କମିସନଙ୍କ ରିପୋର୍ଟ ଫାଇଲ୍ ଗାଏବ: ସରକାରକୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି
ଭୁବନେଶ୍ୱର: ୧୯୩୬ରୁ ୧୯୯୯ ଯାଏ ବିଚାର ବିଭାଗୀୟ କମିସନଙ୍କ ତଦନ୍ତ ସମ୍ପର୍କିତ ରିପୋର୍ଟ ଫାଇଲ୍ ଗୃହ ବିଭାଗର ସମ୍ବେଦନଶୀଳ ରେକର୍ଡରୁ ଗାଏବ ହୋଇଯାଇଛି। ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ବିଭାଗ ପକ୍ଷରୁ ସୂଚନା କମିସନଙ୍କ ନିକଟରେ ଦାଖଲ କରାଯାଇଥିବା ସତ୍ୟପାଠରୁ ଏହି ତଥ୍ୟ ପଦାକୁ ଆସିଛି।…