Latest Odisha News

BREAKING NEWS

Yearly Archives

2023

କାଲି ହାତଗଣ୍ଠି ଫିଟାଉଥିଲେ, ଆଜି ଶବ ହୋଇଗଲେ..ସାମ୍ନାକୁ ଆସିଲା ବାହାଘର ଉତ୍ସବର ଫଟୋ

ବ୍ରହ୍ମପୁର: ଦିଗପହଣ୍ଡି ଦୁର୍ଘଟଣା ପରେ ଭାଇରାଲ ହେଉଛି ବାହାଘରର ଫଟୋ । ଏଇ ବାହାଘରରେ  କେତେ ଖୁସି ମନେଇଥିଲେ । ହସିଥିଲେ, ନାଚିଥିଲେ । ସେ ସବୁର ଫଟୋ ଏବେ ସୋସିଆଲ ମିଡିଆାରେ ଘୁରି ବୁଲୁଛି । ହସଖୁସି ମୁହୂର୍ତ୍ତର ଏଇ ଫଟୋ ଦେଖି ପରିବାର ଲୋକଙ୍କ ଛାତି ଫାଟି ଯାଉଛି । ଏଇ ଫଟୋକୁ…

ଭାରତ ସହ ଆମେରିକାର ବନ୍ଧୁତ୍ୱ ବିଶ୍ୱର ସବୁଠାରୁ ମହତ୍ୱପୂର୍ଣ୍ଣ ବନ୍ଧୁତ୍ୱ: ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀ: ଭାରତ ସହ ଆମେରିକାର ବନ୍ଧୁତ୍ୱ ବିଶ୍ୱର ସବୁଠାରୁ ମହତ୍ୱପୂର୍ଣ୍ଣ ବନ୍ଧୁତ୍ୱ ମଧ୍ୟରେ ଗୋଟିଏ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। କାରଣ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ରାଜକୀୟ ଆମେରିକା ଗସ୍ତରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ଯାହା ଦୁଇ…

ଭୋପାଳରେ ଦ୍ୱିତୀୟଥର ପାଇଁ ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’ କାର୍ଯ୍ୟକ୍ରମ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏକ ଦିନିଆ ଗସ୍ତରେ ମଧ୍ୟପ୍ରଦେଶ ଯାଉଛନ୍ତି। ଭୋପାଳ ଏବଂ ଶାହଡୋଲ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦୀ। ପ୍ରଧାନମନ୍ତ୍ରୀ ଭୋପାଳରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ବିଜେପି ବୁଥ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ…

ଜାଗୃତି ସାଂସ୍କୃତିକ ପରିଷଦର ଜାତୀୟ ନୃତ୍ୟ ମହୋତ୍ସବ ଉଦ୍ଘାଟିତ

ଭୁବନେଶ୍ୱର : ଜାଗୃତି ସାଂସ୍କୃତିକ ପରିଷଦ, ଭୁବନେଶ୍ଵର ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ଜାତୀୟ ନୃତ୍ୟ ମହୋତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ…

ହିମାଚଳରେ ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ, ଫସି ରହିଛନ୍ତି ୨୦୦ ରୁ ଅଧିକ ପର୍ଯ୍ୟଟକ

ସିମଲା: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାସ୍ଥିତ ବାଗିପୁଲ ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏହି ଅଞ୍ଚଳରେ ଫସି ରହିଛନ୍ତି ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ସମେତ ୨୦୦ ରୁ ଅଧିକ ଲୋକ। ମଣ୍ଡି ଜିଲ୍ଲା ପୋଲିସର ଡିଏସପି ପଧର ସଞ୍ଜୀବ ସୁଦ…

ଭାଇରାଲ ହେଉଛି ଶ୍ରୀମନ୍ଦିର ଏବଂ ତିନିଠାକୁରଙ୍କ ଫଟୋ, ଭିଡିଓ; ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ପୁରୀ: କଡା ସୁରକ୍ଷା ଭିତରେ ବି ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ । ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ଭିଡିଓ ସୁଟ କରିବା ସହ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଖାଲି ଶ୍ରୀମନ୍ଦିର ନୁହେଁ, ଆଡପ ମଣ୍ଡପରେ ବିଜେ ଶ୍ରୀବିଗ୍ରହଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଛି । ତେବେ ଏଠାରେ…

ଦିଗପହଣ୍ଡି ବସ୍‌ ଦୁର୍ଘଟଣା; ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର, ଗୃହମନ୍ତ୍ରୀ ଅମିତ ଶାହଙ୍କ ଶୋକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଶୋକ ପ୍ରକାଶ କରିବା ସହିତ କ୍ଷତିପୂରଣ ମଧ୍ୟ ଘୋଷଣା…

ଶ୍ରୀକ୍ଷେତ୍ର ପରି ଚମକିବ ଏକାମ୍ର କ୍ଷେତ୍ର; ଆଜିଠୁ ତିନିଦିନ ଧରି ଚାଲିବ ଶିଳାନ୍ୟାସ ଉତ୍ସବ

ଭୁବନେଶ୍ୱର:ଆଜିଠୁ ଆରମ୍ଭ ହେଉଛି ଏକାମ୍ର ଶିଳାନ୍ୟାସ ଉତ୍ସବ  । ତିନିଦିନ ଧରି ଚାଲିବ ଏହି ଉତ୍ସବ । ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୫ ଜଣ ବ୍ରାହ୍ମଣ ଏହି ଶିଳାନ୍ୟାସ ଉତ୍ସବରେ ପୂଜାର୍ଚ୍ଚକା କରିବା ସହ ହୋମଯଜ୍ଞ କରିବେ । ଶ୍ରୀକ୍ଷେତ୍ର ପରି ଚମକିବ ଏକାମ୍ର କ୍ଷେତ୍ର । ସକାଳେ ଯଜ୍ଞ…

ମଣିପୁର ଅଗ୍ନିକାଣ୍ଡ ଘଟଣାରେ ୧୩୫ ଗିରଫ, ଉଗ୍ରବାଦୀଙ୍କ ୧୨ଟି ବଙ୍କର୍ସ ନଷ୍ଟ କଲେ ସୁରକ୍ଷାକର୍ମୀ

ଇମ୍ଫାଲ: ମେ ୨୩ ତାରିଖରୁ ମଣିପୁରରେ ଘଟିଥିବା ହିଂସା ହେବାର ପ୍ରାୟ ଦୁଇ ମାସ ବିତିଲାଣି, କିନ୍ତୁ ପରିସ୍ଥିତି ଏବେ ବି ସୁଧୁରିବାର ନାଁ ଧରୁନି। ଅନେକ ଅଞ୍ଚଳରୁ ହିଂସା ଖବର ଆସୁଛି। ନିକଟରେ ଜଣେ ମନ୍ତ୍ରୀଙ୍କ ଗୋଡାଉନରେ ନିଆଁ ଲାଗିଯାଇଥିବା ବେଳେ କେତେକ ଅଞ୍ଚଳରେ ୨-୩ ଦିନ ଧରି ଗୁଳି ବିନିମୟ…

ରାଜଧାନୀରେ ମହଙ୍ଗା ହୋଇପାରେ ବିଦ୍ୟୁତ, ଡିଇଆରସି ଦେଲା ଅନୁମତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହଙ୍ଗା ହୋଇପାରେ ବିଜୁଳି ଦର। ବିଦ୍ୟୁତ୍ କ୍ରୟ ଚୁକ୍ତିରେ ହାର ବୃଦ୍ଧି କରିବାକୁ ଦିଲ୍ଲୀ ବିଦ୍ୟୁତ୍ ନିୟାମକ ଆୟୋଗ (DERC) ଅନୁମତି ଦେଇଛି। ଯାହା ପରେ ଦିଲ୍ଲୀରେ ବିଦ୍ୟୁତ୍ ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ। ଦିଲ୍ଲୀରେ ବିଦ୍ୟୁତ୍ କ୍ରୟ ସମ୍ପର୍କରେ…