Latest Odisha News

BREAKING NEWS

Yearly Archives

2021

ବୁଝାମଣା ମାଧ୍ୟମରେ ଚାଷୀଙ୍କ ସମସ୍ୟାର ସମାଧାନ ହେବା ଉଚିତ; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସରକାର ଲଗାତାର ଚାଷୀଙ୍କ ସମସ୍ୟାର ସମାଧାନ କଥାବାର୍ତ୍ତା ମାଧ୍ୟମରେ କରିବାକୁ ଚେଷ୍ଟା କରୁଛନ୍ତି। କୃଷକମାନଙ୍କ ପାଇଁ ସରକାରଙ୍କ ପ୍ରସ୍ତାବ ଏବେ ବି ଅଛି। ଦୟାକରି ଏହାକୁ…

ଲାଲ୍‌ କିଲ୍ଲା ଘଟଣା ପରେ ପଞ୍ଜାବର ୧୦୦ ରୁ ଅଧିକ ପ୍ରଦର୍ଶନକାରୀ ନିଖୋଜ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ 'କିସାନ ଗଣତନ୍ତ୍ର ପରେଡ'ରେ ଅଂଶଗ୍ରହଣ କରୁଥିବା ବେଳେ ଶତାଧିକ ବିରୋଧୀ କୃଷକ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ଦିନକ ପରେ ପଞ୍ଜାବର ବିଭିନ୍ନ ସ୍ଥାନରୁ ୧୦୦ ରୁ ଅଧିକ ବିରୋଧୀ କୃଷକ ନିଖୋଜ ହୋଇଯାଇଛନ୍ତି ବୋଲି ଏକ ଏନଜିଓ ଦାବି କରିଛି। ପଞ୍ଜାବ ମାନବ…

ଲଭର ବାବା; ପ୍ରେମିକାର ବାହାଘର ଭାଙ୍ଗିବାକୁ ବାବା ବେଶ ହେଲେ ପ୍ରେମିକ

ଯାଜପୁର: ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ହଟହଟା ପ୍ରେମିକ। ଏଭଳି ଏକ ଘଟଣା ଘଟିଛି ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ କଲୋନୀରେ । ସୂଚନା ଅନୁସାରେ ପ୍ରେମିକାର ବାହାଘର ଠିକ୍ ହୋଇଯିବା ପରେ ବାବା ବେଶ ଧାରଣ କରି ପ୍ରେମିକା ଘରେ ପହଞ୍ଚିଥିଲେ ପ୍ରେମିକ। ଯୁବତୀଙ୍କ ମାଆଙ୍କ…

ବୋସୱାନାରେ ମିଳିଲା ୩୭୮ କ୍ୟାରେଟର ହୀରା, ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇପଡିବେ

ବୋସୱାନା: ଦକ୍ଷିଣ ଆଫ୍ରିକାର ବୋସୱାନାରେ ସର୍ବୋକୃଷ୍ଟ ହୀରାର ସନ୍ଧାନ ମିଳିଛି । ମିଳିଥିବା ଏହି ୩୭୮ କ୍ୟାରେଟ ହୀରାର ବଜାର ମୂଲ୍ୟ ୧୧୦ କୋଟି ଟଙ୍କା ହେବ । ହୀରା ଖଣିରୁ ଗବେଷକମାନେ ୧୩ ବର୍ଷ ଧରି ବହୁ ପରିଶ୍ରମ କରି ଏହାର ସନ୍ଧାନ ପାଇଛନ୍ତି । ଏହା ଆମ ପାଇଁ ଏକ ଖୁସି ଖବର ବୋଲି…

ଏହି ଦିନ ରିଲିଜ୍ ହେବ ଅଦିତି ରାଓଙ୍କ ଅଭିନୀତ ଚଳଚ୍ଚିତ୍ର ‘ମହା ସମୁଦ୍ରମ୍‌’

ନୂଆଦିଲ୍ଲୀ: ଅଭିନେତା ଶରୱାନନ୍ଦ, ସିଦ୍ଧାର୍ଥ ଏବଂ ଅଦିତି ରାଓ ହାଇଦାରୀଙ୍କ ଆଗାମୀ ଚଳଚ୍ଚିତ୍ର ମହା ସମୁଦ୍ରମ୍‌ ଅଗଷ୍ଟ ୧୯ ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ବର୍ତ୍ତମାନ ହାଇଦ୍ରାବାଦରେ ମହା ସମୁଦ୍ରମ୍‌ର ସୁଟିଂ ଚାଲିଛି। ମହା ସମୁଦ୍ରାମ୍ ଏକ ତାମିଲ୍ ଏବଂ ତେଲୁଗୁ…

ତ୍ରିରଙ୍ଗାକୁ ଅପମାନ ହୋଇଥିବା ଅଭିଯୋଗ କରି ପ୍ରତିବାଦ, ଉପବାସ ପାଳିଲା ବିଜେପି ଯୁବ ମୋର୍ଚ୍ଚା

ଭଦ୍ରକ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ତ୍ରିରଙ୍ଗାକୁ ଅପମାନ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଜାତୀୟ ପତାକାକୁ ଅପମାନ ଘଟଣାରେ ଶନିବାର ରାଷ୍ଟ୍ର ପାଇଁ ଉପବାସ ପାଳୁଛି ବିଜେପି ଯୁବ ମୋର୍ଚ୍ଚା । ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଏହି ଉପବାସ ପାଳନ…

ଭଲ କବିତାର ଖୋଜ ପକ୍ଷରୁ କବି ରମାକାନ୍ତ ରଥଙ୍କ କବିତା ଚର୍ଚ୍ଚା

ବାଲେଶ୍ଵର : ଭଲ କବିତାର ଖୋଜ୍ ପକ୍ଷରୁ କବି ରମାକାନ୍ତ ରଥଙ୍କ କବିତା ଚର୍ଚ୍ଚା ଆଜି ଏହାର ୬୭ତମ ଆସରରେ ଅନୁଷ୍ଠିତ ହୋଇଛି।  ସ୍ଥାନୀୟ ହୋଟେଲ ପଞ୍ଚଜନ୍ୟ ପରିସରରେ ୨୦୧୯ର ପ୍ରଥମ ଆସର ଆୟୋଜିତ ହୋଇଥିଲା। ଏଣିକି ପ୍ରତ୍ୟେକ ମାସରେ ଗୋଟିଏ ଆସର ଜଣେ ସ୍ରଷ୍ଟାଙ୍କୁ ନିବେଦିତ ହେବ ଏବଂ ସେହି ଆସରରେ…

ଜୁନ୍ ୨୦୨୧ ସୁଦ୍ଧା ଭାରତରେ ଲଞ୍ଚ ହୋଇପାରେ ଆଉ ଏକ କରୋନା ଟିକା’; ଆଦର ପୁନାୱାଲା

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଇଣ୍ଡିଆ ମୁଖ୍ୟ ଆଦର ପୁନାୱାଲା ଘୋଷଣା କରିଛନ୍ତି ଯେ କମ୍ପାନୀ ଚଳିତ ବର୍ଷ ଜୁନ୍ ମାସରେ ଦ୍ୱିତୀୟ କରୋନାଭାଇରସ୍ ଟିକା ଭାରତରେ ଲଞ୍ଚ୍‌ କରିବ। ଏହା ଅନୁମୋଦିତ ହେଲେ ଏହା ଭାରତର ତୃତୀୟ କରୋନାଭାଇରସ୍ ଟିକା ହୋଇପାରେ। ପୁନାୱାଲା କହିଛନ୍ତି ଯେ…

ଦିଲ୍ଲୀ ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈଶ-ଉଲ୍-ହିନ୍ଦ୍

ନୂଆଦିଲ୍ଲୀ: ଦିଲ୍ଲୀ ଔରଙ୍ଗଜେବ୍ ରୋଡ୍‌ରେ ଅବସ୍ଥିତ ଥିବା ଇସ୍ରାଏଲୀ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ମାମଲା ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈଶ-ଉଲ-ହିନ୍ଦ । ମେସେଜିଙ୍ଗ ଆପ୍ ଟେଲିଗ୍ରାମର ମେସେଜ୍ ମାଧ୍ୟମରେ ଏହି ଘଟଣାର ଦାବି କରିଛି ସଂଗଠନ ।  ମେସେଜ୍‌ରେ କୁହାଯାଇଛି କି…

FIR ଦାୟର କରିବାରେ ୮ ଘଣ୍ଟା ବିଳମ୍ବ ହେବାରୁ ଦୁଷ୍କର୍ମ ଅଭିଯୁକ୍ତକୁ ଜାମିନ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏକ ଅଢେଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ମାମଲାରେ ପୀଡ଼ିତାର ପିତା ପୁଲିସ ନିକଟରେ ଅଭିଯୋଗ କରିବାରେ ୮ ଘଣ୍ଟା ବିଳମ୍ବ କରିଥିବାରୁ ତାହାକୁ ଭିତ୍ତି କରି ଅଭିଯୁକ୍ତକୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।  ହାଇକୋର୍ଟ କହିଛନ୍ତି, ଏକ ଶିଶୁକୁ ଦୁଷ୍କର୍ମ…