Latest Odisha News

BREAKING NEWS

Yearly Archives

2024

ରାଜ୍ୟସଭାରେ ଶାସକ ଦଳର ନେତା ହେଲେ ଜେପି ନଡ୍ଡା, ବର୍ଷ ଶେଷରେ ବିଜେପି ପାଇପାରେ ନୂଆ ସଭାପତି

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେପି ନଡ୍ଡା ଆଜି ରାଜ୍ୟସଭାରେ ଗୃହର ନେତା ଭାବେ ନିଯୁକ୍ତ ହୋଇଛନ୍ତି। ପୀୟୂଷ ଗୋୟଲଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀଙ୍କୁ ଗୃହ ନେତା ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବିତୀୟ କାର୍ଯ୍ୟକାଳରେ…

ବିଜେଡି ଶୂନ୍ୟ ଲୋକସଭା, ରାଜ୍ୟସଭାରେ ବିରୋଧୀ ଆସନରେ ବସିବ କହିଲା ଦଳ

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ହେବା ପରେ ପ୍ରଥମ ଥର ପାଇଁ ଦଳ ଲୋକସଭାରେ କୈଣସି ଆଭିମୁଖ୍ୟ ରଖିପାରିବ ନାହିଁ। ଅଷ୍ଟାଦଶ ଲୋକସଭା ଆରମ୍ଭ ହୋଇଛି। ଦୁଇ ଦିନ ଧରି କାମଚଳା ବାଚସ୍ପତି ସାଂସଦଙ୍କୁ ଶପଥ ପାଠ କରାଇବେ। ଏହାରି ଭିତରେ କିନ୍ତୁ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କଣ ହେବ ତାକୁ…

ଗିଲଙ୍କ ନେତୃତ୍ୱରେ ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପରେ ଭାରତୀୟ ଟିମ ଜିମ୍ବାୱେ ଗସ୍ତରେ ଯିବ । ସେଠାରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ଏହି ଗସ୍ତ ପାଇ ଶୁଭମନ ଗିଲଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଗସ୍ତ ପାଇଁ ସମସ୍ତ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଆଇପିଏଲ ୨୦୨୪ରେ…

ନୂଆ ସରକାର ପାଇଁ ଦରବୃଦ୍ଧି ଚିନ୍ତା, ମନ୍ତ୍ରୀ କହିଲେ ପ୍ରତି ବ୍ଲକରେ ତିଆରି ହେବ ଶୀତଳ ଭଣ୍ଡାର

ଭୁବନେଶ୍ୱର: କ୍ଷମତାରେ ବସୁ ବସୁ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି। ଆକାଶ ଛୁଇଁ ପରିବା ଦର ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହାରି ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବରିଷ୍ଠ ଅଧିକାରୀଙ୍କ ସହ…

ବିଷଧର ସାପ ଦଂଶନରେ ସାପ ଧରାଳି ମୃତ

ସୁବର୍ଣ୍ଣପୁର: ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ । ବିଷଧର ନାଗ ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ ଏଭଳି ଅଘଟଣ ଘଟିଛି । ସୁଚନା ଅନୁସାରେ, ଚମ୍ପାମଳ ଗାଁର ଜଣଙ୍କ ଘରୁ ଏକ ନାଗ ସାପ ବାହାରିଥିବା ବେଳେ ସାପ ଧରିବା…

‘ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍‌, ଓଡିଶାରୁ ଦେଶର ବିଭିନ୍ନ ତୀର୍ଥସ୍ଥଳୀକୁ ଗଡିବ ବସ୍’

ଭୁବନେଶ୍ବର: ରଥଯାତ୍ରା ପାଇଁ ପ୍ରତି ବ୍ଲକ୍ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ଏନେଇ ସୂଚନା ଦେଇଛନ୍ତି ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ରିଭ୍ୟୁ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ…

ବ୍ଲକ ଅଫିସରେ ଅଗ୍ନିକାଣ୍ଡ; ଜଳିଗଲା ଗୁରୁତ୍ବପୂର୍ଣ୍ଣ ଫାଇଲ, କାରଣ ଅସ୍ପଷ୍ଟ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଖବର ମୁତାବକ, ହରଭଙ୍ଗା ବ୍ଲକ କାର୍ଯ୍ୟାଳୟର ବିପିସି ବିଭାଗରେ କୌଣସି କାରଣରୁ ନିଆଁ…

ଆସନ୍ତା ୨୬ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ବଢ଼ିବ ବର୍ଷାର ପରିମାଣ: ପାଣିପାଗ ବିଭାଗ

ଭୁବନେଶ୍ବର: ବଙ୍ଗୋପସାଗରରେ ଆସନ୍ତା ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ୨୬ ରୁ ବର୍ଷାର ପରିମାଣ ବଢିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି । ପାଣିପାଗ ବିଭାଗର ସୂଚନା ମୁତାବକ, ଘୂର୍ଣ୍ଣିବଳୟ ଯୋଗୁଁ…

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜହିର, ବାପା ଶତ୍ରୁଘ୍ନ କହିଲେ ‘ଯୋଡି ସଲାମତ ରହେ’

ମୁମ୍ବାଇ: ବହୁ ଚର୍ଚ୍ଚାରେ ଲାଗିଛି ବିରାମ । ଏକ ହୋଇଛନ୍ତି ଚର୍ଚ୍ଚିତ ପ୍ରେମୀଯୁଗଳ । ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଷ୍ଟାର ସୋନାକ୍ଷୀ ସିହ୍ନା ଓ ଜହିର ଇକବାଲ । ସୋନାକ୍ଷୀ-ଜହିର ରବିବାର ସନ୍ଧ୍ୟାରେ ଅର୍ଥାତ୍ ୨୩ ଜୁନ୍ ୨୦୨୪ ରେ କୋର୍ଟ ମ୍ୟାରେଜ୍ କରିଛନ୍ତି। ଯାହା…

ଡିପଥେରିଆ-ଜଣ୍ଡିସ ରୋକିବା ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମାଡିଲାଣି ଡିପଥେରିଆ, ଜଣ୍ଡିସ ଓ ଜାପାନିଜ ଏନସେଫାଲାଇଟିସ ରୋଗ । ଯାହାକି ଚିନ୍ତାର ବିଷୟ ପାଲଟିଛି। ରାଜ୍ୟର ଅନେକ ଜିଲ୍ଲାରେ ଏହି ରୋଗ ମାଡିଥିବା ବେଳେ ଅନେକଙ୍କ ଜୀବନ ଗଲାଣି । ଫଳରେ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ସ୍ବାସ୍ଥ୍ୟ ବିଭା ଏବେ ଚିନ୍ତାରେ ପଡିଛି।…