Latest Odisha News

BREAKING NEWS

Yearly Archives

2021

ଆଫଗାନିସ୍ତାନ ସଙ୍କଟ, ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଫଗାନିସ୍ତାନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ବସିବ ଏହି ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକରେ…

ଏହି ରାଜ୍ୟରେ ହକି ଖେଳାଳିଙ୍କ ନାମରେ ନାମିତ ହେବ ୧୦ ସରକାରୀ ସ୍କୁଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଦୀର୍ଘ ୪୧ ବର୍ଷ ପରେ ଏହି ସଫଳତା ହାସଲ ହୋଇଥିବାରୁ ଏବେ ପଞ୍ଜାବ ସରକାର ସେମାନଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତି ନେଇଛି । ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇଥିବା ୧୦ ପଞ୍ଜାବ ଖେଳାଳିଙ୍କ…

୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ବର : ପାଞ୍ଚ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ । ୨୪ ତାରିଖ ରାତିରେ ସେ ଭୁବନେଶ୍ବରରେ ପହଞ୍ଚିବେ । ୫ ଦିନିଆ ଗସ୍ତ ସାରି ସେ ଅଗଷ୍ଟ ୨୯ ତାରିଖରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର…

ଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି ଆଉ ୧୦ଟି ରୂପାନ୍ତରିତ ସ୍କୁଲ । ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ…

ଛତିଶଗଡ଼ ସୁକମା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଶତାଧିକ ମାଓବାଦୀ

ଛତିଶଗଡ଼ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା । ପୋଲିସର ପୁନା ନର୍କମ ଅଭିଜାନରେ ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ଶତାଧିକ ନକ୍ସଲ ସମର୍ଥକ । ଦୀର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ…

ପିଲା ଚୋରି ଓ ବିକ୍ରି ଅଭିଯୋଗ, ୩ କୋର୍ଟ ଚାଲାଣ

ବାରିପଦା: ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଅନ୍ତର୍ଗତ ସାରସକଣା ବଜାର ଅଂଚଳରୁ ସାମ୍ନାକୁ ଆସିଲା ସାଂଘାତିକ ଅଭିଯୋଗ । ପିଲା ଚୋରି ଓ ବିକ୍ରି ଭଳି ସାଂଘାତିକ ଅପରାଧକୁ ନେଇ ସ୍ଥାନୀୟ ଅଂଚଳରେ ହଟଚମଟ ସୃଷ୍ଟି ହୋଇଛି । ତେବେ ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିବାରେ ସଫଳ…

ଆଫଗାନିସ୍ତାନ ପ୍ରସଙ୍ଗରେ ପୁଣି ମୁହଁ ଖୋଲିଲେ ଜୋ ବିଡେନ: କହିଲେ, ସେ କାହାରିକୁ ବିଶ୍ବାସକୁ ନେଉନାହାନ୍ତି

ଆଫଗାନିସ୍ତାନ : ଆଫଗାନିସ୍ତାନ ପ୍ରସଙ୍ଗରେ ପୁଣି ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ । କହିଛନ୍ତି, ସେ ତାଲିବାନ ବା ଅନ୍ୟ କାହାରିକୁ ବିଶ୍ବାସକୁ ନେଉନାହାନ୍ତି । ଚଳିତ ମାସ ଶେଷ ସୁଦ୍ଧା ଆଫଗାନିସ୍ତାନରେ ଫସିଥିବା ଲୋକଙ୍କ ଉଦ୍ଧାର ପ୍ରକ୍ରିୟା ଶେଷ ହେବ । ସେଠାରେ ଲୋକଙ୍କ ହୃଦୟ…

ଭିଜିଲାନ୍ସ ଜାଲରେ ବଲାଙ୍ଗିର ମୁରିବାହାଲ ଏବିଇଓ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ମୁରିବାହାଲ ଏବିଇଓ । ଏକ ପୁରୁଣା କେସକୁ ରଫାଦଫା କରିବାକୁ ଲାଞ୍ଚ ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏବିଇଓ ଦେବରାଜ ଦାସ ଚାଉଳଫୁଗୁଡା ପ୍ରାଥମିକ ବିଦ୍ୟାଳୟର…

୫ ବର୍ଷ ପରେ ଧରା ପଡିଲା ଧଳସାମନ୍ତ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ, ବନ୍ଧୁକ ଓ ଗୁଳି ଜବତ

କଟକ : ବନ୍ଧା ହେଲେ ଧଳସାମନ୍ତ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ । ଓମ୍ ଓ ଦିପୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସାହୁକୁ ଗିରଫ କରିଛି ପୋଲିସର ସ୍ପେଶାଲ ସ୍କ୍ବାଡ୍‌ । ୫ ବର୍ଷ ହେଲା ଫେରାର ଥିଲା ଅଭିଯୁକ୍ତ ପ୍ରଦୀପ ସାହୁ ଓରଫ ଦିଲୁ । ତାଠାରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି…

ବସୁନ୍ଧରା ସ୍କିମ ଦୁର୍ନୀତି ମାମଲା, ତହସିଲଦାର ଓ ୪ ଜଣ ଆରଆଇ ଗିରଫ

ଭୁବନେଶ୍ବର : ବସୁନ୍ଧରା ସ୍କିମ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ବର, କଟକ, ଭଦ୍ରକ, ଜଗତସିଂହପୁରର ୯ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପୂର୍ବତନ ତହସିଲଦାର ଓ ଆରଆଇଙ୍କ ବିରୋଧରେ ଅଭିଯୋଗ ପରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…