Latest Odisha News

BREAKING NEWS

Yearly Archives

2022

ଧୀରେ ଧୀରେ କମୁଛି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ବିଗତ ୭,୮ ଦିନରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଯଦିଓ କମିବାଟା ଏତେ ଜୋର ନୁହେଁ, କିନ୍ତୁ ଆମର ବର୍ତ୍ତମାନ ପର୍ଯ୍ୟନ୍ତ କମୁଛି । ଟେଷ୍ଟିଂର ମାତ୍ରା କମିନି । ୭୦ ହଜାର ଉପରେ ଟେଷ୍ଟିଂ ରହିଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ…

ଡ୍ରାଗନ ମାନିଲା, ଚୀନରେ ଅଛି ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକ

ବେଜିଂ: ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଛି ଡ୍ରାଗନ । ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ନିଖୋଜ ଯୁବକ ଚୀନରେ ଥିବା ମାନିଛି ଡ୍ରାଗନ ସେନା । ତେଜପୁରରେ ଲେଫଟନାଂଟ କର୍ଣ୍ଣେଲ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି ଯେ, ଚୀନ ଆର୍ମି ପାଖରେ ନିଖୋଜ ଯୁବକ ଅଛନ୍ତି ଏବଂ ତାଙ୍କୁ ପଠାଇବା ପାଇଁ ବିଧିବଦ୍ଧ…

ଭାଇରାଲ୍ ଭିଡିଓ: ମାଙ୍କଡର ମୋବାଇଲ ପ୍ରେମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ୍‌ର ଆଖ୍ୟା ମୁଣ୍ଡାଇଥାଏ । ବିଷୟ ବସ୍ତୁ ଯାହା ବି ଥାଉନା କାହିଁକି, ସବୁ କିଛି ସେୟାରିଂ ଉପରେ ନିର୍ଭର କରେ । ଏଇ ଯେମିତି ମାଙ୍କଡ ଓ ମୋବାଇଲକୁ ନେଇ ଏକ ଭିଡିଓକୁ ବହୁ ଲୋକ ପସନ୍ଦ କରିଛନ୍ତି । Monkeys Shown…

ସମାଜବାଦୀ ପାର୍ଟିରେ ସାମିଲ ହେଲେ ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତି

ଲକ୍ଷ୍ନୌ:ଉତରପ୍ରଦେଶ ନିର୍ବାଚନ ପାଇଁ ସମସ୍ତ ଦଳ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ସମାଜବାଦୀ ପାର୍ଟି ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତିଙ୍କୁ ନିଜ ଦଳରେ ସାମିଲ କରିଛି । ପ୍ରତାପଗଡର ଧର୍ମେନ୍ଦ୍ର ପ୍ରତାପ ସିଂଙ୍କ ଉଚ୍ଚତା ୮ଫୁଟ ୨ ଇଂଚ । ପାର୍ଟି ମୁଖ୍ୟ ଅଖିଳେଶ…

କରୋନା ଯୋଗୁ ବାହାଘର ଘୁଂଚାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଂଟନ: ପ୍ରଧାନମନ୍ତ୍ରୀ ହେବ ତ ଏମିତି । ଦେଶରେ କରୋନା ମହାମାରୀର ନୂତନ ଭ୍ୟାରିଏଂଟ ନିୟନ୍ତ୍ରଣକୁ ଆସି ନ ଥିବାରୁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଂଡା ଅର୍ଡର୍ନ ତାଙ୍କ ବାହାଘର ଘୁଂଚାଇବା ପାଇଁ ନିଷ୍ପତି ନେଇଛନ୍ତି । ଓମିକ୍ରନ ପାଇଁ ପ୍ରଧାନମନ୍ତ୍ରୀ ସତର୍କତା ଅବଲମ୍ବନ କରିବା ସହ…

ଆଇପିଏଲ ନିଲାମରେ ୫ ଓଡିଆ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୫ଜଣ ଓଡିଆ ଖେଳାଳି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫି ଓ ବିଜୟ ହଜାରେରେ ଏହି ଖେଳାଳିମାନେ ପ୍ରଭାବୀ…

ରାଜ୍ୟରେ ୨୪ଘଣ୍ଟା ଭିତରେ ୮ହଜାର ୫୨୦ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୮ହଜାର ୫୨୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୯୩୭ଜଣ ସଂକ୍ରମିତ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪ହଜାର ୯୪୧ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୩ହଜାର ୫୭୯ଜଣ ଚିହ୍ନଟ…

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ, ୧୫ଜଣ ଶିଳ୍ପୀଙ୍କ ଦ୍ୱାରା ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ

କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଚଳଚଞ୍ଚଳ ହୋଇପଡ଼ିଛି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନେତାଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ରଖାଯାଇଛି । କରୋନା ପାଇଁ ଫିକା ପଡ଼ିଥିଲେ ମଧ୍ୟ ନିଆରା ଢ଼ଙ୍ଗରେ…

ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ୨୪ଘଣ୍ଟା ମଧ୍ୟରେ ୬ଜଣ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୫୦୨କୁ ବୃଦ୍ଧି ପାଇଛି ।…

ଆସନ୍ତା ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ବୃଦ୍ଧି ପାଇବ ବର୍ଷାର ପରିମାଣ । ୨୪ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ଘଡ଼ଘଡ଼ି, ବିଜୁଳି ସହିତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।…