Latest Odisha News

BREAKING NEWS

Yearly Archives

2022

ବଦଳିବ ବ୍ରହ୍ମପୁର ସିଟି ହାଇସ୍କୁଲ ଖେଳପଡିଆ ରୂପ; ନିର୍ମାଣ ହେବ ଅତ୍ୟାଧୁନିକ ଇଣ୍ଡୋର ହଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ମଧ୍ୟ ସ୍ଥଳରେ ଥିବା ସିଟି ହାଇସ୍କୁଲ ଖେଳ ପଡିଆ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପରିବର୍ତ୍ତେ ଅପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ଦିନେ ଥିଲା ଉକ୍ତ ଖେଳ ପଡିଆରେ ସହରର ସମସ୍ତ ପ୍ରକାର ଖେଳକୁଦ ସହିତ ମେଳା, ସଭା ସମତି ହୋଇ ବେଶ ଜନଗହଳି ଲାଗୁଥିଲା ।…

ରାଜ୍ୟସଭା ନିର୍ବାଚନ ପାଇଁ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ଜୁନ ୧ରେ ୫୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ରବିବାର ବିଜେପି ଏ ନେଇ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏମାନଙ୍କ ମଧ୍ୟରେ ନିର୍ମଳ ସୀତାରମଣ, ପୀୟୁଷ ଗୋୟଲଙ୍କ ପରି କେନ୍ଦ୍ର ମନ୍ତ୍ରୀଙ୍କ ନାମ ରହିଛି । ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କ ନାମ ହେଲା- ସୁଶ୍ରୀ…

ତାଳଚେର କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କଲେ ରେଳ ବୋର୍ଡ ଅଧ୍ୟକ୍ଷ; ସୋମବାର ଯିବେ ପାରାଦୀପ

ଭୁବନେଶ୍ୱର: ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭି କେ ତ୍ରିପାଠୀ ରବିବାର ଓଡ଼ିଶା ଆସି ତାଳଚେର ସ୍ଥିତ କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କରିଛନ୍ତି । ପୂର୍ବତଟ ରେଳପଥର ଟ୍ରାଫିକ ସୁବିଧା ଯାଞ୍ଚ ଏବଂ ବାଧାମୁକ୍ତ ରେଳ ଚଳାଚଳ ବିଷୟରେ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ବିକାଶମୂଳକ…

ଦୁନିଆକୁ ଡରାଇବା ଲକ୍ଷ୍ୟରେ ଡ୍ରୋନ କ୍ଷମତା ଦେଖାଇଲା ଇରାନ

ତେହେରାନ: ଦୁନିଆକୁ ଡରାଇବା ଲକ୍ଷ୍ୟରେ ଆଜି ଇରାନ ତାର ଶକ୍ତିଶାଳୀ ଓ ଅତ୍ୟାଧୁନିକ ଡ୍ରୋନ କ୍ଷମତା ପ୍ରଦର୍ଶନ କରିଛି । ଇରାନର ସରକାରୀ ଟିଭି ଚ୍ୟାନେଲରେ ଏହି ଡ୍ରୋନଗୁଡିକର ଫଟୋ ଦେଖା ଯାଇଥିଲା । ଏହା ମାରାତ୍ମକ ଏବଂ ମିସାଇଲଯୁକ୍ତ ଡ୍ରୋନ ବୋଲି ଜଣାପଡିଛି । ଏହାକୁ ଏକ ଗୁପ୍ତ ସ୍ଥାନରେ…

ଏସିଆ କପ ହକି: ମାଲେସିଆ-ଭାରତ ମ୍ୟାଚ ଡ୍ର

ଭୁବନେଶ୍ୱର: ମାଲେସିଆରେ ଚାଲିଥିବା ଏସିଆ କପ ହକିରେ ରବିବାର ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ମାଲେସିଆ ସହ ମ୍ୟାଚ ଡ୍ର ରଖିଛନ୍ତି । ବୀରେନ୍ଦ୍ର ଲାକ୍ରା ନେତୃତ୍ୱାଧୀନ ଭାରତୀୟ ଟିମ ଆରମ୍ଭରୁ ସେ ଭଳି ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ । ଜବରଦସ୍ତ ଫର୍ମରେ ଥିବା ମାଲେସିଆର ରାଜି…

ନିଖୋଜ ବିମାନର ମିଳିଲା ପତ୍ତା :ନେପାଳ ମୁସ୍ତାଙ୍ଗ ଜିଲ୍ଲା କୋଆଙ୍ଗ ଅଞ୍ଚଳରେ ବିମାନର ଭଗ୍ନାବଶେଷ

କାଠମାଣ୍ଡୁ: ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ ନେଇ ନେପାଳ ଆର୍ମିର ସୂଚନା । ବିମାନର ଧ୍ବଂସାବଶେଷ କୋଓ୍ବାଙ୍ଗରେ ସନ୍ଧାନ ମିଳିଥିବା କୁହାଯାଇଛି । ନେପାଳରେ ମଝି ଆକାଶରେ ନିଖୋଜ ହୋଇଯାଇଥିଲା ବିମାନ । ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଓଡିଆ ପରିବାର । ଏହି ପରିବାରର ଘର…

କ୍ୟାପିଟାଲ ଥାନାରେ ଡିଜିଟାଲ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଥାନା ଭିତରର ଅନୁଭୂତି ତିକ୍ତ । ମକଦ୍ଦମା ହେଉ କି କିଛି ଆବଶ୍ୟକୀୟ କାମ ପାଇଁ ଥାନାକୁ ଯିବା ବେଳର ଅନୁଭବ ଅସହଜ । ଏଥରେ ଅସହମତିର କିଛି ପ୍ରଶ୍ନ ନାହିଁ । ତେବେ ଏହି ଅନୁଭବକୁ ବଦଳେଇ ଏକ ସୁସ୍ଥ ଭାବନା ଦେବା ପାଇଁ କମିଶନରେଟ ପୋଲିସ ଉଦ୍ୟମ କରିଛି । ଫାଲକନ ଗ୍ରୁପ ଏବଂ…

କାଲି ପଂଜାବ ସରକାର କମାଇଥିଲେ ସୁରକ୍ଷା ବ୍ୟବସ୍ଥା, ଦିନକ ପରେ ଗୁଳିମାଡରେ ଟଳିଲେ ଗାୟକ ସିଦ୍ଧୁ

ଚଣ୍ଡୀଗଡ: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲଙ୍କୁ ଆଜି କେତେକ ଆତତାୟୀ ଗୁଳିମାରି ହତ୍ୟା କରିଛନ୍ତି । ମନାସା ନିକଟବର୍ତୀ ଜବାହରକେରେ ଏହି ଗୁଳିକାଣ୍ଡରେ ସିଦ୍ଧୁଙ୍କ ସହ ଥିବା ଅନ୍ୟ ୨ଜଣ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ…

ଆମେରିକା ଆକାଶରେ ୟୁଏଫଓ !

ୱାଶିଂଟନ: ଏଲିୟନ୍ସ ଅଛନ୍ତି କି ନାହିଁ ତାର ସଠିକ ପ୍ରମାଣ ଆଜି ପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ । ବିଭିନ୍ନ ସମୟରେ ଏହାର ପ୍ରମାଣ ନେଇ ଦାବୀ ହେଉଥିଲେ ମଧ୍ୟ ତାହା ସହଜରେ ଗ୍ରହଣୀୟ ହୋଇପାରି ନାହିଁ । ଏବେ ନିକଟରେ ପେଂଟାଗନରେ ଥିବା ଆମେରିକା ସଂସଦରେ ଏ ନେଇ କେତେକ ବଳିଷ୍ଠ ପ୍ରମାଣ ଓ ଭିଡିଓ…

ପାରାଦୀପ ବନ୍ଦରରେ ୱେଷ୍ଟର୍ଣ୍ଣ ଡକ୍ ଏବଂ ହାର୍ବର ଅପଟିମାଇଜେସନ ହେବ

ଭୁବନେଶ୍ୱର: ପାରାଦୀପ ବନ୍ଦରକୁ ଦୀର୍ଘ ମିଆଦ ଉନ୍ନତି ସକାଶେ ତୀବ୍ର ନିର୍ଦ୍ଧିଷ୍ଟି ପୁଞ୍ଜି ନିବେଶର ଆବଶ୍ୟକତା ଅଛି । ଯାହା ଏହି ବନ୍ଦରକୁ ଏକ ମେଗା ବନ୍ଦରରେ ପରିଣତ କରିବ ଏବଂ ଅର୍ନ୍ତଜାତୀୟ ପଣ୍ୟ ପରିବହନ ମାତ୍ରା ବୃଦ୍ଧି କରିବ । ଏଥିପାଇଁ ପିପିପି ଢ଼ାଞ୍ଚାରେ ହାର୍ବର ର ଅପଟିମାଇଜେସନ ଓ…