Latest Odisha News

BREAKING NEWS

Yearly Archives

2021

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚିକିତ୍ସା କରିଥିବା ୩ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ତିନି ଦିନ ହେବ ମାରାଥନ୍ ଜେରା ଚାଲିଛି । ଆଜି ଜେରାର ତୃତୀୟ ଦିନରେ ହାଜର ହୋଇଛନ୍ତି ସୌମ୍ୟଙ୍କୁ ସେଦିନ ଚିକିତ୍ସା କରିଥିଲା ୩ ଜଣ ଡାକ୍ତର । ପାରଳାଖେମୁଣ୍ଡି ସିଡିଏମଓ ଅଫିସରେ…

ଦେଶରେ ଏହି ଅଞ୍ଚଳରେ ଅଗଷ୍ଟ ୧୮ରେ ପାଳନ ହୁଏ ସ୍ୱାଧୀନତା ଦିବସ

କୋଲକାତା: ସମଗ୍ର ଦେଶରେ ଅଗଷ୍ଠ ୧୫କୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଦେଶର ଏହି ସ୍ଥାନଗୁଡ଼ିକରେ କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରତିବର୍ଷ ପରି ବାଂଲାଦେଶ ସୀମାବର୍ତ୍ତୀ ପଶ୍ଚିମବଙ୍ଗର ଅନେକ ଗ୍ରାମରେ ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୧୮ରେ ସ୍ୱାଧୀନତା ଦିବସ ପାଳନ…

ମହିଳା ନ୍ୟୁଜ ଆଙ୍କର୍ସଙ୍କୁ ବ୍ୟାନ କଲା ତାଲିବାନ, ଗିରଫ ହେଲେ ଗଭର୍ଣ୍ଣର ସଲିମା

କାବୁଲ: ଦିନକ ମଧ୍ୟରେ ତାଲିବାନ ତାଙ୍କ ନୀତିରେ ପରିବର୍ତନ କରିଛି । ମହିଳାଙ୍କୁ ଆବଶ୍ୟକ ମୁତାବକ ସ୍ୱାଧୀନତା ଦିଆଯିବା କହିବା ପରେ ଆଜି ସରକାରୀ ଚ୍ୟାନେଲଗୁଡିକରେ ମହିଳା ନ୍ୟୁଜ ଆଙ୍କର୍ସଙ୍କୁ ବ୍ୟାନ କରାଯାଇଛି । ଏପରିକି ଏହା ସ୍ଥାନରେ ତାଲିବାନ ଯୁବକ ଇତି ମଧ୍ୟରେ ଆଙ୍କରିଂ ଆରମ୍ଭ କରି…

‘ବେଲ୍‌ ବଟମ୍‌’କୁ ନେଇ ନର୍ଭସ ଅଛନ୍ତି ଅକ୍ଷୟ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବେଲ ବଟମ୍ ଅଗଷ୍ଟ ୧୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। ଅଭିନେତା ଆଜି ଏକ ନୂତନ ପୋଷ୍ଟ ସେୟାର କରି କହିଛନ୍ତି ଯେ ରିଲିଜ ପୂର୍ବରୁ ସେ ନର୍ଭସ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଦ୍ୱିତୀୟ ତରଙ୍ଗ ପରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଲ…

ବାଘ ଚମଡ଼ା ଜବତ, ବେପାରୀ ଫେରାର

ନବରଙ୍ଗପୁର: ବାଘ ଚମଡ଼ା ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ ଟିମ୍ । ନବରଙ୍ଗପୁର ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ରାଇଘର ଅଞ୍ଚଳରୁ ଗୋଟିଏ ବାଘ ଚମଡ଼ା ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ରାଇଘର ବନାଞ୍ଚଳ ଅଧିକାରୀ ସୁକୁମାର…

କିଆରାଙ୍କ ସହ ନିଜ ସମ୍ପର୍କର ଗୁମର ଖୋଲିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: କାର୍‌ଗିଲ୍‌ ଯୁଦ୍ଧରେ ଦେଶ ପାଇଁ ବଳିଦାନ ଦେଇଥିବା କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ଶେର୍‌ଶାହା ମୁକ୍ତିଲାଭ କରିଛି। ଏଥିରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଅଭିନେତ୍ରୀ କିଆରା ଆଡଭାନୀ…

ଆରପାରିରେ ସୁଡୋକୁ ଗେମର ଗଡ ଫାଦର

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ମାଇଣ୍ଡ ଗେମ ସୁଡୋକୁର ଗଡ ଫାଦର କୁହାଯାଉଥିବା ମାକି କାଜିଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ସୁଡୋକୁର ଆବିଷ୍କାର ସ୍ୱିସ ଗଣିତଜ୍ଞ ଲିୟୋନାର୍ଡ ୟୁଲର ୧୮ତମ…

ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଉନ୍ନୟନ ଅଧିକାରୀ ସୀତାରାମ ସାହୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ପୁରୀ, ଭୁବନେଶ୍ୱର ଓ ନୟାଗଡ଼ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି ।…

ଜଷ୍ଟିସ୍ ବି.ଭି. ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ସିଜେଆଇ

ନୂଆଦିଲ୍ଲୀ: ୨୦୨୭ରେ ଭାରତର ପ୍ରଧାନ ମହିଳା ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ବିଭି ନାଗରତ୍ନା। ୨୦୨୭ ମସିହାରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ପ୍ରସ୍ତୁତ ଅଛନ୍ତି। ଜଷ୍ଟିସ୍ ବିଭି ନାଗରତ୍ନା ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅଛନ୍ତି। ଏ ନେଇ…

ଭାରତରେ ଟ୍ରେନିଂ ନେଉଥିବା ୧୩୦ ଆଫଗାନୀ ଯବାନଙ୍କ ଭବିଷ୍ୟତ ଅନ୍ଧାର ?

କାବୁଲ: ତାଲିବାନଙ୍କ ହାତକୁ କ୍ଷମତା ଚାଲିଯିବା ପରେ ଥରହର ଆଫଗାନିସ୍ତାନ । ଲୋକଙ୍କ ଭିତରେ ଭାଳେଣି ପଡ଼ିଛି, ତାଲିବାନୀଙ୍କ ବର୍ବରତା ଭିତରେ କେମିତି ରହିବେ ସେଠାରେ । ତାଲିବାନୀ ରାଜ ପରେ ଭାରତରେ ମିଲିଟାରୀ ଟ୍ରେନିଂ ନେଉଥିବା ୧୩୦ ଜଣ ଆଫଗାନୀ ଯବାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ସେମାନେ…