Latest Odisha News

BREAKING NEWS

Yearly Archives

2021

ରାଜ୍ୟର ୨୦ ଜିଲ୍ଲାରୁ ଆଜି ୫୫୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ । କେବେ କମୁଛି ତ କେବେ ସାମାନ୍ୟ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୫୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୩୨୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୩୨ । ୧୮ ବର୍ଷ ଭିତରେ ଆଉ ୮୭ ଜଣ ପଜିଟିଭ୍…

ସୋସିଆଲ ମିଡିଆରୁ ବ୍ରେକ୍‌ ନେଲେ ଅଜୁର୍ନ

ମୁମ୍ବାଇ: ଅଭିନେତା ଅର୍ଜୁନ କପୁର କିଛି ସମୟ ପାଇଁ ଡିଜିଟାଲ ମିଡିଆରୁ ବ୍ରେକ୍‌ ନେବାପାଇଁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଦିନ ଅର୍ଜୁନ ଇନଷ୍ଟାଗ୍ରାମରେ ଏ ନେଇ ଏକ ନୋଟ୍ ପୋଷ୍ଟ କରିଛନ୍ତି ଯେଉଁଥିରେ ଲେଖାଥିଲା, "ଅଦୃଶ୍ୟ ହେବାର ସମୟ।" ସୋସିଆଲ ମିଡିଆରୁ ବିରତୀ ନେବା ସମ୍ପର୍କରେ ଅର୍ଜୁନ…

ଶିକ୍ଷୟିତ୍ରୀ ନିଖୋଜ ଘଟଣା: ମହାଲିଙ୍ଗ ନିର୍ମାଣାଧୀନ ଷ୍ଟାଡିୟମ୍ ସିଲ୍, ପୋଲିସର ତନାଘନା

ଭବାନୀପାଟଣା: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସର ତନାଘନା ତଦନ୍ତ । ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମ ସିଲ୍ କରିଛି ପୋଲିସ । ସେଠାରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ଗତକାଲି ରାତିରୁ ଉପସ୍ଥିତ ଅଛନ୍ତି…

ବିଗୁଡୁଛି ଆଫଗାନିସ୍ତାନ ସ୍ଥିତି; ୫୦,୦୦୦ ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଖାଦ୍ୟ ସଙ୍କଟ ଆହୁରି କ୍ଷୀପ୍ର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଆଫଗାନିସ୍ତାନ ଖାଦ୍ୟ ସଙ୍କଟ ଲକ୍ଷ ଲକ୍ଷ ଲୋକଙ୍କୁ ଅନାହାରରେ ମୃତ୍ୟୁବରଣ କରିପାରନ୍ତି ବୋଲି ପୂର୍ବନୁମାନ ବି କରାଯାଇଛି। ସୂଚନା ମୁତାବକ ତାଲିବାନ ଶାସିତ ଦେଶକୁ ୫୦ ହଜାର ମେଟ୍ରିକ୍ ଟନ୍…

CBSE ଟର୍ମ-୧ ବୋର୍ଡ ପରୀକ୍ଷା: ନଭେମ୍ବର ୩୦ରୁ ଦଶମ, ଡିସେମ୍ବର ୧ରୁ ଦ୍ୱାଦଶ

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ ଜାରି ହେଲା ସମୟ ସାରଣୀ । ନଭେମ୍ବର ୩୦ରୁ ଦଶମ ବୋର୍ଡ ଓ ଡିସେମ୍ବର ୧ରୁ ଆରମ୍ଭ ହେବ ଦ୍ୱାଦଶ ବୋର୍ଡର ଟର୍ମ-୧ ପରୀକ୍ଷା । ତେବେ ମାଇନର ସବଜେକ୍ଟଗୁଡ଼ିକ ପାଇଁ ସିବିଏସଇ ଦ୍ୱାଦଶ ପରୀକ୍ଷା ନଭେମ୍ବର ୧୭ ଓ ଦଶମ ଶ୍ରେଣୀ…

ଆମେରିକାର ପ୍ରଥମ କୃଷ୍ଣକାୟ ପରରାଷ୍ଟ୍ର ସଚିବ କଲିନ୍ ପାଓ୍ୱେଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ କଲିନ୍ ପାଓ୍ୱେଲଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । କରୋନା ଜନିତ ଅସୁସ୍ଥତାରେ ତାଙ୍କର ମୃତ୍ୟୁ ହୋଇଛି । ଟିକାର ଦୁଇଟି ଯାକ ଡୋଜ୍ ବି ନେଇଥିଲେ । ଆମେରିକାର ପ୍ରଥର କୃଷ୍ଣକାୟ ପରରାଷ୍ଟ୍ର ସଚିବ ଥିଲେ କଲିନ୍…

ବାଲେଶ୍ୱର ଜିଲ୍ଲା ମଥାନୀରେ ବଢୁଛି ଜଳକା ଜଳସ୍ତର

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ରେ ବଢୁଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଜି ମଥାନୀଠାରେ ଜଳକାର ଜଳସ୍ତର ରହିଛି ୬.୩୦ ମିଟର । ଏଠାରେ ବିପଦ ସଙ୍କେତ ସ୍ତର ରହିଛି ୫.୫୦ ମିଟର । ଗତକାଲିଠାରୁ…

ରାଜ୍ୟରେ ୨୨୮୨ ପୋଲିସଙ୍କୁ ଆର୍ନ୍ତିକ ସୁରକ୍ଷା ସେବା ପଦକ

ଭୁବନେଶ୍ୱର: ନକ୍ସଲ ପ୍ରବଣ ଅଞ୍ଚଳରେ କାମ କରୁଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ନ୍ତିକ ସୁରକ୍ଷା ସେବା ପଦକ । ଓଡ଼ିଶାର ୨୨ଶହ ୮୨ ଜଣଙ୍କୁ ଏହି ସମ୍ମାନଜନକ ପଦକ ପ୍ରଦାନ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ନକ୍ସଲ ଅଧ୍ୟୁଷିତ ଇଲାକାରେ ୨ବର୍ଷରୁ…

ଆଜି ଓ ଆସନ୍ତାକାଲି ଦୁଇ ଦିନ ରାଜ୍ୟରେ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଆଜି ଇଦ୍-ମିଲାଦ ପାଇଁ ରାଜ୍ୟରେ ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଂ ଅନୁଷ୍ଠାନ ବନ୍ଦ ରହିବ । ସେହିପରି ଆସନ୍ତାକାଲି ଗଜଲକ୍ଷ୍ମୀ ପୂଜା…

ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉସୁଗର ହବ୍ ପାଲଟିଛି ଜଳେଶ୍ୱର । ପୁଣି ଥରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି । ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ ଓ ଅବକାରୀ ବିଭାଗ । ଏହି ଘଟଣାର ୨ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକଙ୍କୁ ଗିରଫ କରାଯାଇଛି । ଜଳେଶ୍ୱର ଥାନା ଝାଡ଼େଶ୍ୱରପୁରରୁ…