Latest Odisha News

BREAKING NEWS

Yearly Archives

2021

ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ଜିତିଲା ଚୀନ

ଟୋକିଓ: ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ଚୀନ ହାତେଇଛି । ମହିଳା ୧୦ ମିଟର ଏୟାର ରାଇଫଲ ଇଭେଂଟରେ ଚୀନ ଏହି ସଫଳତା ହାସଲ କରିଛି । ୟାଙ୍ଗ କ୍ୱିନାନ ଫାଇନାଲରେ ୨୫୧.୮ ଅଙ୍କ ସ୍କୋର କରିଥିଲେ ।ଅଲିମ୍ପିକ୍ସ ରେକର୍ଡ ସହ ୟାଙ୍ଗ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ରୁଷିଆର…

କର୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ୟେଦିୟୁରପ୍ପା ! ଏହି କେନ୍ଦ୍ରମନ୍ତ୍ରୀଙ୍କୁ ମିଳିପାରେ CM ଚୌକି

ନୂଆଦିଲ୍ଲୀ: କର୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଖୁବଶୀଘ୍ର ଇସ୍ତଫା ଦେଇ ପାରନ୍ତି ବି. ଏସ. ୟେଦିୟୁରପ୍ପା । ଗତ କିଛି ସପ୍ତାହ ହେବ ଏହି ଚର୍ଚ୍ଚା ଜୋର୍ ଚାଲିଛି । ଏବେ ଶୁଣିବାକୁ ମିଳିଛି, ଆସନ୍ତା ୨୬ ତାରିଖରେ ସେ ଇସ୍ତଫା ଦେଇ ପାରନ୍ତି ।ଏବେ ଚର୍ଚ୍ଚା କିଏ ହେବେ ୟେଦିୟୁରପ୍ପାଙ୍କ…

୨୦୨୨ ଯାଏ ଭାରତୀୟଙ୍କୁ ମିଳିବନି ଏହି ବିଦେଶୀ ଟିକା!

ନୂଆଦିଲ୍ଲୀ: ୨୦୨୨ ପର୍ଯ୍ୟନ୍ତ ଭାରତକୁ ଆସିନପାରେ କରୋନା ବିରୋଧୀ ବିଦେଶୀ ଟିକା ମଡର୍ନା। ୨୦୨୨ ଯାଏ ଭାରତକୁ ମଡର୍ନା ଟିକା ଯୋଗାଣ ହୋଇନପାରେ ବୋଲି ସରକାରଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ହିନ୍ଦୁସ୍ତାନ ଟାଇମ୍‌ସ‌ର ରିପୋର୍ଟ ଅନୁଯାୟୀ, ଆମେରିକାର ଫାର୍ମା…

ଆଜି ଓଡ଼ିଶାରୁ ୧୮୬୪ କରୋନା ପଜିଟିଭ୍, ୧୦ ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ଖସୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ଶହ ୬୪ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧ହଜାର ୮୨ ଜଣ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରି ୭୮୨ ପଜିଟିଭ୍ ବାହାରିଛନ୍ତି । ଏହି ସମୟରେ ମୋଟ୍ ୭୪ହଜାର ୭୦୭ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍…

ବିଜୟରୁ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍

ଟୋକିଓ: ବିଜୟରୁ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଟିମ୍ । ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି । କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ସତର୍କତାର ସହ ଖେଳି ମ୍ୟାଚ୍ ନିଜ ନିୟନ୍ତ୍ରଣରେ ରଖିଥିଲା ଟିମ୍ ଇଣ୍ଡିଆ । ପ୍ରଥମ…

କବିତା : ଅବଶୋଷ

କିଶୋର ମହାନ୍ତି ଗୋଟାଏ ବିରଳ ଅଥଚ ଅପୂର୍ବ ମୁହୂର୍ତ୍ତଟିଏ ପାଇଁ ଅସରନ୍ତି ଅପେକ୍ଷା ଆନ୍ତରିକ୍ଷ ର ତାରା ପୁଞ୍ଜରେ ତୁମେ ଡାକୁଥିବ ପ୍ରିୟତମ ବୋଲି ଅନ୍ଧାର ଚିରି କିଛି ଶବ୍ଦ ଶବ୍ଦୟିତ ହୋଇ ଆମ ନୀରବତା ଭିତରେ ଧ୍ବନିତ ହେଉଥିବ ଅହରହ ଗୋଟାଏ ପ୍ରଳମ୍ବିତ ରାଗ ସେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୨୪-୭-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୨୪ ରିଖ ଶନିବାର କର୍କଟ ୯ ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଭୁକ୍ତ ପ୍ରତିପଦା ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ବୃଷ, ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-:…

ଆମେ ଚାହିଁଥିବା, ସବୁ ଲୁଟିନେବେ

ବିଶ୍ୱରଞ୍ଜନ ମହାପାତ୍ର  ଆମେ ଶୋଇଥିବା , ଅନ୍ୟମାନେ ଲୁଟି ଚାଲିଥିବେ । ବାସ୍ତବରେ ଆମ ଓଡ଼ିଆମାନଙ୍କ ଚରିତ୍ର ଖୁବ ଚମତ୍କାର । ରସଗୋଲା ଯାଇଥିଲା, ଖଜା ବି ଯାଇଥିଲା । ଆଉ କ’ଣ କ’ଣ ବି ଯାଇଥିବ, ଆମକୁ ଜଣାନାହିଁ । ଏବେ ପାଳି ପଡ଼ିଛି ପଖାଳର । ପଖାଳ ଏବେ ଲୋକପ୍ରିୟ ହେବାରେ ଲାଗିଛି । ପୁଣି…

ପାହାଳ ସେବା ସମବାୟ ଭବନରେ ‘ରସଗୋଲା ଦିବସ’ ପାଳିତ

ଭୁବନେଶ୍ୱର : ପାହାଳ ସେବା ସମବାୟ ଭବନ ଆନୁକୁଲ୍ୟରେ ନୀଳାଦ୍ରି ବିଜେ ଅବସରରେ 'ରସଗୋଲା ଦିବସ' ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ସଂଯୋଜକ ଅରୂପ ପଟ୍ଟନାୟକ,…

ରାଜ୍ୟପାଳ ଉନ୍ମୋଚନ କଲେ ‘ରିସାଇଟ୍ ଡ଼ଟ୍ ୱାର୍ଲ୍ଡ ‘ ୱେବସାଇଟ

ଭୁବନେଶ୍ୱର : ନୀଳାଦ୍ରି ବିଜେର ପବିତ୍ର ଅବସରରେ ଉଦୟଗିରି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଓଡ଼ିଆ ଐତିହ୍ୟ , ଭାଷା ଓ ସାହିତ୍ୟ ପାଇଁ ଉତ୍ସର୍ଗୀକୃତ ' ରିସାଇଟ୍ ଡ଼ଟ୍ ୱାର୍ଲ୍ଡ '  ନାମକ ଏକ ୱେବସାଇଟ , ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ…