Latest Odisha News

BREAKING NEWS

Ballistic Missiles: ଆକାଶରେ ହିଁ ଫୁସ୍ ହେବ ଶତ୍ରୁ ମିସାଇଲ୍! ଭାରତର ନୂଆ ଅସ୍ତ୍ର…

ନୂଆଦିଲ୍ଲୀ: ୨ ଦିନରେ ୩ ପରୀକ୍ଷଣ

ଏବେ ଭାରତକୁ ଛୁଇଁ ପାରିବନି ଶତ୍ରୁ ମିସାଇଲ!

DRDOର ବଡ଼ କମାଲ୍, ବିଶ୍ୱ ଏଲିଟ୍ କ୍ଲବ୍‌ରେ ଭାରତ!

ଭାରତ ଆଜି ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ବିଭିନ୍ନ ଶତ୍ରୁ ବିପଦର ମୁକାବିଲା କରିବା ପାଇଁ ଅନେକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାକୁ ସଫଳତାର ସହିତ ପ୍ରଦର୍ଶନ କରିଛି। ଦେଶର ସୁରକ୍ଷାକୁ ସୁଦୃଢ଼ ​​କରିବା ଲକ୍ଷ୍ୟରେ ଏକକାଳୀନ ତିନୋଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। DRDO ବୈଜ୍ଞାନିକମାନେ ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିରୁଦ୍ଧରେ ସୁରକ୍ଷା ପାଇଁ ଏକ “ବହୁସ୍ତରୀୟ ପ୍ରତିରକ୍ଷା ପ୍ରଣାଳୀ” ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ଜୁନ୍ ୧୦ ଓ ୧୧ ତାରିଖରେ ଭାରତ ସଫଳତାର ସହ ତିନୋଟି ଲଗାତାର ଫ୍ଲାଇଟ୍-ଟେଷ୍ଟ କରି ନିଜର ମଲ୍ଟି-ଲେୟର ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ (BMD) ସିଷ୍ଟମର କ୍ଷମତା ପ୍ରଦର୍ଶନ କରିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଏହି ପରୀକ୍ଷାରେ ଦୀର୍ଘ ଦୂରତାର ବାଲିଷ୍ଟିକ୍ ମିସାଇଲ୍‌କୁ ଆକାଶରେ ହିଁ ଧ୍ୱଂସ କରିବାର କ୍ଷମତା ସଫଳ ଭାବେ ପ୍ରମାଣିତ ହୋଇଛି। ଏହାସହ ଭାରତ NASM-MR (Naval Anti-Ship Missile-Medium Range) ର ସଫଳ ପରୀକ୍ଷା ମଧ୍ୟ ଶେଷ କରିଛି ।

ପରୀକ୍ଷା କରାଯାଇଥିବା ଦୁଇଟି AD-1 ଏବଂ AD-2 ଇଣ୍ଟରସେପ୍ଟର ମିସାଇଲ୍ Intermediate-Range Ballistic Missile (IRBM) ଶ୍ରେଣୀର ଥିବାବେଳେ ଏହାର ରେଞ୍ଜ ୨,୦୦୦ରୁ ୫,୦୦୦ କିଲୋମିଟର ମଧ୍ୟରେ ରହିଛି। ଏହି ମିସାଇଲ୍‌ଗୁଡ଼ିକ ପୃଥିବୀର ବାୟୁମଣ୍ଡଳ ଭିତରେ ଓ ବାହାରେ ଉଭୟ ସ୍ଥାନରେ ଶତ୍ରୁ ମିସାଇଲ୍‌କୁ ଧ୍ୱଂସ କରିବାରେ ସଂପୂର୍ଣ୍ଣ ସକ୍ଷମ।

DRDO ଦ୍ୱାରା ବିକଶିତ ଏହି ସିଷ୍ଟମ୍ ଭବିଷ୍ୟତର ହାଇପରସୋନିକ୍ ଅସ୍ତ୍ର ଓ MIRV (Multiple Independently Targetable Reentry Vehicle)ବା ଏକାଧିକ ସ୍ବୟଂଚାଳିତ ଲକ୍ଷ ଯୁକ୍ତ ମିସାଇଲ୍‌ର ମୁକାବିଲା କରିବାରେ ମଧ୍ୟ ସହାୟକ ହେବ। ଭାରତ ବର୍ତ୍ତମାନ ଅଗ୍ନି-୬ ଭଳି ନୂତନ ପିଢ଼ିର ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ (ICBM) ଉପରେ କାମ କରୁଛି, ଯାହାର ରେଞ୍ଜ ୫,୦୦୦ କିଲୋମିଟରରୁ ଅଧିକ ହେବ ବୋଲି କୁହାଯାଉଛି।

ଏହି ସଫଳତା ପରେ ଭାରତ ସେହି ଚୟନିତ ଦେଶମାନଙ୍କ ମଧ୍ୟରେ ସାମିଲ୍ ହୋଇଛି, ଯେଉଁମାନଙ୍କ ପାଖରେ ICBM ସ୍ତରର ମିସାଇଲ୍‌କୁ ମଧ୍ୟ ଅଟକାଇବାର କ୍ଷମତା ଥିବା ଉନ୍ନତ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ୍ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଏହି ସଫଳ ପରୀକ୍ଷା ଭାରତକୁ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ କ୍ଷମତା ଥିବା ବିଶ୍ୱର ଏଲିଟ୍ ଦେଶମାନଙ୍କ ଶ୍ରେଣୀରେ ପହଞ୍ଚାଇଛି।

 

Leave A Reply

Your email address will not be published.