Latest Odisha News

BREAKING NEWS

Yearly Archives

2022

[ଭିଡିଓ] ଜଳ ଯନ୍ତ୍ରଣାରେ ଛଟପଟ ଜୀବନ : ଚୁଆ ପାଣି ଲୋକଙ୍କ ସାହା ଭରସା ପାଲଟିଛି

ନୂଆପଡା : ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି  ଗ୍ରାମବାସୀ । ଚାଷ ଜମିରେ ଥିବା ଚୁଆ ପାଣି ପାଲଟିଛି ଲୋକମାନଙ୍କ ସାହା ଭରସା । ଗୁହାରି ଶୁଣିବା ପାଇଁ କେହି ନାହାନ୍ତି । ମୁଣ୍ଡଫଟା ଖରାରେ ପାଣି ପାଇଁ ମାଇଲ ମାଇଲ ଚାଲୁଛନ୍ତି ଲୋକମାନେ ।ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନିମନା ଏବଂ ବୋଇର…

ଚାଷୀ ମାନଙ୍କୁ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ପ୍ରତି ଆଗ୍ରହ ସୃଷ୍ଟି କରିବା ଦରକାର : କେନ୍ଦ୍ର କୃଷକ…

ନବରଙ୍ଗପୁର : କୃଷି କ୍ଷେତ୍ରରେ ଚାଷୀ ମାନଙ୍କ ଉନ୍ନତି ପାଇଁ ପରାମର୍ଶ ଦେଲେ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଛୋଟ ଚାଷୀ ଏବଂ ମଧ୍ୟମ ଧରଣର ଚାଷୀ ମାନଙ୍କୁ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ପ୍ରତି ଆଗ୍ରହ ସୃଷ୍ଟି କରିବା ଦରକାର ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୁମାରୀ…

ଓଡ଼ିଶା ଶାସନରେ ପ୍ରଥମ କୃଷିନୀତିର ପ୍ରବର୍ତ୍ତକ ଜାନକୀ ବଲ୍ଲଭ ପଟ୍ଟନାୟକ

ଅମୀୟ କୁମାର ପଟ୍ଟନାୟକ  ସାଧାରଣ ମଧ୍ୟବିତ୍ତ ପରିବାରରେ ଜନ୍ମ ଲାଭ କରି, ଅସାଧାରଣ ପ୍ରଜ୍ଞା, ପ୍ରତିଭା, ନିଷ୍ଠା ଓ ସାଧନା ବଳରେ ସଫଳତାର ଶୀର୍ଷ ଛୁଇଁଥିବା ଜଣେ ବିରଳ ବ୍ୟକ୍ତିତ୍ୱ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ଏକାଧାରରେ ସେ ଜଣେ ପ୍ରତିଷ୍ଠିତ ରାଜନିତୀଜ୍ଞ, ଯଶସ୍ୱୀ ସାମ୍ବାଦିକ,…

ଦେଶବ୍ୟାପୀ ବୁଲଡୋଜର ବୁଲିବା ଉପରେ ରୋକକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ଜବର ଦଖଲ ଉଚ୍ଛେଦ ଉପରେ ବୁଲଡୋଜର ବୁଲିବା ନେଇ ସର୍ବୋଚ୍ଚ କୋର୍ଟ ଦୁଇ ସପ୍ତାହ ପାଇଁ ରୋକ ଲଗାଇଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ପୂର୍ବ ସ୍ଥିତି ବଜାୟ ରହିବ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା…

ସ୍କୁଲ ବସ ଉପରେ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍

ଭୁବନେଶ୍ୱର: ଫିଟନେସ କିମ୍ବା ବୀମା ନଥାଇ ରାଜଧାନୀ ରାଜରାସ୍ତାରେ ସ୍କୁଲ ବସ୍ ଚଳାଇବା ମହଙ୍ଗା ପଡିଛି । ଆଜି ଚେକିଂ ବେଳେ  ଏକ ସ୍କୁଲ ବସ ଉପରେ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍ ଲଗାଇଛି ଭୁବନେଶ୍ୱର ଆରଟିଓ । ପଟିଆ ଡମଣା ଛକରେ ଆଜି ପରିବହନ ବିଭାଗ ଚେକିଂ କରୁଥିବା ବେଳେ ବସଟି ହାବୁଡରେ…

ପରିବା ଦର ଉଚ୍ଚା ପାଇଁ ହତ୍ୟାକାଣ୍ଡ : ଗ୍ରାହକଙ୍କୁ ହତ୍ୟା କରି ପରିବା ଦୋକାନୀ ଗିରଫ

ଭୁବନେଶ୍ୱର : ପରିବା ଦର ଉଚ୍ଚା ପାଇଁ ହତ୍ୟାକାଣ୍ଡ । ପରିବା  ଦର ଅଧିକ କହିବାରୁ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ । ଗ୍ରାହକଙ୍କ ଅକାରଣ ଚାଲିଗଲା ଜୀବନ । ହତ୍ୟାକାରି ପରିବା ଦୋକାନୀଙ୍କୁ ଗିରଫ କରିଛି ପୋଲିସ । ଏମିତି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ଖଣ୍ଡଗିରି ଅଞ୍ଚଳରେ ।…

ସମ୍ବଲପୁର କୁଚିଣ୍ଡାର ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡାସ୍ଥିତ ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଛାତ୍ରଙ୍କୁ ଉଲଗ୍ନ କରି ଚପଲରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଶାସନ ଥାନା ଅନ୍ତର୍ଗତ ଶାସନଠାରେ ଥିବା ଏକ ଘରୋଇ ସ୍କୁଲ୍‌ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ…

ରାଜ୍ୟସଭାରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂହ

କଟକ: ରାଜ୍ୟସଭା ପଦରୁ ଇସ୍ତଫା ଦେଲେ କଟକର ମେୟର ସୁବାସ ସିଂହ। ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟସଭାରୁ ନିଜର ଇସ୍ତଫା ବାବଦରେ ଘୋଷଣା କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ୨ ବର୍ଷରୁ ଅଧିକ ସମୟ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ୨୦୨୦…

ଜଳଛତ୍ରରେ କୀଟନାଶକ ବିଷ ମିଶାଇଦେଲେ ଦୁର୍ବୃତ୍ତ , ୩ ଗୁରୁତର, ପୋଲିସର ଛାନଭିନ ଜାରି

ମାଲାକାନଗିର : ମାଲାକାନଗିରି ଜିଲ୍ଲାରେ ଅଘଟଣ । ଜଳଛତ୍ରର ବିଶାକ୍ତ ପାଣି ପିଇ ୩ ଜଣ ଗୁରୁତର ହୋଇପଡିଛନ୍ତି । ବିଷି ମିଶା ପାଣି ପିଇ ଦୁଇ ପୁଅ ଓ ଜଣେ ଝିଅ ଗୁରୁତର ହୋଇପଡିଛନ୍ତି । ପିଲାମାନେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମାଲକାନଗିରି ମେଡିକାଲରେ…

କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ଗିରଫ କଲା ଆସାମ ପୁଲିସ

ଅହମଦାବାଦ: ଗୁଜରାଟ କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀ ଗିରଫ । ଆସାମ ପୁଲିସ ବିଳମ୍ବିତ ରାତିରେ ତାଙ୍କୁ ଗୁଜରାଟର ପଲାନପୁରରୁ ଗିରଫ କରିଥିଲା। ଏହାପରେ ଆଜି ସକାଳୁ ଅହମଦାବାଦରୁ ବିମାନ ଯୋଗେ ଆସାମ ନେଇଯାଇଛି । ବିଧାୟକଙ୍କ ଅଫିସ ଗିରଫଦାରୀ ବାବଦରେ ସୂଚନା ଦେଇଛି। ଗୁଜରାଟର ଏହି ନେତା…