Latest Odisha News

BREAKING NEWS

Yearly Archives

2021

କୋକେନ ଜବତ ଘଟଣାରେ ବିଜେପି ନେତା ରାକେଶ ସିଂହ ଗିରଫ

କୋଲକାତା : ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ପାମେଲା ଗୋସ୍ୱାମୀଙ୍କ ଠାରୁ କୋକେନ ମିଳିବା ଘଟଣାରେ କୋଲକାତା ପୋଲିସ ଆଜି ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ରାକେଶ ସିଂହ । ସେ ବେଙ୍ଗଲ ବିଜେପି ୟୁନିଟର କମିଟି ସଦସ୍ୟ । ରାକେଶଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗ୍ଲାସିରୁ ଗିରଫ…

ରବି କିଶନ ହେବେ ଆଧ୍ୟାତ୍ମିକ ଗୁରୁ ରଜନୀଶ

ମୁମ୍ବାଇ: ଓଶୋ ନାମରେ ପରିଚିତ ଆଧ୍ୟାତ୍ମିକ ଗୁରୁ ଆଚାର୍ଯ୍ୟ ରଜନୀଶଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମିର୍ତ ହେବାକୁ ଯାଉଛି । ଭୋଜପୁରୀ ଅଭିନେତା ରବି କିଶନ ଏହି ଫିଲ୍ମରେ ଓଶୋଙ୍କ ଭୂମିକା କରିବେ । ରିତେଶ ଏସକୁମାର ନିର୍ଦ୍ଦେଶିକ ଏହି ଫିଲ୍ମର ନାମ ସିକ୍ରେଟ ଅଫ ଲଭ ରଖାଯାଇଛି । ରଜନୀଶ…

ନେପାଳ ସଂସଦ ଭଙ୍ଗ କରିବା ଅସାମ୍ବିଧାନିକ: ସୁପ୍ରିମକୋର୍ଟ

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କୁ ମଙ୍ଗଳବାର ଝଟକା ଲାଗିଛି । କାମଚଳା ପ୍ରଧାନମନ୍ତ୍ରୀ ଓଲୀ ଡିସେମ୍ବର ୨୦ରେ ସଂସଦ ଭଙ୍ଗ କରିବାକୁ ସୁପାରିଶ କରିଥିଲେ । ଏହି ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ୧୩ ଆବେଦନ ଦାଖଲ କରାଯାଇଥିଲା । ୧୩ ଦିନ ମଧ୍ୟରେ ସଂସଦ…

ଆନ୍ତଃଜିଲ୍ଲା ୧୯ ବର୍ଷରୁ କମ୍ କ୍ରିକେଟ: ଭୁବନେଶ୍ୱର-ଏ ଚାମ୍ପିୟନ

ଭୁବନେଶ୍ୱର: ଟାଙ୍ଗିର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ମଙ୍ଗଳବାର ଓଡିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଆନ୍ତଃଜିଲ୍ଲା ୧୯ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ଭୁବନେଶ୍ୱର ଏ ୬ ଉଇକେଟରେ କଟକ ଏକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ…

ମଧ୍ୟପ୍ରଦେଶ ବାଲାଘାଟ ଜିଲ୍ଲାରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ଭୋପାଳ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ ପୁଣି ଥରେ ଫେରିଲା ନାଇଟ୍ କର୍ଫ୍ୟୁ । ରାଜ୍ୟର ବାଲାଘାଟ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ଏଠାରେ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ବାଲାଘାଟ ଜିଲ୍ଲା ମହାରାଷ୍ଟ୍ର…

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପୁରୀ: ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ । ବନ ବିଦ୍ୟାଳୟ ଢାଞ୍ଚାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ…

ବିଧାନସଭାରେ ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ-୨୦୨୦ ପାରିତ

ଭୁବନେଶ୍ବର : ବିଧାନସଭାରେ ପାରିତ ହେଲା ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ -୨୦୨୦ । ଏହି ବିଧେୟକ ପାରିତ ହେବା ଫଳରେ ଏବେ ରାଜ୍ୟ‌ରେ ମାରିଟାଇମ ବୋର୍ଡ ଗଠନ ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡରେ ୧୨ ଜଣ ସଦସ୍ୟ ରହିବେ । ଏଥିସହ ଏହାର ସଦସ୍ୟ ସଚିବ ରହିବେ ବାଣିଜ୍ୟ ଓ…

କପିଳ ଶର୍ମା ହ୍ୱିଲ ଚେୟାରରେ ବସିବାର ପ୍ରକୃତ କାରଣ ସମ୍ମୁଖକୁ ଆସିଲା

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ କମେଡିଆନ୍ କପିଳ ଶର୍ମା ହ୍ୱିଲ ଚେୟାରରେ ବସି ଆସିବା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବବ୍ୟବହାର କରିବା ଏବେ ଚର୍ଚ୍ଚାର କାରଣ ସାଜିଛି । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା କପିଳଙ୍କର କଣ ହେଇଛି ? ମଙ୍ଗଳବାର ନିଜେ କପିଳ ଏ ନେଇ ମୁହଁ…

ମାନସିକ ଭାରସାମ୍ୟ ହରାଇଛନ୍ତି ଲେଖାଶ୍ରୀ : ବିଜେଡି

ଭୁବନେଶ୍ବର : ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତକୁ ଅଟକାଇବା ପାଇଁ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଦାମୀ ଓକିଲଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ୫…

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଡ୍ରାଇଭର ଓ ହେଲପର ଫେରାର

ନୀଳଗିରି: ଶାଗୁଆନ ବୋଝେଇ କାଠ ଗାଡି ଜବତ । ନୀଳଗିରି ବନ ବିଭାଗ ଅଧିନ କୋଲାହଟ ବରମପୁର ଅଞ୍ଚଳରୁ ଶାଗୁଆନ କାଠ ବୋଝେଇ ଗାଡି ଜବତ ହୋଇଛି । ଏକ ଟାଟା ଏସି ଗାଡ଼ିରେ କିଛି ଶାଗୁଆନ କାଠ ବୋଝେଇ ହୋଇଯାଉଥିବା ବେଳେ ବିଶେଷ ସୂତ୍ରରୁ ନୀଳଗିରି ବନ ବିଭାଗ ଖବର ପାଇଥିଲା । ନୀଳଗିରି ରେଞ୍ଜର…