟକଣା

ଜୟପୁର: କୋରାପୁଟ ଜିଲ୍ଲାରେ ସୋମବାର ଦିନ ପ୍ରଥମ କରୋନା ପଜିଟିଭ ମାମଲା ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇଛି। କୋରାପୁଟ ପ୍ରଶାସନ ପକ୍ଷରୁ ଜିଲ୍ଲାରେ କ'ଣ ଖୋଲିବ ଏବଂ କ'ଣ ବନ୍ଦ ରହିବ, ସେନେଇ ଏକ ତାଲିକା ପ୍ରକାଶ ହୋଇଛି।…